ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ମହାରାଷ୍ଟ୍ରର ପୁନେରେ ପୁନା ଲାଇଫସ୍ପେସ ଇଣ୍ଟରନ୍ୟାସନାଲର ଶିଳାନ୍ୟାସ କରିଛନ୍ତି
ନିର୍ମାଣ ହେବାକୁ ଥିବା ମେଡ଼ିକାଲ କଲେଜ ଏବଂ ରିସର୍ଚ୍ଚ ସେଣ୍ଟରରେ ଆସନ୍ତା ଦିନରେ ୬ ହଜାରରୁ ଅଧିକ ବିଦ୍ୟାର୍ଥୀ ମେଡିକାଲ ସାଇନ୍ସ ପଢ଼ିବେ
ପୁନେ ଲାଇଫସ୍ପେସ୍ ଇଣ୍ଟରନ୍ୟାସନାଲ ମେଡିକାଲ ସେବା, ଶିକ୍ଷା ଏବଂ ମେଡ଼ିକାଲ ଗବେଷଣାକୁ ନୂଆ ଦିଗ, ନୂଆ ଦୃଷ୍ଟିକୋଣ ଏବଂ ନୂଆ ଯୁଗ ସୃଷ୍ଟି କରିବାକୁ ଆଗକୁ ନେବାକୁ ଲକ୍ଷ୍ୟ ରଖିଛି
ବିଗତ ୧୧ ବର୍ଷରେ ମୋଦୀ ସରକାର ସମଗ୍ର ଦେଶରେ ଏକ ସୁବିଚାରିତ ଦୃଷ୍ଟିକୋଣ ସହିତ ଦେଶର ନାଗରିକଙ୍କ ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିବାକୁ ସମସ୍ତ ବ୍ୟବସ୍ଥା କରିଛନ୍ତି
ମୋଦୀ ସରକାର ମେଡିକାଲ ସିଟ ସଂଖ୍ୟା ଦୁଇ ଗଣ କରିଛନ୍ତି, ପୋଷ୍ଟ ଗ୍ରାଜୁଏଟ ସିଟ ଅଢ଼େଇ ଗୁଣ କରିଛନ୍ତି ଏବଂ ଗରିବଙ୍କ ପାଇଁ ପିଏମ ଜନୌଷଧି କେନ୍ଦ୍ର ମାଧ୍ୟମରେ ଔଷଧ ମାତ୍ର ୨୦% ମୂଲ୍ୟରେ ଉପଲବ୍ଧ କରିଛନ୍ତି
ଗତ ସରକାରରେ ସ୍ୱାସ୍ଥ୍ୟ ବଜେଟ ୩୭ ହଜାର କୋଟି ଥିଲା ଏବଂ ମୋଦି ସରକାର ୨୦୨୫-୨୬ରେ ସାମଗ୍ରିକ ଦୃଷ୍ଟିକୋଣ ସହିତ ଏହାକୁ ବୃଦ୍ଧି କରି ୧ ଲକ୍ଷ ୩୭ ହଜାର କୋଟି ଟଙ୍କା କରିଛନ୍ତି ।
Posted On:
04 JUL 2025 7:19PM by PIB Bhubaneshwar
କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ମହାରାଷ୍ଟ୍ରର ପୁନେରେ ପୁନା ଲାଇଫସ୍ପେସ ଇଣ୍ଟରନ୍ୟାସନାଲର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଏକନାଥ ସିନେ୍ଦ ଏବଂ ସମବାୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମୁରଲୀଧର ମୋହୋଲ ଉପସ୍ଥିତ ଥିଲେ ।
ଉଦବୋଧନରେ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଲେ ଯେ ନିର୍ମାଣ ହେଉଥିବା ମେଡିକାଲ କଲେଜ ଏବଂ ରିସର୍ଚ୍ଚ ସେଣ୍ଟରରେ ଆଗାମୀ ଦିନରେ ପୁନେ ସହିତ ସମଗ୍ର ରାଜ୍ୟରୁ ୬ ହଜାରରୁ ଅଧିକ ବିଦ୍ୟାର୍ଥୀ ମେଡିକାଲ ସାଇନ୍ସ ଅଧ୍ୟୟନ କରିବେ । ସେ କହିଥିଲେ କି ୧୪ ଏକର ପରିବ୍ୟାପ୍ତ ଏହି ଅଞ୍ଚଳ ଆସନ୍ତା ଦିନରେ ପୁନେ ଏବଂ ସମଗ୍ର ପଶ୍ଚିମ ମହାରାଷ୍ଟ୍ରର ସେବା ପାଇଁ ଉପଲବ୍ଧ ହେବ । ଶ୍ରୀ ଶାହ କହିଥିଲେ, ପିଏଚଆରସି ଲାଇଫ ସାଇନ୍ସ ଅର୍ଗାନାଇଜେସନ ଏକ ନୂଆ ଦିଗ, ନୂଆ ଦୃଷ୍ଟିକୋଣ ଏବଂ ନୂଆ ଯୁଗ ସୃଷ୍ଟି କରିବା ଲକ୍ଷ୍ୟରେ ୧୪ ଏକରରେ ୧୪ ଲକ୍ଷ ବର୍ଗଫୁଟରେ ମେଡିକାଲ ସେବା, ଶିକ୍ଷା ଏବଂ ମେଡିକାଲ ରିସର୍ଚ୍ଚ କାମକୁ ଆଗକୁ ବଢ଼ାଇବାକୁ ନିଷ୍ପତ୍ତି ନେଇଛି ।
ଶ୍ରୀ ଅମିତ ଶାହ କହିଥିଲେ, ବିଗତ ୧୧ ବର୍ଷରେ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ୧୪୦ କୋଟି ଭାରତୀୟଙ୍କ ସ୍ୱାସ୍ଥ୍ୟକୁ ସାମଗ୍ରିକ ଦୃଷ୍ଟିକୋଣ ସହିତ ସୁଧାରିବାକୁ ଓ ମଜବୁତ କରିବାକୁ ପଦକ୍ଷେପ ନେବା ଆରମ୍ଭ କରିଥିଲେ । ସେ କହିଥିଲେ, ପ୍ରଥମେ ୧୫ କୋଟି ଶୌଚାଳୟ ନିର୍ମାଣ କରାଗଲା ଏବଂ ସ୍ୱଚ୍ଛତାର ସଂସ୍କାରକୁ ମୋଦୀଜୀ ଛୋଟ ପିଲାଙ୍କ ଠୁ ଆରମ୍ଭ କରି ଯୁବପିଢ଼ିଙ୍କ ମଧ୍ୟରେ ପ୍ରସ୍ଥାପିତ କରିବାର କାମ କରିଥିଲେ । ସେ କହିଥିଲେ, ମୋଦୀଜୀ ଯୋଗ ଦିବସ ଆରମ୍ଭ କରିଥିଲେ, ଯାହାକି ଶରୀର, ଆତ୍ମା ଓ ମନକୁ ସୁସ୍ଥ ରଖିବାକୁ ଜରୁରୀ । ସେ କହିଥିଲେ, ଫିଟ୍ ଇଣ୍ଡିଆ ମାଧ୍ୟମରେ ଦେଶରେ ଏକ ନୂଆ ସଂସ୍କୃତି ଆରମ୍ଭ ହୋଇପାରିଛି । ଏଥିସହ ମିଶନ ଇନ୍ଦ୍ରଧନୁଷରେ ନବଜାତରୁ ୧୬ ବର୍ଷ ବୟସର ପିଲାମାନଙ୍କ ପାଇଁ ଟିକାର ସୁରକ୍ଷା ଦେଶବ୍ୟାପୀ ମାଗଣାରେ ଉପଲବ୍ଧ କରାଗଲା । ଶ୍ରୀ ଶାହ କହିଥିଲେ, ମୋଦୀ ସରକାର ଦେଶର ଗରିବଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଉପଲବ୍ଧ କରାଇଛନ୍ତି ।
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ, ମୋଦୀ ସରକାର ମେଡିକାଲ ସିଟ ଦୁଇଗୁଣା କରିଛନ୍ତି, ପୋଷ୍ଟ ଗ୍ରାଜୁଏଟ ସିଟ ଅଢ଼େଇଗୁଣା କରିଛନ୍ତି ଏବଂ ଗରିବଙ୍କ ପାଇଁ ପିଏମ ଜନୌଷଧି କେନ୍ଦ୍ର ମାଧ୍ୟମରେ ଔଷଧ ମାତ୍ର ୨୦% ମୂଲ୍ୟରେ ଉପଲବ୍ଧ କରିଛନ୍ତି । ସେ କହିଥିଲେ, ୨୦୧୩-୧୪ରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ବଜେଟ ୩୭ ହଜାର କୋଟି ଟଙ୍କା ଥିଲା ଏବଂ ୨୦୨୫-୨୬ରେ ମୋଦୀ ଜୀ ସାମଗ୍ରିକ ଦୃଷ୍ଟିକୋଣ ସହିତ ଏହାକୁ ବୃଦ୍ଧି କରି ୧ ଲକ୍ଷ ୩୭ ହଜାର କୋଟି ଟଙ୍କା କରିଛନ୍ତି । ସେ କହିଥିଲେ, ମୋଦୀ ସରକାର ଦେଶବ୍ୟାପୀ ୭୩୦ ଇଣ୍ଟିଗ୍ରେଟେଡ ପବ୍ଲିକ ହେଲଥ ଲ୍ୟାବ୍ ନିର୍ମାଣ କରିଛନ୍ତି, ୩୩୮୨ ପବ୍ଲିକ ହେଲଥ ୟୁନିଟ ତିଆରି କରିଛନ୍ତି ଏବଂ ୬୦୨ କ୍ରିଟିକାଲ କେୟାର ବକ୍ସ ସ୍ଥାପନ କରିଛନ୍ତି । ଶ୍ରୀ ଶାହ କହିଥିଲେ, ମୋଦୀ ସରକାର ସମସ୍ତ ବ୍ୟବସ୍ଥା ସମଗ୍ର ଦେଶରେ ଏକ ସୁବିଚାରିତ ଦୃଷ୍ଟିକୋଣ ସହିତ ଦେଶର ନାଗରିକଙ୍କ ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିବାକୁ ସମସ୍ତ ବ୍ୟବସ୍ଥା କରିଛନ୍ତି । ସେ କହିଥିଲେ, ଏକ ପ୍ରକାର ସ୍ୱାସ୍ଥ୍ୟକୁ ଛୁଉଁଥିବା ସମସ୍ତ କାର୍ଯ୍ୟକ୍ରମ, ବିଶେଷ କରି ମେଡିକାଲ ଶିକ୍ଷା ଏବଂ ଏହାର ରିସର୍ଚ୍ଚ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି । ସେ କହିଥିଲେ, ଯେ ପର୍ଯ୍ୟନ୍ତ ସମାଜ ପରସ୍ପର ସହ ଯୋଡ଼ି ହୋଇ ନଥିବ ଏବଂ ସ୍ୱାସ୍ଥ୍ୟ ସୁରକ୍ଷାର ଭାବନା ଏକ ଜନ ଆନେ୍ଦାଳନରେ ପରିଣତ ହୋଇ ନଥିବ, ସେ ପର୍ଯ୍ୟନ୍ତ କୌଣସି ସରକାର ଦେଶର ସମସ୍ତ ନାଗରିକଙ୍କୁ ସୁରକ୍ଷା ଦେଇପାରିବନାହିଁ ।
SR
(Release ID: 2142461)
Visitor Counter : 3