ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ୪୮ତମ ପ୍ରଗତି ବୈଠକରେ ଅଧ୍ୟକ୍ଷତା କଲେ
ଖଣି, ରେଳପଥ, ଜଳସମ୍ପଦ ପ୍ରକଳ୍ପର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ;ସମୟସୀମାରେ ସାରିବାକୁ ଗୁରୁତ୍ୱ
ସ୍ୱାସ୍ଥ୍ୟ ସମାନତାକୁ ଧ୍ୟାନ: ଦୁର୍ଗମ ଏବଂ ଆକାଂକ୍ଷୀ ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ତ୍ୱରାନ୍ୱିତ କରିବାକୁ ରାଜ୍ୟଗୁଡ଼ିକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ
ପ୍ରତିରକ୍ଷା ଆତ୍ମନିର୍ଭରତାର ରଣନୀତିକ ଭୂମିକାକୁ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ: ଦେଶବ୍ୟାପୀ ସର୍ବୋତ୍ତମ ବ୍ୟବସ୍ଥା ଆଦରିବାକୁ ଉତ୍ସାହିତ କଲେ
Posted On:
25 JUN 2025 9:11PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ସାଉଥ ବ୍ଲକରେ ପ୍ରଗତିର ୪୮ତମ ବୈଠକରେ ଅଧ୍ୟକ୍ଷତା କରିଥିଲେ । ପ୍ରଗତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସାମିଲ କରୁଥିବା ସକ୍ରିୟ ଶାସନ ଏବଂ ସମୟଭିତ୍ତକ କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ଆଇସିଟି ଆଧାରିତ ବହୁସ୍ତରୀୟ ପ୍ଲାଟଫର୍ମ ।
ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ଖଣି, ରେଳପଥ, ଜଳସମ୍ପଦ କ୍ଷେତ୍ରର କେତେକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭମି ପ୍ରକଳ୍ପର ସମୀକ୍ଷା କରିଥିଲେ । ଆର୍ଥିକ ଅଭିବୃଦ୍ଧି ଓ ଜନ କଲ୍ୟାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ଏହି ପ୍ରକଳ୍ପ ଗୁଡ଼ିକୁ ନିର୍ଦ୍ଦିଷ୍ଟ ସମୟରେ ଶେଷ କରିବା, ଆନ୍ତଃସଂସ୍ଥାଗତ ସମନ୍ୱୟ ଏବଂ ସମସ୍ୟାର ସମାଧାନ ଆଦି ପ୍ରସଙ୍ଗରେ ସମୀକ୍ଷା କରାଯାଇଥିଲା ।
ପ୍ରଧାନମନ୍ତ୍ରୀ ଉଲ୍ଳେଖ କରିଥିଲେ ଯେ, ପ୍ରକଳ୍ପ କାର୍ଯ୍ୟକାରିତାରେ ବିଳମ୍ବ ଯୋଗୁ ବ୍ୟୟ ଅଟକଳ ଦୁଇଗୁଣା ହୋଇଥାଏ ଏବଂ ଅତ୍ୟାବଶ୍ୟକ ସେବା ଓ ଭିତ୍ତିଭୂମି ସୁବିଧାରୁ ନାଗରିକଙ୍କୁ ବଂଚିତ କରିଥାଏ । ଉଭୟ କେନ୍ଦ୍ର ଓ ରାଜ୍ୟ ଅଧିକାରୀମାନଙ୍କୁ ସେ ପରିଣାମ ସଞ୍ଚାଳିତ ଦୃଷ୍ଟିକୋଣ ଆଦରିବା ସହ ସୁଯୋଗର ସଦବ୍ୟବହାର କରି ଜୀବନକୁ ସମୃଦ୍ଧ କରିବାକୁ ପରାମର୍ଶ ଦେଇଥିଲେ ।
ପ୍ରଧାନମନ୍ତ୍ରୀ- ଆୟୁଷ୍ମାନ ଭାରତ ହେଲଥ ଇନଫ୍ରାଷ୍ଟ୍ରକଚର ମିସନ (ପିଏମ୍-ଏବିଏଚଆଇଏମ୍) ର ସମୀକ୍ଷା ଅବସରରେ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ । ଏ କ୍ଷେତ୍ରରେ ଆକାଂକ୍ଷୀ ଜିଲ୍ଲା, ଦୁର୍ଗମ, ଆଦିବାସୀ ଓ ସୀମାବର୍ତ୍ତୀ ଅଞ୍ଚଳକୁ ସ୍ୱତନ୍ତ୍ର ଗୁରୁତ୍ୱ ଦେବାକୁ କହିଥିଲେ । ଗରିବ, ବଞ୍ଚିତ ବର୍ଗ ଏବଂ ଅବହେଳିତ ଜନସାଧାରଣଙ୍କ ପାଖରେ ଯେପରି ନ୍ୟାୟସଙ୍ଗତ ଭାବେ ସ୍ୱାସ୍ଥ୍ୟସେବା ପହଞ୍ଚି ପାରିବ ତାହା ନିଶ୍ଚିତ କରିବାକୁ ସେ ଗୁରୁତ୍ୱ ଦେଇଥିଲେ । ଏସବୁ ଅଞ୍ଚଳରେ ମହତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଥିବା ସମସ୍ୟାକୁ ଦୂର କରିବା ଦିଗରେ ତତ୍କାଳ ଓ ନିରନ୍ତର ପ୍ରୟାସ ଜାରି ରଖିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ ।
ପ୍ରଧାନମନ୍ତ୍ରୀ ଉଲ୍ଳେଖ କରିଥିଲେ, ପିଏମ୍-ଏବିଏଚଆଇଏମ ରାଜ୍ୟଗୁଡ଼ିକ ପାଇଁ ବ୍ଲକ, ଜିଲ୍ଲା ଏବଂ ରାଜ୍ୟସ୍ତରରେ ପ୍ରାଥମିକ, ତୃତୀୟକ ଏବଂ ସ୍ୱତନ୍ତ୍ର ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଦୃଢ଼ କରିବା ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଛି ।
ପ୍ରଧାନମନ୍ତ୍ରୀ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଦ୍ୱାରା ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତାକୁ ବୃଦ୍ଧ କରିବା ପାଇଁ ଗ୍ରହଣ କରାଯାଇଥିବା ଅନୁକରଣୀୟ ଅଭ୍ୟାସର ସମୀକ୍ଷା କରିଥିଲେ । ପ୍ରଧାନମନ୍ତ୍ରୀ ସେମାନଙ୍କ ପଦକ୍ଷେପ ଗୁଡ଼ିକର ରଣନୀତିକ ଗୁରୁତ୍ୱତା ଏବଂ ଡିଫେନ୍ସ ଇକୋସିଷ୍ଟମରେ ନବପ୍ରବର୍ତ୍ତନକୁ ବଢ଼ାଇବାର କ୍ଷମତା ପାଇଁ ପ୍ରଶଂସା କରିଥିଲେ । ଏଗୁଡ଼ିକର ବ୍ୟାପକ ପ୍ରାସଙ୍ଗିକତାକୁ ରେଖାଙ୍କିତ କରି ପ୍ରଧାନମନ୍ତ୍ରୀ ଅପରେସନ ସିନ୍ଦୂରର ଉଦାହରଣ ଦେଇଥିଲେ, ଯାହାକି ସ୍ୱଦେଶୀ ଜ୍ଞାନକୌଶଳ କ୍ଷମତାର ପ୍ରଦର୍ଶନ ଥିଲା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବିକଶିତ ଆତ୍ମନିର୍ଭରତାର ଦୃଢ଼ ଉଦାହରଣ ଥିଲା ।
ପ୍ରଧାନମନ୍ତ୍ରୀ ମଧ୍ୟ ଉଲ୍ଲେଖ କରିଥିଲେ, କିପରି ରାଜ୍ୟଗୁଡ଼ିକ କିପରି ଇକୋସିଷ୍ଟମକୁ ସୁଦୃଢ଼ କରିବା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତା ଦିଗରେ ଅବଦାନ ଦେବାର ସୁଯୋଗ ଦେଇପାରିବେ ।
SR
(Release ID: 2139746)