ରାଷ୍ଟ୍ରପତିଙ୍କ ସଚିବାଳୟ
azadi ka amrit mahotsav

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସାମୂହିକ ଯୋଗ ପ୍ରଦର୍ଶନରେ ରାଷ୍ଟ୍ରପତିଙ୍କ ଅଂଶଗ୍ରହଣ

Posted On: 21 JUN 2025 6:37PM by PIB Bhubaneshwar

 

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (ଜୁନ ୨୧,୨୦୨୫) ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଡେରାଡୁନର ଉତ୍ତରାଖଣ୍ଡ ରାଜ୍ୟ ପୁଲିସ ଲାଇନ ମଇଦାନରେ ଏକ ସାମୂହିକ ଯୋଗ ପ୍ରଦର୍ଶନରେ ଅଂଶଗ୍ରହଣ କରିଥିଲେ।

ଯୋଗ ଅଧିବେଶନ ପରେ ନିଜର ମନ୍ତବ୍ୟରେ ରାଷ୍ଟ୍ରପତି ସାରା ବିଶ୍ୱରେ 'ଅନ୍ତର୍ଜାତୀୟ ଯୋଗ ଦିବସ' ଅବସରରେ ଯୋଗ ଅଭ୍ୟାସ କରୁଥିବା ସମସ୍ତ ଅଂଶଗ୍ରହଣକାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ କହିଥିଲେ ଯେ ୨୦୧୫ ମସିହାରୁ ଯୋଗ ସମଗ୍ର ମାନବଜାତିର ଏକ ସାଧାରଣ ଅଭ୍ୟାସରେ ପରିଣତ ହୋଇଛି। ଏହା ଭାରତର ‘‘ସଫ୍ଟ ପାୱାର" ର ଏକ ଗୁରୁତ୍ୱପୂର୍ଣ୍ଣ ଉଦାହରଣ।

ରାଷ୍ଟ୍ରପତି କହିଲେ ଯେ ଯୋଗ ହେଉଛି ଏକ ସୁସ୍ଥ ଜୀବନ ବଞ୍ଚିବାର କଳା, ଯାହାକୁ ଗ୍ରହଣ କରିବା ଦ୍ୱାରା ମଣିଷର ଶରୀର, ମନ ଏବଂ ସାମଗ୍ରିକ ବ୍ୟକ୍ତିତ୍ୱ ବିକଶିତ ହୋଇଥାଏ। ଯେତେବେଳେ ଜଣେ ବ୍ୟକ୍ତି ସୁସ୍ଥ ରୁହେ, ପରିବାର ସୁସ୍ଥ ରହିଥାଏ। ଯେତେବେଳେ ପରିବାର ଏବଂ ସମାଜ ସୁସ୍ଥ ରହିବ, ସେତେବେଳେ ଦେଶ ସୁସ୍ଥ ରହିବ।

ରାଷ୍ଟ୍ରପତି କହିଲେ ଯେ ‘‘ଯୋଗ" ର ଅର୍ଥ ହେଉଛି ‘‘ଯୋଡ଼ି ହେବା"। ଯୋଗ ଅଭ୍ୟାସ ବ୍ୟକ୍ତିର ଶରୀର, ମନ ଏବଂ ଆତ୍ମାକୁ ଯୋଡ଼ିଥାଏ ଏବଂ ବ୍ୟକ୍ତିକୁ ସୁସ୍ଥ ରଖିଥାଏ। ଯୋଗ ଜଣେ ବ୍ୟକ୍ତିଙ୍କୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ, ଗୋଟିଏ ସମ୍ପ୍ରଦାୟକୁ ଅନ୍ୟ ସମ୍ପ୍ରଦାୟ ସହିତ ଏବଂ ଗୋଟିଏ ଦେଶକୁ ଅନ୍ୟ ଦେଶ ସହିତ ଯୋଡ଼ି ପାରିବ।

ରାଷ୍ଟ୍ରପତି କହିଛନ୍ତି ଏହା ଏକ ସାଧାରଣ ବିଶ୍ୱାସ ଯେ ଚିକିତ୍ସା ଅପେକ୍ଷା ପ୍ରତିରୋଧ ନୀତି ଅଧିକ ଫଳପ୍ରଦ। ରୋଗ ପ୍ରତିରୋଧରେ ଯୋଗ ଅତ୍ୟନ୍ତ ଉପଯୋଗୀ ବୋଲି ବିବେଚନା କରାଯାଏ । ସେ ସମସ୍ତଙ୍କୁ ଯୋଗକୁ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ କରିବାକୁ ଏବଂ ଯୋଗ ଅଭ୍ୟାସ କରିବା ସହିତ ଅନ୍ୟମାନଙ୍କୁ ଏଥିପାଇଁ ପ୍ରେରଣା ଦେବାକୁ ଅନୁରୋଧ କରିଥିଲେ।

HS/Swadhin


(Release ID: 2138591) Visitor Counter : 3