ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ
ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଯୋଗ କର୍ମଶାଳା
प्रविष्टि तिथि:
12 JUN 2025 1:14PM by PIB Bhubaneswar
ପ୍ରତିବର୍ଷ ଜୁନ ୨୧ ତାରିଖରେ ବିଶ୍ୱବ୍ୟାପୀ ପାଳନ ହୁଏ ଅନ୍ତର୍ଜାତୀୟ ଯୋଗ ଦିବସ। ୨୦୨୫ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବା ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଏକ ଯୋଗ କର୍ମଶାଳାର ଆୟୋଜନ କରାଯାଇଥିଲା। ୧୧ ଜୁନ୍, ୨୦୨୫ରେ ନୂଆଦିଲ୍ଲୀର ସମ୍ବିଧାନ ସଦନ କମିଟି ରୁମ୍ ୬ରେ ଯୋଗ କର୍ମଶାଳାର ଆୟୋଜନ କରାଯାଇଥିଲା। ଦିଲ୍ଲୀର ଶ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଜାତୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଯୋଗ ବିଜ୍ଞାନ ବିଭାଗର ପ୍ରଫେସର ଡକ୍ଟର ରମେଶ କୁମାରଙ୍କ ମାର୍ଗଦର୍ଶନରେଏହି କର୍ମଶାଳାର ଆୟୋଜନ କରାଯାଇଥିଲା । ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଡକ୍ଟର ସତ୍ୟ ପ୍ରକାଶ କର୍ମଶାଳାକୁ ଉଦଘାଟନ କରିଥିଲେ । ଆମ ଦୈନନ୍ଦିନ ଜୀବନରେ ଯୋଗର ଗୁରୁତ୍ୱ କଣ ତା ଉପରେ ଆଲୋକପାତ କରିଥିଲେ ଡକ୍ଟର ରମେଶ କୁମାର ।


ଡକ୍ଟର ରମେଶ କୁମାର ମନ୍ତ୍ରଣାଳୟର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଯୋଗ ଏବଂ ପ୍ରାଣାୟାମ ଅଭ୍ୟାସ କରାଇଥିଲେ। ଅଫିସ କାମ ସମୟରେ ଯୋଗ ମାଧ୍ୟମରେ କିପରି ଚାପ ହ୍ରାସ କରି କାର୍ଯ୍ୟ ଦକ୍ଷତା ବୃଦ୍ଧି କରିହେବ ସେ ସମ୍ପର୍କରେ ସୂଚନା ଦେଇଥିଲେ। ଡକ୍ଟର ସତ୍ୟ ପ୍ରକାଶ, ଅତିରିକ୍ତ ସଚିବ, ଶ୍ରୀ ଏ.ବି. ଆଚାର୍ଯ୍ୟ, ନିର୍ଦ୍ଦେଶକ, ଶ୍ରୀ ସଞ୍ଜୀବ, ନିର୍ଦ୍ଦେଶକ (ଏନଆଇସି), ଶ୍ରୀ ମୁକେଶ କୁମାର, ଉପସଚିବ, ଶ୍ରୀ ଏସ.ଏସ. ପାତ୍ର, ଉପସଚିବ ଏବଂ ମନ୍ତ୍ରଣାଳୟର ଅନ୍ୟ ସମସ୍ତ ଅଧିକାରୀ ଓ କର୍ମଚାରୀ ପ୍ରମୁଖ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ।
SWS
(रिलीज़ आईडी: 2136043)
आगंतुक पटल : 26