ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଚେନାବ ରେଳ ସେତୁ ନିର୍ମାଣ କାର୍ଯ୍ୟରେ ଜଡିତ ଲୋକଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ


ଦେଶ ପାଇଁ ଆଧୁନିକ ଭିତ୍ତିଭୂମି ନିର୍ମାଣ ଦିଗରେ ସେମାନଙ୍କର ଅଟଳ ପ୍ରତିବଦ୍ଧତାକୁ ପ୍ରଶଂସା କଲେ

ପୋଷ୍ଟ କରାଯିବା ଦିନାଙ୍କ: 06 JUN 2025 3:01PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଚେନାବ ରେଳ ସେତୁ ନିର୍ମାଣ କାର୍ଯ୍ୟରେ ଜଡିତ କିଛି ଲୋକଙ୍କ ସହିତ ଆଲୋଚନା କରିଛନ୍ତି । ଦେଶ ପାଇଁ ଆଧୁନିକ ଭିତ୍ତଭୂମି ନିର୍ମାଣ ପ୍ରତି ସେମାନଙ୍କର ଅଟଳ ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ଚେନାବ ରେଳ ସେତୁ ନିର୍ମାଣରେ ଜଡିତ କିଛି ଲୋକଙ୍କ ସହିତ ଆଲୋଚନା କଲି । ସେମାନେ ଭାରତର ବିଭିନ୍ନ ଅଞ୍ଚଳରୁ ଏବଂ ଦେଶବାସୀଙ୍କ ପାଇଁ ଆଧୁନିକ ଭିତ୍ତିଭୂମି ନିର୍ମାଣ ନିମନ୍ତେ ସେମାନଙ୍କର ସଂକଳ୍ପରେ ଅଟଳ ଅଛନ୍ତି । ବିଭିନ୍ନ ଆହ୍ୱାନପୂର୍ଣ୍ଣ ସମୟରେ କାମ କରିବାର ଅଭିଜ୍ଞତା ସହିତ ସେମାନେ ସେମାନଙ୍କର ବହୁ ଅଭିଜ୍ଞତା ଶେୟାର କରିଛନ୍ତି । ସେମାନଙ୍କ ପରିବାରମାନେ ସେମାନଙ୍କ କାର୍ଯ୍ୟ ପାଇଁ କିପରି ଗର୍ବିତ, ତାହା ମଧ୍ୟ ସେମାନେ ଶେୟାର କରିଛନ୍ତି ।”

 

SR


(ରିଲିଜ ଆଡି: 2135049) ପରିଦର୍ଶକ କାଉଣ୍ଟର : 23