ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଚେନାବ ରେଳ ସେତୁ ନିର୍ମାଣ କାର୍ଯ୍ୟରେ ଜଡିତ ଲୋକଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଦେଶ ପାଇଁ ଆଧୁନିକ ଭିତ୍ତିଭୂମି ନିର୍ମାଣ ଦିଗରେ ସେମାନଙ୍କର ଅଟଳ ପ୍ରତିବଦ୍ଧତାକୁ ପ୍ରଶଂସା କଲେ
Posted On:
06 JUN 2025 3:01PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଚେନାବ ରେଳ ସେତୁ ନିର୍ମାଣ କାର୍ଯ୍ୟରେ ଜଡିତ କିଛି ଲୋକଙ୍କ ସହିତ ଆଲୋଚନା କରିଛନ୍ତି । ଦେଶ ପାଇଁ ଆଧୁନିକ ଭିତ୍ତଭୂମି ନିର୍ମାଣ ପ୍ରତି ସେମାନଙ୍କର ଅଟଳ ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ଚେନାବ ରେଳ ସେତୁ ନିର୍ମାଣରେ ଜଡିତ କିଛି ଲୋକଙ୍କ ସହିତ ଆଲୋଚନା କଲି । ସେମାନେ ଭାରତର ବିଭିନ୍ନ ଅଞ୍ଚଳରୁ ଏବଂ ଦେଶବାସୀଙ୍କ ପାଇଁ ଆଧୁନିକ ଭିତ୍ତିଭୂମି ନିର୍ମାଣ ନିମନ୍ତେ ସେମାନଙ୍କର ସଂକଳ୍ପରେ ଅଟଳ ଅଛନ୍ତି । ବିଭିନ୍ନ ଆହ୍ୱାନପୂର୍ଣ୍ଣ ସମୟରେ କାମ କରିବାର ଅଭିଜ୍ଞତା ସହିତ ସେମାନେ ସେମାନଙ୍କର ବହୁ ଅଭିଜ୍ଞତା ଶେୟାର କରିଛନ୍ତି । ସେମାନଙ୍କ ପରିବାରମାନେ ସେମାନଙ୍କ କାର୍ଯ୍ୟ ପାଇଁ କିପରି ଗର୍ବିତ, ତାହା ମଧ୍ୟ ସେମାନେ ଶେୟାର କରିଛନ୍ତି ।”
SR
(Release ID: 2135049)
Read this release in:
English
,
Urdu
,
Marathi
,
Hindi
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam