ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶୁଭମ୍ ଦ୍ୱିବେଦୀଙ୍କ ପରିବାରଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 30 MAY 2025 9:39PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କାନପୁରଠାରେ ଶୁଭମ୍ ଦ୍ୱିବେଦୀଙ୍କ ପରିବାରବର୍ଗଙ୍କୁ ଭେଟିଛନ୍ତି । ପହଲଗାମ୍ଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ଶୁଭମ୍ଙ୍କର ମୃତୁ୍ୟ ହୋଇଥିଲା । ‘ସେମାନେ ଆତଙ୍କବାଦ ବିରୋଧରେ ଅପରେସନ ସିନ୍ଦୂର ପାଇର୍ ଆମ ପରାକ୍ରମୀ ସେନାକୁ କୃତଜ୍ଞତା ଜଣାଇଛନ୍ତି’ ଶ୍ରୀ ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ପହଲଗାମର ଭୀରୁତାପୂର୍ଣ୍ଣ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା କାନପୁରର ସୁପୁତ୍ର ଶୁଭମ୍ ଦ୍ୱିବେଦୀଙ୍କ ପରିବାର ସଦସ୍ୟଙ୍କୁ ଆଜି ଭେଟିଲି । ସେମାନେ ଆତଙ୍କବାଦ ବିରୋଧରେ ଅପରେସନ ସିନ୍ଦୂର ପାଇଁ ଆମ ପରାକ୍ରମୀ ସେନାକୁ କୃତଜ୍ଞତା ଜଣାଇଛନ୍ତି । ସେମାନଙ୍କ ଏହି ଭାବନା ଦେଶବାସୀଙ୍କୁ ପ୍ରେରଣା ଦେବାଭଳି” ।

SR


(ରିଲିଜ ଆଡି: 2132944) ପରିଦର୍ଶକ କାଉଣ୍ଟର : 21