କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ
azadi ka amrit mahotsav

ପୁରୀରୁ ଆସନ୍ତା 29 ତାରିଖରେ ବିକଶିତ କୃଷି ସଂକଳ୍ପ ଅଭିଯାନର ଶୁଭାରମ୍ଭ କରିବେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ



କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନଙ୍କ ଉଦ୍ୟମରେ ବିକଶିତ କୃଷି ସଂକଳ୍ପ ଅଭିଯାନ ସାରା ଦେଶରେ ଆୟୋଜନ ହେବ

ଏହି 15 ଦିନିଆ ଅଭିଯାନରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ପ୍ରାୟ 20ଟି ରାଜ୍ୟ ଗସ୍ତ କରିବେ

ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଲ୍ୟାବ୍ ଟୁ ଲ୍ୟାଣ୍ଡ’ (ପରୀକ୍ଷାଗାରରୁ ଚାଷଜମି ପର୍ଯ୍ୟନ୍ତ) ଦୃଷ୍ଟିକୋଣ ଏବଂ ଏକ ବିକଶିତ ଭାରତର ଧାରଣାକୁ ସାକାର କରିବା

ମୋଟ 2,170ଟି ଦଳ 700ରୁ ଅଧିକ ଜିଲ୍ଲା, 65,000 ଗ୍ରାମ ଏବଂ ପାଖାପାଖି ଦେଢ଼ କୋଟି କୃଷକଙ୍କ ନିକଟରେ ପହଞ୍ଚିବେ।

Posted On: 27 MAY 2025 5:55PM by PIB Bhubaneshwar

 

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନଙ୍କ ଉଦ୍ୟମକ୍ରମେ ଦେଶବ୍ୟାପୀ ବିକଶିତ କୃଷି ସଂକଳ୍ପ ଅଭିଯାନପାଇଁ ପ୍ରସ୍ତୁତି ଶେଷ ହୋଇଛି। ଏହି ଅଭିଯାନର ଶୁଭାରମ୍ଭ ଆସନ୍ତା 29 ତାରିଖ ପବିତ୍ର ଶ୍ରୀକ୍ଷେତ୍ର ପୁରୀରୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଚୌହାନଙ୍କ ଉପସ୍ଥିତିରେ କରାଯିବ। ଏହି 15 ଦିନିଆ ବ୍ୟାପକ ଅଭିଯାନରେ ଶ୍ରୀ ଚୌହାନ ପ୍ରାୟ 20ଟି ରାଜ୍ୟ ଗସ୍ତ କରି କୃଷକ ଏବଂ ବୈଜ୍ଞାନିକମାନଙ୍କୁ ଅନୁପ୍ରାଣିତ କରିବା ସହିତ ସେମାନଙ୍କ ସହ ସିଧାସଳଖ ମତବିନିମୟ କରିବେ।

ମେ 29 ତାରିଖରେ ଓଡ଼ିଶାରେ ଏହାର ଶୁଭାରମ୍ଭ ହେବା ପରେ ଶ୍ରୀ ଚୌହାନ ଜାମ୍ମୁ, ରାଜସ୍ଥାନ, ଗୁଜରାଟ, ଉତ୍ତର ପ୍ରଦେଶ, ବିହାର, ମହାରାଷ୍ଟ୍ର, ହରିୟାଣା, ପଞ୍ଜାବ, ଉତ୍ତରାଖଣ୍ଡ, ଆସାମ, ମେଘାଳୟ, କର୍ଣ୍ଣାଟକ, ତାମିଲନାଡ଼ୁ, ତେଲଙ୍ଗାନା, ଆନ୍ଧ୍ର ପ୍ରଦେଶ, ମଧ୍ୟପ୍ରଦେଶ, ଦିଲ୍ଲୀ ଏବଂ ଛତିଶଗଡ଼ ଗସ୍ତ କରିବେ ଏବଂ ଜୁନ୍ 12 ତାରିଖ ପର୍ଯ୍ୟନ୍ତ କୃଷକ ଏବଂ ବୈଜ୍ଞାନିକ ଦଳମାନଙ୍କ ସହ ଭାବ ବିନିମୟ କରିବେ।

ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ଅଞ୍ଚଳ ପାଇଁ ନିର୍ଦ୍ଦିଷ୍ଟ ପ୍ରମୁଖ ଖରିଫ ଫସଲ ପାଇଁ ଆଧୁନିକ ଜ୍ଞାନକୌଶଳ ବିଷୟରେ କୃଷକମାନଙ୍କୁ ଶିକ୍ଷିତ କରିବା, ଲାଭଦାୟକ ସରକାରୀ ଯୋଜନା ନୀତି ବିଷୟରେ ସଚେତନତା ସୃଷ୍ଟି କରିବା, ଫସଲ ଚୟନ ସନ୍ତୁଳିତ ସାର ପ୍ରୟୋଗ ପାଇଁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବ୍ୟବହାର କରିବା ଉପରେ କୃଷକମାନଙ୍କୁ ମାର୍ଗଦର୍ଶନ କରିବା ଏବଂ କୃଷକଙ୍କ ନେତୃତ୍ୱାଧୀନ ନବସୃଜନକୁ ବୁଝିବା ପାଇଁ ମତାମତ ସଂଗ୍ରହ କରିବା ତଥା ସେହି ଅନୁଯାୟୀ ଅନୁସନ୍ଧାନ ନିର୍ଦ୍ଦେଶାବଳୀ ପରିଚାଳିତ କରିବା।

ଖରିଫ ଋତୁରେ କୃଷକମାନଙ୍କୁ ସିଧାସଳଖ ଲାଭ ପହଞ୍ଚାଇବା ଉଦ୍ଦେଶ୍ୟରେ, ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର) ଏବଂ କେନ୍ଦ୍ର କୃଷି କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ମେ 29 ରୁ ଜୁନ୍ 12 ପର୍ଯ୍ୟନ୍ତ 700ରୁ ଅଧିକ ଜିଲ୍ଲାରେ ରାଜ୍ୟ ସରକାରଙ୍କ ସହଯୋଗରେ ଦେଶବ୍ୟାପୀ 'ବିକାଶ କୃଷି ସଂକଳ୍ପ ଅଭିଯାନ' ଆୟୋଜନ କରାଯିବ। ଏହି ସମୟରେ ବୈଜ୍ଞାନିକମାନଙ୍କ ଦଳ ଗାଁ-ଗାଁ ଯାଇ କୃଷକମାନଙ୍କ ସହ ଭାବ ବିନିମୟ କରିବେ। ଏହି ଅଭିଯାନରେ ଦେଶର ସମସ୍ତ 731ଟି କୃଷି ବିଜ୍ଞାନ କେନ୍ଦ୍ର (କେଭିକେ), ଆଇସିଏଆରର ସମସ୍ତ 113ଟି ପ୍ରତିଷ୍ଠା, ରାଜ୍ୟସ୍ତରୀୟ ବିଭାଗ, କୃଷି, ଉଦ୍ୟାନ କୃଷି, ପଶୁପାଳନ, ମତ୍ସ୍ୟଚାଷ, ପ୍ରଗତିଶୀଳ କୃଷକ ଏବଂ କୃଷି ସହ ଜଡ଼ିତ ଅଧିକାରୀ ଓ କର୍ମଚାରୀ ସାମିଲ ହେବେ।

ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ରାଜ୍ୟର ପ୍ରାୟ ଦେଢ଼ କୋଟି କୃଷକଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଲ୍ୟାବ୍ ଟୁ ଲ୍ୟାଣ୍ଡ’ (ପରୀକ୍ଷାଗାରରୁ ଚାଷ ଜମି ପର୍ଯ୍ୟନ୍ତ) ଲକ୍ଷ୍ୟକୁ ସାକାର କରିବା। କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ ବିକଶିତ କୃଷି ସହିତ ଏହି ଅଭିଯାନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ 2047 ସଂକଳ୍ପକୁ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

*******

P.S.


(Release ID: 2131825) Visitor Counter : 11