ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

ନୂଆଦିଲ୍ଲୀରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ସହ ତିନୋଟି ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ନେଇ ସମୀକ୍ଷା ବୈଠକ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ଶ୍ରୀ ଅମିତ ଶାହ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅଣାଯାଇଥିବା ତିନୋଟି ନୂତନ ଅପରାଧିକ ଆଇନର ଉଦ୍ଦେଶ୍ୟ ହେଉଛି ଭାରତୀୟ ସମ୍ବିଧାନର ଭାବନାକୁ ପ୍ରତିଫଳିତ କରିବା ଏବଂ ଏହାକୁ ବାସ୍ତବ ରୂପଦେବା


କେବଳ ନୂତନ ଅପରାଧିକ ଆଇନର ପ୍ରଣୟନ ନାଗରିକଙ୍କ ଅଧିକାରକୁ ମଜବୁତ କରିବ ନାହିଁ; ନାଗରିକମାନେ ସେମାନଙ୍କର ଅଧିକାର ପାଇବା ସୁନିଶ୍ଚିତ କରିବା ପାଇଁ ତୃଣମୂଳ ସ୍ତରରେ ଏହି ଆଇନର କାର୍ଯ୍ୟକାରିତା ଆବଶ୍ୟକ


ଚାର୍ଜସିଟ୍ ଦାଖଲ କରିବା ଏବଂ ଚାର୍ଜ ପ୍ରସ୍ତୁତ କରିବା ପାଇଁ ସମୟସୀମା ଅନୁସରଣ କରିବା ଉପରେ ଗୁରୁତ୍ୱ ଦେବା ଜରୁରୀ


ନୂତନ ଅପରାଧିକ ଆଇନର ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ପାଇଁ ଜ୍ଞାନକୌଶଳର ବ୍ୟବହାର ଏବଂ ନିରନ୍ତର ତଦାରଖ ଆବଶ୍ୟକ


ଆନ୍ଧ୍ର ପ୍ରଦେଶ ନୂତନ ଅପରାଧିକ ଆଇନର ସମ୍ପୂର୍ଣ୍ଣ କାର୍ଯ୍ୟକାରିତାର ସମୀକ୍ଷା କରିବା ଉଚିତ, ଯାହାଦ୍ୱାରା ରାଜ୍ୟରେ ନୂତନ ଆଇନର କାର୍ଯ୍ୟକାରିତା ଯଥାଶୀଘ୍ର ସୁନିଶ୍ଚିତ କରାଯାଇପାରିବ

Posted On: 23 MAY 2025 7:14PM by PIB Bhubaneshwar

 

କେନ୍ଦ୍ର ସ୍ୱରାଷ୍ଟ୍ର ତଥସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ସହ ରାଜ୍ୟରେ ତିନୋଟି ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ଉପରେ ଏକ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ପୋଲିସ, କାରାଗାର, ଅଦାଲତ, ଅଭିଯୋଜନ ଏବଂ ଫରେନ୍ସିକ୍ ସମ୍ବନ୍ଧୀୟ ବିଭିନ୍ନ ନୂତନ ବ୍ୟବସ୍ଥାର କାର୍ଯ୍ୟକାରିତା ଏବଂ ବର୍ତ୍ତମାନର ସ୍ଥିତି ସମୀକ୍ଷା କରାଯାଇଥିଲା। ଏହି ବୈଠକରେ କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ, ଆନ୍ଧ୍ର ପ୍ରଦେଶର ମୁଖ୍ୟ ସଚିବ ଏବଂ ଗୃହ ମନ୍ତ୍ରଣାଳୟ ତଥା ଆନ୍ଧ୍ର ପ୍ରଦେଶ ସରକାରଙ୍କ ବରିଷ୍ଠ ଅଧିକାରୀ, ପୋଲିସ ମହାନିର୍ଦ୍ଦେଶକ, ବିପିଆର ଆଣ୍ଡ ଡି ମହାନିର୍ଦ୍ଦେଶକ ଏବଂ ଏନସିଆରବି ନିର୍ଦ୍ଦେଶକ ଉପସ୍ଥିତ ଥିଲେ।

କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅଣାଯାଇଥିବା ତିନୋଟି ନୂଆ ଅପରାଧିକ ଆଇନ ଭାରତୀୟ ସମ୍ବିଧାନର ଭାବନାକୁ ପ୍ରତିଫଳିତ କରିବା ଏବଂ ସେଗୁଡ଼ିକୁ ବାସ୍ତବ ରୂପ ଦେବା ପାଇଁ ଉଦ୍ଦିଷ୍ଟ। ସେ କହିଥିଲେ ଯେ କେବଳ ନୂଆ ଅପରାଧିକ ଆଇନ ପ୍ରଣୟନ ଦ୍ୱାରା ନାଗରିକ ଅଧିକାର ସୁଦୃଢ଼ ହେବ ନାହିଁ, ବରଂ ନାଗରିକମାନଙ୍କୁ ଅଧିକାର ପ୍ରଦାନ କରିବା ପାଇଁ ତୃଣମୂଳ ସ୍ତରରେ ଏହି ଆଇନଗୁଡ଼ିକର ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ଆବଶ୍ୟକ। ଶ୍ରୀ ଅମିତ ଶାହ କହିଥିଲେ ଯେ ନାଗରିକମାନେ କେବଳ ନୂତନ ଅପରାଧିକ ଆଇନର ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ଦ୍ୱାରା ସେମାନଙ୍କର ଅଧିକାର ପାଇପାରିବେ, ଯେଉଁଥିପାଇଁ ଜ୍ଞାନକୌଶଳର ବ୍ୟବହାର ଏବଂ ନିରନ୍ତର ତଦାରଖ ଆବଶ୍ୟକ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ନୂତନ ଅପରାଧିକ ଆଇନର ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ପାଇଁ ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତାର ସ୍ଥିତିକୁ ସମୀକ୍ଷା କରିବା ଉଚିତ ଏହା ରାଜ୍ୟରେ ନୂତନ ଆଇନର ଶୀଘ୍ର କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ପଥ ପରିଷ୍କାର କରିବ। ସେ କହିଥିଲେ ଯେ ଯଥାକ୍ରମେ ୬୦ ଏବଂ ୯୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିବା ଏବଂ ଚାର୍ଜ ପ୍ରସ୍ତୁତ ପାଇଁ ସମୟସୀମା ନିର୍ଦ୍ଧାରଣ କରିବା ଗୁରୁତ୍ୱପୂର୍ଣ୍ଣ।

ଶ୍ରୀ ଅମିତ ଶାହ କହିଥିଲେ ଯେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ମାସକୁ ଥରେ, ମୁଖ୍ୟ ଶାସନ ସଚିବ ପନ୍ଦର ଦିନରେ ଏବଂ ଗୃହ ଶାସନ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକ ସପ୍ତାହରେ ଥରେ ରାଜ୍ୟରେ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତାର ସ୍ଥିତି ସମୀକ୍ଷା କରିବା ଉଚିତ।

ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କୁ ତାଙ୍କ ନେତୃତ୍ୱରେ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ମାଧ୍ୟମରେ ଭାରତୀୟ ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ଏକ ବିରାଟ ପରିବର୍ତ୍ତନ ଆଣିବା ପାଇଁ କରାଯାଇଥିବା ପ୍ରୟାସ ପାଇଁ ଧନ୍ୟବାଦ ଜଣାଇଥିଲେ।

HS


(Release ID: 2130880)