ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

“ପ୍ରୋଜେକ୍ଟ ଲାୟନ” ଅଧୀନରେ କରାଯାଇଥିବା ଉଦ୍ୟମର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 21 MAY 2025 3:55PM by PIB Bhubaneswar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପ୍ରୋଜେକ୍ଟ ଲାୟନ’ ଅଧୀନରେ କରାଯାଉଥିବା ପ୍ର୍ରୟାସକୁ ପ୍ରଶଂସା କରିଛନ୍ତି । ଏହା ଗୁଜରାଟରେ ସିଂହମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହିତ ସେମାନଙ୍କୁ ଏକ ଅନୁକୂଳ ପରିବେଶ ପ୍ରଦାନ କରୁଛି ।

ଏକ୍ସରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦର ପଟେଲଙ୍କ ଦ୍ୱାରା କରାଯାଇଥିବା ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି:

“ବହୁତ ଉତ୍ସାହିତ କରୁଥିବା ସୂଚନା ! ଏହା ଦେଖି ବହୁତ ଖୁସି ଲାଗୁଛି ଯେ, ‘ପ୍ରୋଜେକ୍ଟ ଲାୟନ’ ଅଧୀନରେ କରାଯାଇଥିବା ଉଦ୍ୟମ ଯୋଗୁଁ ଗୁଜରାଟରେ ସିଂହମାନଙ୍କୁ ଅନୁକୂଳ ପରିବେଶ ମିଳିବା ସହ ସେମାନଙ୍କର ସଂରକ୍ଷଣ ମଧ୍ୟ ସୁନିଶ୍ଚିତ ହୋଇଛି ।”

 

SR


(रिलीज़ आईडी: 2130301) आगंतुक पटल : 23
इस विज्ञप्ति को इन भाषाओं में पढ़ें: Marathi , Bengali , Manipuri , Telugu , English , Urdu , हिन्दी , Assamese , Punjabi , Gujarati , Tamil , Kannada , Malayalam