ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମହାରାଷ୍ଟ୍ରର ସୋଲାପୁରରେ ଅଗ୍ନିକାଣ୍ଡରେ ପ୍ରାଣହାନୀ ଘଟଣାରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ପିଏମ୍ଏନ୍ଆର୍ଏଫ୍ରୁ ସହାୟତା ରାଶି ଘୋଷଣା
Posted On:
18 MAY 2025 9:27PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ସୋଲାପୁରରେ ଘଟିଥିବା ଅଗ୍ନିକାଣ୍ଡ ଦୁର୍ଘଟଣାରେ ହୋଇଥିବା ପ୍ରାଣହାନୀ ଯୋଗୁଁ ଗଭୀର ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଦୁର୍ଘଟଣାରେ ଆହତଙ୍କ ଆଶୁ ଆରୋଗ୍ୟ କାମନା ମଧ୍ୟ କରିଛନ୍ତି ।
ଏହି ଅବସରରେ ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି (ପିଏମ୍ଏନ୍ଆର୍ଏଫ୍)ରୁ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି;
“ମହାରାଷ୍ଟ୍ରର ସୋଲାପୁରରେ ଅଗ୍ନିକାଣ୍ଡ ଘଟଣାରେ ପ୍ରାଣହାନି ଯୋଗୁଁ ଗଭୀର ମର୍ମାହତ । ପ୍ରିୟଜନଙ୍କୁ ହରାଇଥିବା ଲୋକମାନଙ୍କ ପ୍ରତି ସମବେଦନା । ଆହତମାନେ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ।
ପିଏମ୍ଏନ୍ଆର୍ଏଫ୍ରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ ।”
@narendramodi
SR
(Release ID: 2129539)
Read this release in:
English
,
Urdu
,
Hindi
,
Marathi
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam