ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

ଆଖୁର ଏଫ୍ଆରପି କ୍ୱିଣ୍ଟାଲ ପିଛା ୩୫୫ ଟଙ୍କା ଏବଂ ମେଘାଳୟର ମାୱଲିଙ୍ଗଖୁଙ୍ଗରୁ ଆସାମର ପଞ୍ଚଗ୍ରାମ ପର୍ଯ୍ୟନ୍ତ ୪ ଲେନ ବିଶିଷ୍ଟ ଜାତୀୟ ରାଜପଥକୁ ମଞ୍ଜୁରି ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ


ମୋଦୀ ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ପାଖାପାଖି ୫ କୋଟି ଆଖୁ ଚାଷୀ ଏବଂ ସେମାନଙ୍କ ପରିବାର ତଥା ଚିନି କାରଖାନାରେ କାମ କରୁଥିବା ପାଖାପାଖି ୫ ଲକ୍ଷ ଶ୍ରମିକ ଉପକୃତ ହେବେ

ଆଖୁ ଚାଷୀଙ୍କ ସମୃଦ୍ଧି ଏବଂ ସେମାନଙ୍କ ଆୟ ବୃଦ୍ଧି ପାଇଁ ପ୍ରତିବଦ୍ଧ, ମୋଦିଜୀଙ୍କ ଏହି ନିଷ୍ପତ୍ତି କୃଷକମାନଙ୍କ ଜୀବନକୁ ଆହୁରି ଉନ୍ନତ ଏବଂ ସହଜ କରିବ

ଉତ୍ତର-ପୂର୍ବର ବିକାଶ ସର୍ବଦା ମୋଦୀ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି କହିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ

ଏହି ନିଷ୍ପତ୍ତି ଦ୍ୱାରା ଭାରତର ଅଷ୍ଟଲକ୍ଷ୍ମୀଙ୍କ ପାଇଁ ବିକାଶର ଏକ ନୂତନ ଦ୍ରୁତ ମାର୍ଗ ଉନ୍ମୁକ୍ତ ହେବ, ଯାହାଦ୍ୱାରା ପରିବହନ ନିରାପଦ ଏବଂ ବାଧାମୁକ୍ତ ହେବ

प्रविष्टि तिथि: 30 APR 2025 8:21PM by PIB Bhubaneshwar

କେନ୍ଦ୍ର ସ୍ୱରାଷ୍ଟ୍ର  ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଖୁ ପାଇଁ ବାର୍ଷିକ ଏଫ୍ଆରପି କ୍ୱିଣ୍ଟାଲ୍ ପିଛା ୩୫୫ ଟଙ୍କା ସ୍ଥିର କରିବା ଏବଂ ମେଘାଳୟର ମାୱଲିଙ୍ଗଖୁଙ୍ଗରୁ ଆସାମର ପଞ୍ଚଗ୍ରାମ ପର୍ଯ୍ୟନ୍ତ ୪ ଲେନ ବିଶିଷ୍ଟ ଗ୍ରୀନଫିଲ୍ଡ ଜାତୀୟ ରାଜପଥକୁ ମଞ୍ଜୁରି ଦେବା ଲାଗି କ୍ୟାବିନେଟ ନିଷ୍ପତ୍ତି ପାଇଁ କୃତଜ୍ଞତା ବ୍ୟକ୍ତ କରିଛନ୍ତି।

ଏକ୍ସ ପ୍ଲାଟଫର୍ମରେ ଏକ ପୋଷ୍ଟରେ କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ଆଖୁ ଚାଷୀମାନଙ୍କୁ ମୋଦୀ ସରକାରଙ୍କ ଉପହାର, ଏହି ନିଷ୍ପତ୍ତି ଦ୍ୱାରା ପ୍ରାୟ ୫ କୋଟି ଆଖୁ ଚାଷୀ ଏବଂ ସେମାନଙ୍କ ପରିବାର ତଥା ଚିନି କାରଖାନାରେ ନିୟୋଜିତ ପ୍ରାୟ ୫ ଲକ୍ଷ ଶ୍ରମିକ ଉପକୃତ ହେବେ।

ଶ୍ରୀ ଅମିତ ଶାହ କହିଥିଲେ ଯେ ଆଖୁ ଚାଷୀମାନଙ୍କ ସମୃଦ୍ଧି ଏବଂ ସେମାନଙ୍କ ଆୟ ବୃଦ୍ଧି ପାଇଁ ପ୍ରତିବଦ୍ଧ, ମୋଦିଜୀଙ୍କ ଏହି ନିଷ୍ପତ୍ତି କୃଷକମାନଙ୍କ ଜୀବନକୁ ଆହୁରି ଉନ୍ନତ ଏବଂ ସହଜ କରିବ।

ଅନ୍ୟ ଏକ ପୋଷ୍ଟରେ କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ଉତ୍ତର-ପୂର୍ବର ବିକାଶ ସର୍ବଦା ମୋଦୀ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ମେଘାଳୟର ମାୱଲିଙ୍ଗଖୁଙ୍ଗରୁ ଆସାମର ପଞ୍ଚଗ୍ରାମ ପର୍ଯ୍ୟନ୍ତ ୪ ଲେନ ବିଶିଷ୍ଟ ଗ୍ରୀନଫିଲ୍ଡ ଜାତୀୟ ରାଜପଥ ଅନୁମୋଦନ କରିଥିବାରୁ ସେ ଆମର ଉତ୍ତର-ପୂର୍ବର ଭଉଣୀ ଏବଂ ଭାଇମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଶ୍ରୀ ଶାହ କହିଥିଲେ ଯେ ଏହି ନିଷ୍ପତ୍ତି ଦ୍ୱାରା ଭାରତର ଅଷ୍ଟଲକ୍ଷ୍ମୀଙ୍କ ପାଇଁ ବିକାଶର ଏକ ନୂତନ ଦ୍ରୁତ ମାର୍ଗ ଉନ୍ମୁକ୍ତ ହେବ, ଯାହାଦ୍ୱାରା ପରିବହନର ଗତି ସୁରକ୍ଷିତ ଏବଂ ବାଧାମୁକ୍ତ ହେବ। ଏହି ପରିବର୍ତ୍ତନକାରୀ ନିଷ୍ପତ୍ତି ପାଇଁ ସେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କୁ କୃତଜ୍ଞତା ବ୍ୟକ୍ତ କରିଥିଲେ।

HS


(रिलीज़ आईडी: 2125639) आगंतुक पटल : 31
इस विज्ञप्ति को इन भाषाओं में पढ़ें: Assamese , English , Urdu , हिन्दी , Marathi , Gujarati