ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏଲନ ମସ୍କଙ୍କ ସହ ଆଲୋଚନାରେ ଦ୍ୱିପାକ୍ଷିକ ପ୍ରଯୁକ୍ତିବିଦ୍ୟା ସହଯୋଗର ସମ୍ଭାବନା ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 18 APR 2025 1:07PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ଏଲନ ମସ୍କଙ୍କ ସହ ଏକ ଗଠନମୂଳକ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ପାରସ୍ପରିକ ସ୍ୱାର୍ଥର ବିଭିନ୍ନ ପ୍ରସଙ୍ଗ ଉପରେ ଚର୍ଚ୍ଚା ହୋଇଥିଲା । ଚଳିତ ବର୍ଷ ଆରମ୍ଭରେ ୱାଶିଂଟନ ଡିସିରେ ହୋଇଥିବା ସେମାନଙ୍କ ସାକ୍ଷାତ ସମୟରେ ଆଲୋଚନାରେ ସାମିଲ ହୋଇଥିବା ବିଷୟଗୁଡିକ ଉପରେ ପୁନଃବିଚାର କରାଯାଇଥିଲା, ଯେଉଁଥିରେ ପ୍ରଯୁକ୍ତିବିଦ୍ୟା ବିକାଶ ପାଇଁ ସମାନ ଦୃଷ୍ଟିକୋଣକୁ ଗୁରୁତ୍ୱ ଦିଆଯାଇଥିଲା ।

ପ୍ରଧାନମନ୍ତ୍ରୀ ଭାରତ ଓ ଆମେରିକା ମଧ୍ୟରେ ପ୍ରଯୁକ୍ତିବିଦ୍ୟା ଓ ନବାଚାର କ୍ଷେତ୍ରରେ ସହଯୋଗର ବ୍ୟାପକ ସମ୍ଭାବନା ଉପରେ ଆଲୋକପାତ କରିଥିଲେ । ସେ ଏହି କ୍ଷେତ୍ରଗୁଡିକରେ ସହଭାଗିତା ଆଗକୁ ବଢ଼ାଇବା ପାଇଁ ଭାରତର ଦୃଢ଼ ପ୍ରତିବଦ୍ଧତାକୁ ପୁନଃ ଦୋହରାଇଥିଲେ ।

ସେ ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି:

“ଏଲନ୍ ମସ୍କଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ କଥା ହୋଇଥିଲୁ, ଯେଉଁଥିରେ ଚଳିତ ବର୍ଷ ଆରମ୍ଭରେ ୱାଶିଂଟନ ଡିସିରେ ହୋଇଥିବା ବୈଠକରେ ଆଲୋଚନା କରାଯାଇଥିବା ବିଷୟଗୁଡିକ ମଧ୍ୟ ସାମିଲ ଥିଲା । ଆମେ ପ୍ରଯୁକ୍ତିବିଦ୍ୟା ଏବଂ ନବାଚାର କ୍ଷେତ୍ରରେ ସହଯୋଗର ବ୍ୟାପକ ସମ୍ଭାବନା ବିଷୟରେ ଆଲୋଚନା କରିଥିଲୁ । ଭାରତ ଏହି କ୍ଷେତ୍ରଗୁଡିକରେ ଆମେରିକା ସହିତ ଆମର ସହଭାଗିତାକୁ ଅଧିକ ଗଭୀର କରିବା ପାଇଁ ପ୍ରତିବଦ୍ଧ ରହିଛି ।”

 

SR


(ରିଲିଜ ଆଡି: 2122800) ପରିଦର୍ଶକ କାଉଣ୍ଟର : 104