ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏଲନ ମସ୍କଙ୍କ ସହ ଆଲୋଚନାରେ ଦ୍ୱିପାକ୍ଷିକ ପ୍ରଯୁକ୍ତିବିଦ୍ୟା ସହଯୋଗର ସମ୍ଭାବନା ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ
Posted On:
18 APR 2025 1:07PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ଏଲନ ମସ୍କଙ୍କ ସହ ଏକ ଗଠନମୂଳକ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ପାରସ୍ପରିକ ସ୍ୱାର୍ଥର ବିଭିନ୍ନ ପ୍ରସଙ୍ଗ ଉପରେ ଚର୍ଚ୍ଚା ହୋଇଥିଲା । ଚଳିତ ବର୍ଷ ଆରମ୍ଭରେ ୱାଶିଂଟନ ଡିସିରେ ହୋଇଥିବା ସେମାନଙ୍କ ସାକ୍ଷାତ ସମୟରେ ଆଲୋଚନାରେ ସାମିଲ ହୋଇଥିବା ବିଷୟଗୁଡିକ ଉପରେ ପୁନଃବିଚାର କରାଯାଇଥିଲା, ଯେଉଁଥିରେ ପ୍ରଯୁକ୍ତିବିଦ୍ୟା ବିକାଶ ପାଇଁ ସମାନ ଦୃଷ୍ଟିକୋଣକୁ ଗୁରୁତ୍ୱ ଦିଆଯାଇଥିଲା ।
ପ୍ରଧାନମନ୍ତ୍ରୀ ଭାରତ ଓ ଆମେରିକା ମଧ୍ୟରେ ପ୍ରଯୁକ୍ତିବିଦ୍ୟା ଓ ନବାଚାର କ୍ଷେତ୍ରରେ ସହଯୋଗର ବ୍ୟାପକ ସମ୍ଭାବନା ଉପରେ ଆଲୋକପାତ କରିଥିଲେ । ସେ ଏହି କ୍ଷେତ୍ରଗୁଡିକରେ ସହଭାଗିତା ଆଗକୁ ବଢ଼ାଇବା ପାଇଁ ଭାରତର ଦୃଢ଼ ପ୍ରତିବଦ୍ଧତାକୁ ପୁନଃ ଦୋହରାଇଥିଲେ ।
ସେ ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି:
“ଏଲନ୍ ମସ୍କଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ କଥା ହୋଇଥିଲୁ, ଯେଉଁଥିରେ ଚଳିତ ବର୍ଷ ଆରମ୍ଭରେ ୱାଶିଂଟନ ଡିସିରେ ହୋଇଥିବା ବୈଠକରେ ଆଲୋଚନା କରାଯାଇଥିବା ବିଷୟଗୁଡିକ ମଧ୍ୟ ସାମିଲ ଥିଲା । ଆମେ ପ୍ରଯୁକ୍ତିବିଦ୍ୟା ଏବଂ ନବାଚାର କ୍ଷେତ୍ରରେ ସହଯୋଗର ବ୍ୟାପକ ସମ୍ଭାବନା ବିଷୟରେ ଆଲୋଚନା କରିଥିଲୁ । ଭାରତ ଏହି କ୍ଷେତ୍ରଗୁଡିକରେ ଆମେରିକା ସହିତ ଆମର ସହଭାଗିତାକୁ ଅଧିକ ଗଭୀର କରିବା ପାଇଁ ପ୍ରତିବଦ୍ଧ ରହିଛି ।”
SR
(Release ID: 2122800)
Visitor Counter : 35
Read this release in:
Assamese
,
English
,
Urdu
,
Marathi
,
Hindi
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam