@font-face { font-family: 'Poppins'; src: url('/fonts/Poppins-Regular.ttf') format('truetype'); font-weight: 400; font-style: normal; } body { font-family: 'Poppins', sans-serif; } .hero { background: linear-gradient(to right, #003973, #e5e5be); color: white; padding: 60px 30px; text-align: center; } .hero h1 { font-size: 2.5rem; font-weight: 700; } .hero h4 { font-weight: 300; } .article-box { background: white; border-radius: 10px; box-shadow: 0 8px 20px rgba(0,0,0,0.1); padding: 40px 30px; margin-top: -40px; position: relative; z-index: 1; } .meta-info { font-size: 1em; color: #6c757d; text-align: center; } .alert-warning { font-weight: bold; font-size: 1.05rem; } .section-footer { margin-top: 40px; padding: 20px 0; font-size: 0.95rem; color: #555; border-top: 1px solid #ddd; } .global-footer { background: #343a40; color: white; padding: 40px 20px 20px; margin-top: 60px; } .social-icons i { font-size: 1.4rem; margin: 0 10px; color: #ccc; } .social-icons a:hover i { color: #fff; } .languages { font-size: 0.9rem; color: #aaa; } footer { background-image: linear-gradient(to right, #7922a7, #3b2d6d, #7922a7, #b12968, #a42776); } body { background: #f5f8fa; } .innner-page-main-about-us-content-right-part { background:#ffffff; border:none; width: 100% !important; float: left; border-radius:10px; box-shadow: 0 8px 20px rgba(0,0,0,0.1); padding: 0px 30px 40px 30px; margin-top: 3px; } .event-heading-background { background: linear-gradient(to right, #7922a7, #3b2d6d, #7922a7, #b12968, #a42776); color: white; padding: 20px 0; margin: 0px -30px 20px; padding: 10px 20px; } .viewsreleaseEvent { background-color: #fff3cd; padding: 20px 10px; box-shadow: 0 .5rem 1rem rgba(0, 0, 0, .15) !important; } } @media print { .hero { padding-top: 20px !important; padding-bottom: 20px !important; } .article-box { padding-top: 20px !important; } }
WAVES BANNER 2025
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ୱେଭ୍ସ 'କ୍ରିଏଟ୍ ଇନ୍ ଇଣ୍ଡିଆ' ଚ୍ୟାଲେଞ୍ଜ ଅନ୍ତର୍ଗତ 'ରେଜୋନେଟ୍: ଦି ଇଡିଏମ୍ ଚ୍ୟାଲେଞ୍ଜ' ପାଇଁ ଶ୍ରେଷ୍ଠ ୧୦ ଫାଇନାଲିଷ୍ଟଙ୍କ ନାମ ଘୋଷଣା

 Posted On: 12 APR 2025 4:07PM |   Location: PIB Bhubaneshwar

 

ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ (ଓ୍ବେଭ୍ସ) ୨୦୨୫ ପୂର୍ବରୁ 'କ୍ରିଏଟ୍ ଇନ୍ ଇଣ୍ଡିଆ' ଚ୍ୟାଲେଞ୍ଜ ଅନ୍ତର୍ଗତ ଏକ ପ୍ରମୁଖ ପ୍ରତିଯୋଗିତା 'ରେଜୋନେଟ୍: ଦି ଇଡିଏମ ଚ୍ୟାଲେଞ୍ଜ' ମ୍ୟୁଜିକ ପ୍ରଡକ୍ସନ ଏବଂ ଲାଇଭ୍ ପରିବେଷଣ କ୍ଷେତ୍ରରେ ନବସୃଜନ, ସୃଜନଶୀଳତା ଏବଂ ସହଯୋଗ ଲାଗି ଇଲେକ୍ଟ୍ରୋନିକ ଡାନ୍ସ ମ୍ୟୁଜକ (ଇଡଏମ୍)ର ବିଶ୍ବ ପ୍ରତିଭାମାନଙ୍କୁ ଏକାଠି କରିଛି

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ (ଆଇଏଣ୍ଡବି), ଭାରତୀୟ ସଙ୍ଗୀତ ଶିଳ୍ପ (ଆଇଏମଆଇ) ସହଯୋଗରେ ଆଜି 'ରେଜୋନେଟ୍: ଦି ଇଡିଏମ୍ ଚ୍ୟାଲେଞ୍ଜ' ପାଇଁ ଶ୍ରେଷ୍ଠ ୧୦ ଜଣ ଅଂଶଗ୍ରହଣକାରୀଙ୍କ ନାମ ଘୋଷଣା କରିଛି। ଏକ ଅତ୍ୟନ୍ତ ପ୍ରତିଦ୍ବନ୍ଦ୍ବିତାମୂଳକ ଚୟନ ପ୍ରକ୍ରିୟା ଏବଂ ଶହ ଶହ ଆବେଦନ ମଧ୍ୟରୁ, ନିମ୍ନଲିଖିତ ଦଶ ଜଣ କଳାକାରଙ୍କୁ ୱେଭ୍ସ ବିଶ୍ୱ ମଞ୍ଚରେ ଲାଇଭ୍ ପ୍ରଦର୍ଶନ କରିବା ପାଇଁ ଚୟନ କରାଯାଇଛି, ଯାହା ୧-୪ମଇ, ୨୦୨୫ ପର୍ଯ୍ୟନ୍ତ ମୁମ୍ବାଇରେ ଅନୁଷ୍ଠିତ ହେବ:

ଶ୍ରୀକାନ୍ତ ଭେମୁଲା, ମୁମ୍ବାଇ, ମହାରାଷ୍ଟ୍ର

ମୟଙ୍କ ହରିଶ ବିଧାନି, ମୁମ୍ବାଇ, ମହାରାଷ୍ଟ୍ର

କ୍ଷୀତିଜ ନାଗେଶ ଖୋଡବେ, ପୁଣେ, ମହାରାଷ୍ଟ୍ର

ଆଦିତ୍ୟ ଦିଲବାଗୀ, ମୁମ୍ବାଇ, ମହାରାଷ୍ଟ୍ର

ଆଦିତ୍ୟ ଉପାଧ୍ୟାୟ, କୁମାରୀକଟା, ଆସାମ

ଦେବାଂଶ ରସ୍ତୋଗି, ନୂଆଦିଲ୍ଲୀ

ସୁମିତ ବିଲଟୁ ଚକ୍ରବର୍ତ୍ତୀ, ମୁମ୍ବାଇ, ମହାରାଷ୍ଟ୍ର

ମାର୍କ ରିଆନ ସିଲିହ, ମୁମ୍ବାଇ, ମହାରାଷ୍ଟ୍ର

ଦିବ୍ୟଜିତ ରାୟ, ବଙ୍ଗାଇଗାଓଁ, ଆସାମ

ନୋବାଜ୍ୟୋତି ବୋରୁଆ, ମୁମ୍ବାଇ, ମହାରାଷ୍ଟ୍ର

 

ଏହି ଶ୍ରେଷ୍ଠ ୧୦ ଜଣ କଳାକାର ଭାରତର ଇଲେକ୍ଟ୍ରୋନିକ୍ ସଙ୍ଗୀତ କ୍ଷେତ୍ରର ଏକ ବିବିଧତାଭରା ବର୍ଗର ପ୍ରତିନିଧିତ୍ୱ କରନ୍ତି, ଯେଉଁଥିରେ ଆମ୍ବିଏଣ୍ଟଠାରୁ ଆରମ୍ଭ କରି ଉଦ୍ଦାମତାଭରା ଡାନ୍ସ ମ୍ୟୁଜିକ ଅନ୍ତର୍ଭୁକ୍ତ । ଏହି ଚ୍ୟାଲେଞ୍ଜର ଲକ୍ଷ୍ୟ ଥିଲା ଇଲେକ୍ଟ୍ରୋନିକ୍ ସଙ୍ଗୀତ ଉତ୍ପାଦନ ଏବଂ ଡିଜେରେ ଭାରତୀୟ ଏବଂ ବିଶ୍ୱସ୍ତରୀୟ ଉଦୀୟମାନ ପ୍ରତିଭାମାନଙ୍କୁ ଆବିଷ୍କାର ଏବଂ ପ୍ରୋତ୍ସାହିତ କରିବା। ଏହି ପ୍ରତିଯୋଗିତାର ସଫଳତା ସଙ୍ଗୀତ ଫ୍ୟୁଜନ୍, ଇଲେକ୍ଟ୍ରୋନିକ୍ ସଙ୍ଗୀତ ଏବଂ ଡିଜେଇଙ୍ଗ୍ କଳାକୃତି ପାଇଁ ଏକ ବିଶ୍ୱବ୍ୟାପୀ କେନ୍ଦ୍ର ଭାବରେ ଭାରତର ସ୍ଥିତିକୁ ମଧ୍ୟ ସୁଦୃଢ଼ କରୁଛି। ଏହି ମନୋନୀତ ଫାଇନାଲିଷ୍ଟମାନେ ଏବେ ସେମାନଙ୍କର ଗ୍ରାଣ୍ଡ ଫିନାଲେ ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହେବେ ଯେଉଁଠାରେ ସେମାନେ ୱେଭସର ବିଶ୍ୱ ମଞ୍ଚରେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବେ।

ପ୍ରାରମ୍ଭିକ ପର୍ଯ୍ୟାୟ ପାଇଁ ଜୁରୀ ପ୍ୟାନେଲ:

ପ୍ରାରମ୍ଭିକ ପର୍ଯ୍ୟାୟରେ, ପ୍ରତିଯୋଗୀମାନଙ୍କୁ ଭାରତର ଅଗ୍ରଣୀ ମ୍ୟୁଜିକ ପ୍ରଡକ୍ସନ ଏବଂ ଡିଜେ ତାଲିମ ପ୍ରତିଷ୍ଠାନ ଲଷ୍ଟ ଷ୍ଟୋରିଜ୍ ଏକାଡେମୀର ସଙ୍ଗୀତ ପେସାଦାରମାନଙ୍କ ଦ୍ୱାରା ବିଚାର କରାଯାଇଥିଲା। ଏହି ଜୁରିରେ ଆମେ ଜିକ୍କର ଏବଂ ଅଂଶୁମାନ ପ୍ରଜାପତି ସାମିଲ ହୋଇଥିଲେ। ଆମେଙ୍କର ରେକର୍ଡିଂ ଏବଂ ମିଶ୍ରଣରେ ଏକ ଦଶନ୍ଧିରୁ ଅଧିକ ଅଭିଜ୍ଞତା ଅଛି ଏବଂ ସେ ଜଣେ ଅଭିଜ୍ଞ ଅଡିଓ ଇଞ୍ଜିନିୟର ଏବଂ ସଙ୍ଗୀତ ପ୍ରଯୋଜକ ଭାବେ ପରିଚିତ। ସେହିପରି ଅଂଶୁମାନଙ୍କର ବିଟବକ୍ସିଂରେ ୧୦ ବର୍ଷରୁ ଅଧିକ ଅଭିଜ୍ଞତା ଅଛି ଏବଂ ସେ ଗତ ତିନି ବର୍ଷ ଧରି ଜଣେ ସଂଗୀତ ପ୍ରଯୋଜକ ଭାବରେ କାର୍ଯ୍ୟ କରିଛନ୍ତି। ଅଂଶୁମାନ ଲୋଫି ଏବଂ ହିପ୍-ହପ୍ ସଙ୍ଗୀତରେ ବିଶେଷଜ୍ଞ ଭାବେ ଜଣାଶୁଣା।

****

TKM


Release ID: (Release ID: 2121335)   |   Visitor Counter: 40