@font-face { font-family: 'Poppins'; src: url('/fonts/Poppins-Regular.ttf') format('truetype'); font-weight: 400; font-style: normal; } body { font-family: 'Poppins', sans-serif; } .hero { background: linear-gradient(to right, #003973, #e5e5be); color: white; padding: 60px 30px; text-align: center; } .hero h1 { font-size: 2.5rem; font-weight: 700; } .hero h4 { font-weight: 300; } .article-box { background: white; border-radius: 10px; box-shadow: 0 8px 20px rgba(0,0,0,0.1); padding: 40px 30px; margin-top: -40px; position: relative; z-index: 1; } .meta-info { font-size: 1em; color: #6c757d; text-align: center; } .alert-warning { font-weight: bold; font-size: 1.05rem; } .section-footer { margin-top: 40px; padding: 20px 0; font-size: 0.95rem; color: #555; border-top: 1px solid #ddd; } .global-footer { background: #343a40; color: white; padding: 40px 20px 20px; margin-top: 60px; } .social-icons i { font-size: 1.4rem; margin: 0 10px; color: #ccc; } .social-icons a:hover i { color: #fff; } .languages { font-size: 0.9rem; color: #aaa; } footer { background-image: linear-gradient(to right, #7922a7, #3b2d6d, #7922a7, #b12968, #a42776); } body { background: #f5f8fa; } .innner-page-main-about-us-content-right-part { background:#ffffff; border:none; width: 100% !important; float: left; border-radius:10px; box-shadow: 0 8px 20px rgba(0,0,0,0.1); padding: 0px 30px 40px 30px; margin-top: 3px; } .event-heading-background { background: linear-gradient(to right, #7922a7, #3b2d6d, #7922a7, #b12968, #a42776); color: white; padding: 20px 0; margin: 0px -30px 20px; padding: 10px 20px; } .viewsreleaseEvent { background-color: #fff3cd; padding: 20px 10px; box-shadow: 0 .5rem 1rem rgba(0, 0, 0, .15) !important; } } @media print { .hero { padding-top: 20px !important; padding-bottom: 20px !important; } .article-box { padding-top: 20px !important; } }
WAVES BANNER 2025
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ଇନୋଭେଟ୍2ଏଜୁକେଟର ଶ୍ରେଷ୍ଠ ୧୦ ଫାଇନାଲିଷ୍ଟ: ଓ୍ବେଭ୍ସ ୨୦୨୫ ପୂର୍ବରୁ ହ୍ୟାଣ୍ଡହେଲ୍ଡ ଡିଭାଇସ୍ ଡିଜାଇନ୍ ଚ୍ୟାଲେଞ୍ଜ ଘୋଷଣା

 Posted On: 09 APR 2025 6:20PM |   Location: PIB Bhubaneshwar

ଇଣ୍ଡିଆନ୍ ଡିଜିଟାଲ୍ ଗେମିଂ ସୋସାଇଟି (ଆଇଡିଜିଏସ) ଇନୋଭେଟ2ଏଜୁକେଟ: ହ୍ୟାଣ୍ଡହେଲ୍ଡ ଡିଭାଇସ୍ ଡିଜାଇନ୍ ଚ୍ୟାଲେଞ୍ଜର ଶ୍ରେଷ୍ଠ ୧୦ ଫାଇନାଲିଷ୍ଟଙ୍କ ନାମ ଘୋଷଣା କରିଛି। ଆଗାମୀ ବିଶ୍ୱ ଅଡିଓ ଭିଜୁଆଲ୍ ଏଣ୍ଟରଟେନମେଣ୍ଟ ସମିଟ୍ (ଓ୍ବେଭ୍ସ) ୨୦୨୫ ର ଏକ ଅଂଶ ଭାବରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସହଯୋଗରେ ଆଇଡିଜିଏସ୍ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାର ଲକ୍ଷ୍ୟ ହେଉଛି ପ୍ରଯୁକ୍ତିବିଦ୍ୟା, ଶିକ୍ଷା ଏବଂ ଗେମିଂ କ୍ଷେତ୍ରରେ ଯୁବପିଢ଼ିଙ୍କ ମଧ୍ୟରେ ନବସୃଜନକୁ ପ୍ରୋତ୍ସାହିତ କରିବା ଏବଂ ଶିକ୍ଷଣ ଅଭିଜ୍ଞତାକୁ ରୂପାନ୍ତରିତ କରିପାରୁଥିବା ହ୍ୟାଣ୍ଡହେଲ୍ଡ ଡିଭାଇସଗୁଡ଼ିକର ଯୁଗାନ୍ତକାରୀ ଆଇଡିଆ ଏବଂ ଡିଜାଇନକୁ ପ୍ରେରଣା ଦେବା।

କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ ଆଟ୍ ୱେଭ୍ସ ୨୦୨୫ର ଏକ ପ୍ରମୁଖ ପଦକ୍ଷେପ ଭାବରେ ଆରମ୍ଭ ହୋଇଥିବା, ଇନୋଭେଟ2ଏଜୁକେଟ ଚ୍ୟାଲେଞ୍ଜ ବିଶ୍ୱର ଛାତ୍ର, ଡିଜାଇନର୍, ଷ୍ଟାର୍ଟଅପ୍ ଏବଂ ଟେକ୍ ଉତ୍ସାହୀମାନଙ୍କୁ ପରବର୍ତ୍ତୀ ପିଢ଼ିର ପୋର୍ଟେବଲ୍ ଡିଭାଇସ୍ କଳ୍ପନା କରିବାକୁ ଆମନ୍ତ୍ରଣ କରିଥିଲା ଯାହା ବିଭିନ୍ନ ଉପଭୋକ୍ତା ଗୋଷ୍ଠୀ ପାଇଁ ମନୋରଞ୍ଜନ ଏବଂ ଶିକ୍ଷାକୁ ମିଶ୍ରଣ କରିଥାଏ।

ଶିଳ୍ପ ବ୍ୟକ୍ତିତ୍ବ, ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞ, ଶିକ୍ଷାବିତ୍ ଏବଂ ଡିଜାଇନରମାନଙ୍କୁ ନେଇ ଗଠିତ ଏକ ବିଶେଷଜ୍ଞ ଜୁରି ପ୍ୟାନେଲ ଦ୍ୱାରା ମୂଲ୍ୟାଙ୍କନ ପରେ ୧୮୫୬ ପଞ୍ଜୀକରଣରୁ ଶ୍ରେଷ୍ଠ ୧୦ ଜଣ ଫାଇନାଲିଷ୍ଟଙ୍କୁ ଚୟନ କରାଯାଇଛି। ଜୁରୀ ମଣ୍ଡଳୀରେ ଏରୁଡିଟିଓର ସହ-ପ୍ରତିଷ୍ଠାତା ଶ୍ରୀଯୁକ୍ତ ଇନ୍ଦ୍ରଜିତ ଘୋଷ, ହୁଇଅନର ଭାରତ ଏବଂ ସାର୍କର ଦେଶ ପରିଚାଳକ ଶ୍ରୀଯୁକ୍ତ ରାଜୀବ ନାଗର ଏବଂ ସ୍କ୍ୱିଡ୍ ଏକାଡେମୀର ସହ-ପ୍ରତିଷ୍ଠାତା ଏବଂ ଉତ୍ପାଦ ମୁଖ୍ୟ ଶ୍ରୀଯୁକ୍ତ ଜେଫ୍ରି କ୍ରେ ଅନ୍ତର୍ଭୁକ୍ତ ଥିଲେ।

 

ଏମାନେ ହେଉଛନ୍ତି ୧୦ ଜଣ ଫାଇନାଲିଷ୍ଟ:

କର୍ଣ୍ଣାଟ ପର୍ବ - କୋଡ୍ କ୍ରାଫ୍ଟ ଜୁନିଅର (କର୍ଣ୍ଣାଟକ)

ବିଦ୍ୟାର୍ଥୀ - ପିଲାମାନଙ୍କ ପାଇଁ ସ୍ମାର୍ଟ ଶିକ୍ଷଣ ଟାବଲେଟ୍: ଏକ ପାରସ୍ପରିକ ଏବଂ ଅନୁକୂଳିତ ଶିକ୍ଷାଗତ ସହଯୋଗୀ (କର୍ଣ୍ଣାଟକ ଏବଂ ଆନ୍ଧ୍ର ପ୍ରଦେଶ)

ଟେକ୍ ଟାଇଟାନ୍ସ - ଇଣ୍ଟରାକ୍ଟିଭ୍ ଲେଖା ସାହାଯ୍ୟ ସହିତ ସ୍ମାର୍ଟ ହସ୍ତଲିପି ଶିକ୍ଷଣ ଉପକରଣ (ତାମିଲନାଡୁ)

ପ୍ରୋଟୋମାଇଣ୍ଡସ୍ - ଏଡୁସ୍ପାର୍କ (ଦିଲ୍ଲୀ, କେରଳ, ୟୁପି, ବିହାର)

ଆପେକ୍ସ ଆଚିଭର୍ସ - ବିଓଡିଏମଏଏସ କ୍ୱେଷ୍ଟ: ସ୍ମାର୍ଟ ଶିକ୍ଷା ପାଇଁ ଗେମିଫାଏଡ୍ ଗଣିତ ଶିକ୍ଷା (ତାମିଲନାଡୁ)

ସାଇନ୍ସଭର୍ସ - ପିଲାମାନଙ୍କ ପାଇଁ ପାରସ୍ପରିକ ଶିକ୍ଷାଗତ ହ୍ୟାଣ୍ଡହେଲ୍ଡ ଡିଭାଇସର ଅନିବାର୍ଯ୍ୟତା (ଇଣ୍ଡୋନେସିଆ)

ଭି୨୦ - ଭିଫିଟ୍ - ଖେଳ ମାଧ୍ୟମରେ ପାରସ୍ପରିକ ଶିକ୍ଷା (ତାମିଲନାଡୁ)

ଓ୍ବରିଆର୍ସ - ମହା-ଶାସ୍ତ୍ରୀ (ଦିଲ୍ଲୀ)

କିଡିମୈତ୍ରୀ - ହ୍ୟାଣ୍ଡହେଲ୍ଡ ଗାଣିତିକ ଗେମିଂ କନସୋଲ (ମୁମ୍ବାଇ, ଓଡ଼ିଶା, କର୍ଣ୍ଣାଟକ)

ଇ-ଗ୍ରୁଟ୍ସ - ମାଇକ୍ରୋ କଣ୍ଟ୍ରୋଲର ମାଷ୍ଟରି କିଟ୍ (ତାମିଲନାଡୁ)

 

ଶ୍ରେଷ୍ଠ ୧୦ ଟି ଦଳ ମୁମ୍ବାଇରେ ଆୟୋଜିତ ଓ୍ବେଭ୍ସ ୨୦୨୫ରେ ଏକ ସ୍ୱତନ୍ତ୍ର ମଞ୍ଚରେ ନିଜର ଆଇଡିଆର ଉପସ୍ଥାପନ କରିବେ। ଏହି ଚ୍ୟାଲେଞ୍ଜର ବିଜେତାଙ୍କୁ ମନ୍ତ୍ରଣାଳୟ ପକ୍ଷରୁ ଗ୍ରାଣ୍ଡ ଫିନାଲେରେ ସମ୍ବର୍ଦ୍ଧିତ କରାଯିବ।

 

TKM


Release ID: (Release ID: 2120639)   |   Visitor Counter: 28