ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପଦ୍ମଶ୍ରୀ ରାମସହାୟ ପାଣ୍ଡେଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

Posted On: 09 APR 2025 4:58PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଖ୍ୟାତ ଲୋକ କଳାକାର ପଦ୍ମଶ୍ରୀ ରାମସହାୟ ପାଣ୍ଡେଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

“ସୁପ୍ରସିଦ୍ଧ ଲୋକ କଳାକାର ପଦ୍ମଶ୍ରୀ ରାମସହାୟ ପାଣ୍ଡେଙ୍କ ବିୟୋଗରେ ଗଭୀର ଦୁଃଖିତ । ନିଜର ଅଦ୍ଭୁତ କଳା, ନିଷ୍ଠା ଏବଂ କଠିନ ପରିଶ୍ରମ ବଳରେ ସେ ବୁନ୍ଦେଲଖଣ୍ଡର ଲୋକନୃତ୍ୟ ରାଇ ପାଇଁ ଅନ୍ତର୍ଜାତୀୟ ଖ୍ୟାତି ଆଣିଦେଇଥିଲେ । ତାଙ୍କର ବିୟୋଗ ଦେଶର କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ଏହି ଦୁଃଖ ସମୟରେ ଇଶ୍ୱର ତାଙ୍କର ଆତ୍ମୀୟସ୍ୱଜନ ଏବଂ ପ୍ରଶଂସକଙ୍କୁ ଶକ୍ତି ପ୍ରଦାନ କରନ୍ତୁ । ଓମ୍ ଶାନ୍ତି!”

 

SR


(Release ID: 2120636) Visitor Counter : 15