ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମୁଦ୍ରା ଯୋଜନାର ୧୦ ବର୍ଷର ଅର୍ଥ ସଶକ୍ତୀକରଣ ଓ ଉଦ୍ୟୋଗ: ପ୍ରଧାନମନ୍ତ୍ରୀ

Posted On: 08 APR 2025 6:46PM by PIB Bhubaneshwar

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ୧୦ ବର୍ଷ ପୂରଣ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରି ଏହାକୁ ‘ସଶକ୍ତୀକରଣ ଓ ଉଦ୍ୟୋଗ’ ଭାବେ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଉଚିତ ସହାୟତା ପାଇଲେ ଭାରତର ଜନସାଧାରଣ ବିସ୍ମୟ ସୃଷ୍ଟି କରିପାରିବେ ।

ଶୁଭାରମ୍ଭ ପରଠାରୁ ମୁଦ୍ରା ଯୋଜନାରେ ୩୩ ଲକ୍ଷ କୋଟି ଟଙ୍କାର ୫୨ କୋଟି ଗ୍ୟାରେଣ୍ଟିବିହୀନ ଋଣ ପ୍ରଦାନ କରାଯାଇଛି । ଏହି ଯୋଜନାର ୭୦% ଋଣ ମହିଳା ହିତାଧିକାରୀ ପାଇଥିବା ବେଳେ ୫୦% SC/ST/OBC ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି/ପଛୁଆ ବର୍ଗ ଉଦ୍ୟୋଗକୁ ମିଳିଛି । ପ୍ରଥମ ଥର ପାଇଁ ବ୍ୟବସାୟୀ ହୋଇଥିବା ହିତାଧିକାରୀମାନେ ୧୦ ଲକ୍ଷ କୋଟି ଟଙ୍କା ଋଣ ଆକାରରେ ପାଇଥିବା ବେଳେ ପ୍ରଥମ ତିନି ବର୍ଷରେ ୧ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି । ବିହାରରେ ସର୍ବାଧିକ ୬ କୋଟି ହିତାଧିକାରୀଙ୍କ ପାଇଁ ଋଣ ମଞ୍ଜୁର ହୋଇଥିବା ବେଳେ ଏହା ଦେଶବ୍ୟାପୀ ଦୃଢ଼ ଉଦ୍ୟମିତା ଭାବନା ସୃଷ୍ଟି କରିପାରିଛି ।

ମୁଦ୍ର ଯୋଜନା ଜୀବନକୁ ବଦଳାଇପାରୁଥିବା ନେଇ ମାଇଁଗଭଇଣ୍ଡିଆ MyGovIndia ପକ୍ଷରୁ ହୋଇଥିବା ଏକ୍ସ ଥ୍ରେଡର ଏକ ପୋଷ୍ଟ ର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“#10YearsofMUDRA ମୁଦ୍ରା ଯୋଜନାର ୧୦ ବର୍ଷର ଅର୍ଥ ସଶକ୍ତୀକରଣ ଓ ଉଦ୍ୟୋଗ । ଏହା ପ୍ରମାଣ କରିଛି କି ଉଚିତ ସହାୟତା ପାଇଲେ ଭାରତର ଜନସାଧାରଣ ବିସ୍ମୟ ସୃଷ୍ଟି କରିପାରିବେ ।”

SR

 


(Release ID: 2120265) Visitor Counter : 16