ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତ ସହାୟତାରେ ଶ୍ରୀଲଙ୍କାରେ ନିର୍ମିତ ରେଳ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

Posted On: 06 APR 2025 12:09PM by PIB Bhubaneshwar

 

06.04.2025 : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଶ୍ରୀଲଙ୍କାର ରାଷ୍ଟ୍ରପତି ମହାମହିମ ଅନୁରା କୁମାର ଦିଶାନାୟକଙ୍କ ସହ ଆଜି ଅନୁରାଧାପୁରରେ ଭାରତ ସହାୟତାରେ ନିର୍ମିତ ଦୁଇଟି ରେଳ ପ୍ରକଳ୍ପର ଉଦଘାଟନ କରିବା ସହିତ ସମାରୋହରେ ଅଂଶଗ୍ରହଣ କରିଥିଲେ

ଉଭୟ ନେତା ଭାରତ ପକ୍ଷରୁ ୯୧.୨୭ ନିୟୁତ ଆମେରିକୀୟ ଡଲାର ସହାୟତାରେ ୧୨୮ କିଲୋମିଟର ମାହୋ-ଓମାନଥାଇ ରେଳଲାଇନର ଉଦଘାଟନ କରିବା ପରେ ୧୪.୮୯ ଆମେରିକୀୟ ଡଲାର ଭାରତୀୟ ଅନୁଦାନ ସହାୟତାରେ ନିର୍ମିତ ମାହୋରୁ ଅନୁରାଧାପୁର ପର୍ଯ୍ୟନ୍ତ ଏକ ଉନ୍ନତ ସିଗନାଲିଂ ସିଷ୍ଟମ ନିର୍ମାଣର ଶୁଭାରମ୍ଭ କରିଥିଲେ

ଭାରତ-ଶ୍ରୀଲଙ୍କା ବିକାଶ ଭାଗିଦାରୀ ଅଧୀନରେ କାର୍ଯ୍ୟକାରୀ ହୋଇଥିବା ଏହି ଐତିହାସିକ ରେଳ ଆଧୁନିକୀକରଣ ପ୍ରକଳ୍ପଗୁଡିକ ଶ୍ରୀଲଙ୍କାରେ ଉତ୍ତର-ଦକ୍ଷିଣ ରେଳ ସଂଯୋଗକୁ ସୁଦୃଢ଼ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଏହାଦ୍ୱାରା ସାରା ଦେଶରେ ଉଭୟ ଯାତ୍ରୀ ମାଲ ପରିବହନ ଦ୍ରୁତ ଦକ୍ଷ ହୋଇପାରିବ

BS


(Release ID: 2119617) Visitor Counter : 10