ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତ ସହାୟତାରେ ଶ୍ରୀଲଙ୍କାରେ ନିର୍ମିତ ରେଳ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 06 APR 2025 12:09PM by PIB Bhubaneswar

 

06.04.2025 : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଶ୍ରୀଲଙ୍କାର ରାଷ୍ଟ୍ରପତି ମହାମହିମ ଅନୁରା କୁମାର ଦିଶାନାୟକଙ୍କ ସହ ଆଜି ଅନୁରାଧାପୁରରେ ଭାରତ ସହାୟତାରେ ନିର୍ମିତ ଦୁଇଟି ରେଳ ପ୍ରକଳ୍ପର ଉଦଘାଟନ କରିବା ସହିତ ସମାରୋହରେ ଅଂଶଗ୍ରହଣ କରିଥିଲେ ।

ଉଭୟ ନେତା ଭାରତ ପକ୍ଷରୁ ୯୧.୨୭ ନିୟୁତ ଆମେରିକୀୟ ଡଲାର ସହାୟତାରେ ୧୨୮ କିଲୋମିଟର ମାହୋ-ଓମାନଥାଇ ରେଳଲାଇନର ଉଦଘାଟନ କରିବା ପରେ ୧୪.୮୯ ଆମେରିକୀୟ ଡଲାର ର ଭାରତୀୟ ଅନୁଦାନ ସହାୟତାରେ ନିର୍ମିତ ମାହୋରୁ ଅନୁରାଧାପୁର ପର୍ଯ୍ୟନ୍ତ ଏକ ଉନ୍ନତ ସିଗନାଲିଂ ସିଷ୍ଟମ ନିର୍ମାଣର ଶୁଭାରମ୍ଭ କରିଥିଲେ ।

ଭାରତ-ଶ୍ରୀଲଙ୍କା ବିକାଶ ଭାଗିଦାରୀ ଅଧୀନରେ କାର୍ଯ୍ୟକାରୀ ହୋଇଥିବା ଏହି ଐତିହାସିକ ରେଳ ଆଧୁନିକୀକରଣ ପ୍ରକଳ୍ପଗୁଡିକ ଶ୍ରୀଲଙ୍କାରେ ଉତ୍ତର-ଦକ୍ଷିଣ ରେଳ ସଂଯୋଗକୁ ସୁଦୃଢ଼ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଏହାଦ୍ୱାରା ସାରା ଦେଶରେ ଉଭୟ ଯାତ୍ରୀ ଓ ମାଲ ପରିବହନ ଦ୍ରୁତ ଓ ଦକ୍ଷ ହୋଇପାରିବ ।

BS


(ରିଲିଜ ଆଡି: 2119617) ପରିଦର୍ଶକ କାଉଣ୍ଟର : 92