ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମରିସସ ଜାତୀୟ ଦିବସ ସମାରୋହରେ ସେଠାକାର ସର୍ବୋଚ୍ଚ ନାଗରିକ ପୁରସ୍କାରରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Posted On: 12 MAR 2025 3:12PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମରିସସ୍ ସାଧାରଣତନ୍ତ୍ରର ୫୭ତମ ଜାତୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି

ସମାରୋହ ଉପଲକ୍ଷେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମରିସସର ସର୍ବୋଚ୍ଚ ନାଗରିକ ସମ୍ମାନ ଗ୍ରାଣ୍ଡ କମାଣ୍ଡର୍‌ ଅଫ୍‌ ଦ ଅର୍ଡର ଅଫ୍‌ ଦ ଷ୍ଟାର୍‌ ଆଣ୍ଡ କି ଅଫ୍‌ ଦ ଇଣ୍ଡିଆନ ଓସନ୍‌ (ଜିସିଏସକେ) ପୁରସ୍କାରରେ ସମ୍ମାନିତ କରାଯାଇଛି ପ୍ରଥମ ଥର ପାଇଁ ଜଣେ ଭାରତୀୟ ନେତାଙ୍କୁ ଏହି ସମ୍ମାନ ମିଳିଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପୁରସ୍କାରକୁ ଭାରତ ଏବଂ ମରିସସ ମଧ୍ୟରେ ରହିଥିବା ନିବିଡ଼ ବନ୍ଧୁତା ଏବଂ ଭାରତର ୧୪୦ କୋଟି ନାଗରିକ ମରିସସର ୧୩ ଲକ୍ଷ ଭାଇ ଭଉଣୀମାନଙ୍କୁ ଉତ୍ସର୍ଗ କରିଛନ୍ତି

ଜାତୀୟ ଦିବସ ସମାରୋହରେ ଭାରତୀୟ ନୌସେନାର ଏକ ଦଳ ପରେଡରେ ଅଂଶଗ୍ରହଣ କରିଥିଲା ସେହିପରି ଭାରତୀୟ ନୌସେନାର ଗୋଟିଏ ଜାହାଜ ମଧ୍ୟ ଜାତୀୟ ଦିବସ ସମାରୋହ ଅବସରରେ ସେଠାକାର ବନ୍ଦରରେ ପହଞ୍ଚିଥିଲା

******

P.S.


(Release ID: 2110867) Visitor Counter : 11