ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଶ୍ରୀମତୀ ରେଖା ଗୁପ୍ତାଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 20 FEB 2025 1:38PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେଶପଥ ଗ୍ରହଣ କରିଥିବାରୁ ଶ୍ରୀମତୀ ରେଖା ଗୁପ୍ତାଙ୍କୁ ଅଭିନନ୍ଦନଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ସେ ତୃଣମୂଳ ସ୍ତରରୁଉଠିଛନ୍ତି, କ୍ୟାମ୍ପସ ରାଜନୀତି, ରାଜ୍ୟ ସଙ୍ଗଠନ, ପୌରପାଳିକା ପ୍ରଶାସନ, ବିଧାୟକ ଭାବେ ସକ୍ରିୟ ରହିବାପରେ ଏବେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି:

“ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଶ୍ରୀମତୀରେଖା ଗୁପ୍ତା ଜୀଙ୍କୁ ଅଭିନନ୍ଦନ । ସେ ତୃଣମୂଳ ସ୍ତରରୁଉଠିଛନ୍ତି, କ୍ୟାମ୍ପସ ରାଜନୀତି, ରାଜ୍ୟ ସଙ୍ଗଠନ, ପୌରପାଳିକା ପ୍ରଶାସନ, ବିଧାୟକ ଭାବେ ସକ୍ରିୟ ରହିବାପରେ ଏବେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ମୋର ବିଶ୍ୱାସ ଅଛିଦିଲ୍ଲୀର ବିକାଶ ପାଇଁ ସେ  ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟ କରିବେ ।ଏକ ଫଳପ୍ରଦ ଭବିଷ୍ୟତ ପାଇଁ ତାଙ୍କୁ ଶୁଭେଚ୍ଛା ।@gupta_rekha”

SR


(ରିଲିଜ ଆଡି: 2105180) ପରିଦର୍ଶକ କାଉଣ୍ଟର : 58