ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଶ୍ରୀମତୀ ରେଖା ଗୁପ୍ତାଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
Posted On:
20 FEB 2025 1:38PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେଶପଥ ଗ୍ରହଣ କରିଥିବାରୁ ଶ୍ରୀମତୀ ରେଖା ଗୁପ୍ତାଙ୍କୁ ଅଭିନନ୍ଦନଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ସେ ତୃଣମୂଳ ସ୍ତରରୁଉଠିଛନ୍ତି, କ୍ୟାମ୍ପସ ରାଜନୀତି, ରାଜ୍ୟ ସଙ୍ଗଠନ, ପୌରପାଳିକା ପ୍ରଶାସନ, ବିଧାୟକ ଭାବେ ସକ୍ରିୟ ରହିବାପରେ ଏବେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି:
“ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଶ୍ରୀମତୀରେଖା ଗୁପ୍ତା ଜୀଙ୍କୁ ଅଭିନନ୍ଦନ । ସେ ତୃଣମୂଳ ସ୍ତରରୁଉଠିଛନ୍ତି, କ୍ୟାମ୍ପସ ରାଜନୀତି, ରାଜ୍ୟ ସଙ୍ଗଠନ, ପୌରପାଳିକା ପ୍ରଶାସନ, ବିଧାୟକ ଭାବେ ସକ୍ରିୟ ରହିବାପରେ ଏବେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ମୋର ବିଶ୍ୱାସ ଅଛିଦିଲ୍ଲୀର ବିକାଶ ପାଇଁ ସେ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟ କରିବେ ।ଏକ ଫଳପ୍ରଦ ଭବିଷ୍ୟତ ପାଇଁ ତାଙ୍କୁ ଶୁଭେଚ୍ଛା ।@gupta_rekha”
SR
(Release ID: 2105180)
Visitor Counter : 10
Read this release in:
Telugu
,
English
,
Urdu
,
Marathi
,
Hindi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Kannada
,
Malayalam