ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସଠିକ ଖାଦ୍ୟ ପରୀକ୍ଷାରେ ଭଲ କରିବାରେ ସାହାଯ୍ୟ କରିବ : ପ୍ରଧାନମନ୍ତ୍ରୀ

प्रविष्टि तिथि: 13 FEB 2025 7:27PM by PIB Bhubaneswar

ସଠିକ ଖାଦ୍ୟ ଏବଂ ଉଚିତ୍ ନିଦ୍ରା ଜଣଙ୍କୁ ପରୀକ୍ଷାରେ ଭଲରେ ଲେଖିବାରେ ସାହାଯ୍ୟ କରିବ ବୋଲି ଜୋର ଦେଇ କହିବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ‘ପରୀକ୍ଷା ପେ ଚର୍ଚ୍ଚା’ର ଚତୁର୍ଥ ଏପିସୋଡ୍ ଦେଖିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଏକ୍ସରେ କରାଯାଇଥିବା ଏକ ପୋଷ୍ଟର ଉତ୍ତରରେ ଶ୍ରୀ ମୋଦୀ କହିଛନ୍ତି :

“ଯଦି ତୁମର ଖାଇବା ଠିକ୍ ଅଛି, ତେବେ ତୁମେ ପରୀକ୍ଷାକୁ ଭଲ ଭାବରେ ଲେଖିବାରେ ସକ୍ଷମ ହେବ ! ‘ପରୀକ୍ଷା ପେ ଚର୍ଚ୍ଚା’ର ଚତୁର୍ଥ ଏପିସୋଡ୍ ପରୀକ୍ଷା ପ୍ରସ୍ତୁତି ସମୟରେ ଖାଦ୍ୟ-ପାନୀୟ ଏବଂ ଭଲ ନିଦ ବିଷୟ ଉପରେ ଆଧାରିତ । ଆସନ୍ତାକାଲି ଫେବୃଆରୀ ୧୪ ତାରିଖରେ ଏହି ବିଷୟ ଉପରେ ସୋନାଲି ସବରୱାଲ୍‌, ରୁଜୁତା ଦିୱାକର ଏବଂ ରେୱନ୍ତ ହିମତସିଙ୍ଗକାଙ୍କ ମତାମତ ଶୁଣନ୍ତୁ ।

#PPC2025 #ExamWarriors

@foodpharmer2”

 

SR


(रिलीज़ आईडी: 2103212) आगंतुक पटल : 46
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam