ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
azadi ka amrit mahotsav

ମାଘ ପୂର୍ଣ୍ଣିମାର ଚତୁର୍ଥ ଅମୃତ ସ୍ନାନ ଅବସରରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ କୋଟି କୋଟି ଭକ୍ତ

Posted On: 12 FEB 2025 11:34PM by PIB Bhubaneshwar

ବୁଧବାର ମାଘ ପୂର୍ଣ୍ଣିମା ଅବସରରେ ଅନୁଷ୍ଠିତ ହୋଇଥିବା ଚତୁର୍ଥ ଅମୃତ ସ୍ନାନ ଅବସରରେ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ କୋଟି କୋଟି ଭକ୍ତ ବୁଡ ପକାଇଛନ୍ତି ଭାରତୀୟଙ୍କ ସମେତ ଲକ୍ଷ ଲକ୍ଷ ବିଦେଶୀ ଭକ୍ତ ବି ଅମୃତ ସ୍ନାନ କରିଥିବା ସୂଚନା ମିଳିଛି ବୁଧବାର ସନ୍ଧ୍ୟା ୬ଟା ସୁଦ୍ଧା ଉତ୍ତର ପ୍ରଦେଶ ସରକାରଙ୍କ ସୂଚନା ଅନୁସାରେ ମାଘ ପୂର୍ଣ୍ଣିମାରେ ପ୍ରାୟ ୧.୯୦ କୋଟି ଭକ୍ତ ବୁଡ଼ ପକାଇଛନ୍ତି

ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଏହି ଦିନ ସଙ୍ଗମରେ ବୁଡ ପକାଇଲେ ଅଶେଷ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଥିବାରୁ ରାତିରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା ୧୧ ଫେବୃୟାରୀ ସନ୍ଧ୍ୟା ୬ଟା ୫୫ରୁ ୧୨ ଫେବୃୟାରୀ ସନ୍ଧ୍ୟା ୭ଟା ୨୨ ପର୍ଯ୍ୟନ୍ତ ମାଘ ପୂର୍ଣ୍ଣିମାର ପବିତ୍ର ସ୍ନାନ ଅବସର ରହିଥିଲା

କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ମହାକୁମ୍ଭ ମେଳା ପ୍ରଶାସନ ପକ୍ଷରୁ ମେଳା ପଡିଆରେ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ପବିତ୍ର ସ୍ନାନ ପରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟସ୍ଥଳକୁ ଯିବା ପାଇଁ ବିଭିନ୍ନ ଘାଟରେ ଭକ୍ତ ଶ୍ରଦ୍ଧାଳୁମାନେ ଅଧିକ ସମୟ ବ୍ୟତୀତ କରିବା ପାଇଁ ପରାମର୍ଶ ଦିଆଯାଇଥିଲା ତେବେ ଏପରି ବନ୍ଦୋବସ୍ତ ପାଇଁ ମାଘ ପୂର୍ଣ୍ଣିମା ସ୍ନାନ ସହଜ ସୁଖଦ ହୋଇପାରିଥିଲା

ଭକ୍ତ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଆବଶ୍ୟକୀୟ ବିସ୍ତୃତ ପରାମର୍ଶ ସହ ମଙ୍ଗଳବାର ରାତିଠାରୁ ମେଳା ପଡିଆରେ ଭାରିଏବଲ ମେସେଜିଂ ଡିସପ୍ଲେଜ (ଭିଏମଡିଟି)ର ବି ବନ୍ଦୋବସ୍ତ ହୋଇଥିଲା

ମାଘ ପୂର୍ଣ୍ଣିିମାର ବ୍ରାହ୍ମ ମୂହୁର୍ତରେ ତ୍ରିବେଣୀରେ ସ୍ନାନ କରି କଳ୍ପବାସୀମାନେ ନିଜ ନିଜ କ୍ୟାମ୍ପକୁ ଫେରିଥିଲେ ଯଥାବିଧି ପୂଜାର୍ଚ୍ଚନା କରି ପ୍ରାୟ ୧୦ ଲକ୍ଷ କଳ୍ପବାସୀମାନେ ମହାକୁମ୍ଭକୁ ବିଦାୟ ଜଣାଇ ଗୃହାଭିମୁଖୀ ହୋଇଥିଲେ କଳ୍ପବାସୀମାନଙ୍କ ନିରାପଦ ସୁରକ୍ଷିତ ପ୍ରତ୍ୟାବର୍ତନ ପାଇଁ ମହାକୁମ୍ଭ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା

ମାଘ ମେଳା ପ୍ରଶାସନ, ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ପୋଲିସ, ସଫେଇ କର୍ମଚାରୀ, ସ୍ୱେଚ୍ଛାସେବୀ ସଂସ୍ଥା, ନାଉରିଆ, ଉଭୟ କେନ୍ଦ୍ର ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ମିଳିତ ପ୍ରଚେଷ୍ଟାରେ ମହାକୁମ୍ଭ ୨୦୨୫ ସଫଳତାର ଶିଖରକୁ ଛୁଇଁପାରିଛି ବୋଲି ସୂଚନା ଦିଆଯାଇଛି

PBD


(Release ID: 2102633) Visitor Counter : 15