ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରିନ୍ସ କରିମ୍ ଆଗା ଖାନ୍ ଚତୁର୍ଥଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
Posted On:
05 FEB 2025 4:10PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରିନ୍ସ କରିମ୍ ଆଗା ଖାନ୍ ଚତୁର୍ଥଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କୁ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଭାବରେ ପ୍ରଶଂସା କରିଛନ୍ତି, ଯିଏ ନିଜ ଜୀବନକୁ ସେବା ତଥା ଆଧ୍ୟାତ୍ମିକତା ପାଇଁ ଉତ୍ସର୍ଗ କରିଥିଲେ । ସ୍ୱାସ୍ଥ୍ୟ, ଶିକ୍ଷା, ଗ୍ରାମୀଣ ବିକାଶ ଏବଂ ମହିଳା ସଶକ୍ତିକରଣ ଭଳି କ୍ଷେତ୍ରରେ ତାଙ୍କ ଅବଦାନକୁ ସେ ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି :
“ପ୍ରିନ୍ସ କରିମ୍ ଆଗା ଖାନ ଚତୁର୍ଥଙ୍କ ବିୟୋଗରେ ଗଭୀର ଦୁଃଖିତ । ସେ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଥିଲେ, ଯିଏ ନିଜ ଜୀବନକୁ ସେବା ଏବଂ ଆଧ୍ୟାତ୍ମିକତା ପାଇଁ ଉତ୍ସର୍ଗ କରିଥିଲେ । ସ୍ୱାସ୍ଥ୍ୟ, ଶିକ୍ଷା, ଗ୍ରାମୀଣ ବିକାଶ ଏବଂ ମହିଳା ସଶକ୍ତିକରଣ ଭଳି କ୍ଷେତ୍ରରେ ତାଙ୍କର ଅବଦାନ ଲୋକମାନଙ୍କୁ ପ୍ରେରଣା ଯୋଗାଇବ । ତାଙ୍କ ସହ ଆଲୋଚନାକୁ ମୁଁ ସର୍ବଦା ସ୍ମରଣ ରଖିବି । ତାଙ୍କ ପରିବାର ଏବଂ ସମଗ୍ର ବିଶ୍ୱରେ ତାଙ୍କର ଲକ୍ଷ ଲକ୍ଷ ଅନୁଗାମୀ ତଥା ପ୍ରଶଂସକଙ୍କ ପ୍ରତି ମୋର ସମବେଦନା ।”
SR
(Release ID: 2100113)
Visitor Counter : 10
Read this release in:
English
,
Urdu
,
Marathi
,
Hindi
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam