ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରତିଷ୍ଠା ଦିବସ ଅବସରରେ ଆଦର୍ଶ ସେବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
01 FEB 2025 9:30AM by PIB Bhubaneswar
ଆମର ବିସ୍ତୃତ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳକୁ ସୁରକ୍ଷା ଦେବାରେ ସାହସିକତା, ଉତ୍ସର୍ଗୀକୃତତା ଏବଂ ନିରନ୍ତର ସଚେତନତା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ତଟରକ୍ଷୀ ବାହିନୀର ପ୍ରଶଂସା କରିଛନ୍ତି । ଭାରତୀୟ ତଟରକ୍ଷୀ ବାହିନୀର ପ୍ରତିଷ୍ଠା ଦିବସ ଅବସରରେ ଶ୍ରୀ ମୋଦୀ କହିଛନ୍ତି ଯେ, ସାମୁଦ୍ରିକ ସୁରକ୍ଷାରୁ ଆରମ୍ଭ କରି ବିପର୍ଯ୍ୟୟ ମୁକାବିଲା ପର୍ଯ୍ୟନ୍ତ, ଚୋରା ଚାଲାଣ ବିରୋଧୀ କାର୍ଯ୍ୟରୁ ଆରମ୍ଭ କରି ପରିବେଶ ସୁରକ୍ଷା ପର୍ଯ୍ୟନ୍ତ, ଭାରତୀୟ ତଟରକ୍ଷୀ ବାହିନୀ ଆମ ସମୁଦ୍ରର ଜଣେ ଅଭେଦ୍ୟ ରକ୍ଷକ, ଯିଏ ଆମର ଜଳ ଏବଂ ଲୋକମାନଙ୍କର ସୁରକ୍ଷା ସୁନିଶ୍ଚିତ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :
“ଆଜି, ପ୍ରତିଷ୍ଠା ଦିବସ ଅବସରରେ ଆମେ ସେମାନଙ୍କର ସାହସିକତା, ନିଷ୍ଠା ଏବଂ ନିରନ୍ତର ସଚେତନତା ସହିତ ଆମର ବିସ୍ତୃତ ଉପକୂଳବର୍ତ୍ତୀ ଅଞ୍ଚଳକୁ ସୁରକ୍ଷିତ ରଖିଥିବାରୁ ଆମେ ଭାରତୀୟ ତଟରକ୍ଷୀ ବାହିନୀର ପ୍ରଶଂସା କରୁଛୁ । ସାମୁଦ୍ରିକ ସୁରକ୍ଷାରୁ ବିପର୍ଯ୍ୟୟ ମୁକାବିଲା ପର୍ଯ୍ୟନ୍ତ, ଚୋରା ଚାଲାଣ ବିରୋଧୀ କାର୍ଯ୍ୟରୁ ଆରମ୍ଭ କରି ପରିବେଶ ସୁରକ୍ଷା ପର୍ଯ୍ୟନ୍ତ, ଭାରତୀୟ ତଟରକ୍ଷୀ ବାହିନୀ ଆମ ସମୁଦ୍ରର ଜଣେ ଅଭେଦ୍ୟ ରକ୍ଷକ, ଯିଏ ଆମ ଜଳ ଏବଂ ଲୋକମାନଙ୍କ ସୁରକ୍ଷା ନିଶ୍ଚିତ କରୁଛନ୍ତି ।
@IndiaCoastGuard”
SR
(ରିଲିଜ ଆଡି: 2098658)
ପରିଦର୍ଶକ କାଉଣ୍ଟର : 54
ଏହି ରିଲିଜ ପଢନ୍ତୁ :
Malayalam
,
English
,
Urdu
,
हिन्दी
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada