ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
୩୧ ଆର୍ଦ୍ରଭୂମି ମାନ୍ୟତା ପ୍ରାପ୍ତ ସହର ତାଲିକାରେ ସ୍ଥାନ ପାଇଥିବାରୁ ଇନ୍ଦୋର ଓ ଉଦୟପୁରକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
Posted On:
25 JAN 2025 5:52PM by PIB Bhubaneshwar
ବିଶ୍ୱର ୩୧ ଆର୍ଦ୍ରଭୂମି ମାନ୍ୟତା ପ୍ରାପ୍ତ ସହର ତାଲିକାରେ ସ୍ଥାନ ପାଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇନ୍ଦୋର ଏବଂ ଉଦୟପୁରକୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ, ଏହି ମାନ୍ୟତା ଭାରତର ନିରନ୍ତର ବିକାଶ ତଥା ପ୍ରକୃତି ଏବଂ ସହରୀ ଅଭିବୃଦ୍ଧି ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି ।
ଏକ୍ସରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଭୁପେନ୍ଦର ଯାଦବଙ୍କ ଏକ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି :
“ଇନ୍ଦୋର ଏବଂ ଉଦୟପୁରକୁ ଅଭିନନ୍ଦନ ! ଏହି ମାନ୍ୟତା ସ୍ଥାୟୀ ବିକାଶ ଏବଂ ପ୍ରକୃତି ଓ ସହରୀ ଅଭିବୃଦ୍ଧି ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ଆମର ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଏହି ଉପଲବ୍ଧି ଆମ ଦେଶରେ ସବୁଜ, ସ୍ୱଚ୍ଛତା ଏବଂ ଅଧିକ ପରିବେଶ ଅନୁକୂଳ ସହରାଞ୍ଚଳ ସୃଷ୍ଟି କରିବା ଦିଗରେ କାର୍ଯ୍ୟ ଜାରି ରଖିବାକୁ ସମସ୍ତଙ୍କୁ ପ୍ରେରଣା ଯୋଗାଇବ।”
SR
(Release ID: 2096579)
Read this release in:
Telugu
,
English
,
Urdu
,
Marathi
,
Hindi
,
Bengali
,
Manipuri
,
Punjabi
,
Gujarati
,
Tamil
,
Kannada
,
Malayalam