ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଷ୍ଟ୍ରପତି ପ୍ରବୋୱୋ ସୁବିଆନ୍ତୋଙ୍କୁ ସ୍ୱାଗତ କରି ଭାରତ ଗୌରବାନ୍ୱିତ : ପ୍ରଧାନମନ୍ତ୍ରୀ


ଯେତେବେଳେ ଆମେ ଆମର ପ୍ରଥମ ଗଣତନ୍ତ୍ର ଦିବସ ପାଳନ କରିଥିଲୁ, ଇଣ୍ଡୋନେସିଆ ଅତିଥି ରାଷ୍ଟ୍ର ଥିଲା ଏବଂ ବର୍ତ୍ତମାନ, ଆମେ ଯେତେବେଳେ ଭାରତ ଗଣତାନ୍ତ୍ରିକ ଦେଶ ହେବାର ୭୫ ବର୍ଷ ପାଳନ କରୁଛୁ, ସେତେବେଳେ ରାଷ୍ଟ୍ରପତି ସୁବିଆନ୍ତୋ ଏହି ଉତ୍ସବରେ ଯୋଗଦେବେ : ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 25 JAN 2025 5:48PM by PIB Bhubaneswar

ଇଣ୍ଡୋନେସିଆର ରାଷ୍ଟ୍ରପତି ଶ୍ରୀ ପ୍ରବୋୱୋ ସୁବିଆନ୍ତୋଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ, ଭାରତ-ଇଣ୍ଡୋନେସିଆ ବ୍ୟାପକ ରଣନୀତିକ ସହଭାଗିତା ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଛି । ଇଣ୍ଡୋନେସିଆ ଆମର ଆକ୍ଟ ଇଷ୍ଟ ନୀତିର ମୂଳ ସ୍ଥାନ ଏବଂ ଇଣ୍ଡୋନେସିଆର ବ୍ରିକ୍ସ ସଦସ୍ୟତାକୁ ଭାରତ ସ୍ୱାଗତ କରୁଛି ।

ଏକ୍ସରେ ଏକ ଥ୍ରେଡ୍ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି :

“ରାଷ୍ଟ୍ରପତି ପ୍ରବୋୱୋ ସୁବିଆନ୍ତୋଙ୍କୁ ସ୍ୱାଗତ କରି ଭାରତ ଗୌରବାନ୍ୱିତ ।

ଯେତେବେଳେ ଆମେ ଆମର ପ୍ରଥମ ଗଣତନ୍ତ୍ର ଦିବସ ପାଳନ କରିଥିଲୁ, ସେହିସମୟରେ ଇଣ୍ଡୋନେସିଆ ଅତିଥି ରାଷ୍ଟ୍ର ଥିଲା ଏବଂ ବର୍ତ୍ତମାନ, ଯେତେବେଳେ ଆମେ ଭାରତ ଗଣତାନ୍ତ୍ରିକ ଦେଶ ହେବାର ୭୫ ବର୍ଷ ପାଳନ କରୁଛୁ, ସେତେବେଳେ ରାଷ୍ଟ୍ରପତି ସୁବିଆନ୍ତୋ ଏହି ଉତ୍ସବରେ ଯୋଗଦେବେ । ଆମେ ଭାରତ-ଇଣ୍ଡୋନେସିଆ ବ୍ୟାପକ ରଣନୀତିକ ସହଭାଗିତାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲୁ ।

@prabowo”

“ଆମେ ସୁରକ୍ଷା, ପ୍ରତିରକ୍ଷା ଉତ୍ପାଦନ, ବାଣିଜ୍ୟ, ଫିନ୍‌ଟେକ୍‌, ଏଇ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଭାରତ-ଇଣ୍ଡୋନେସିଆ ସମ୍ପର୍କକୁ ଗଭୀର କରିବାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛୁ । ଖାଦ୍ୟ ନିରାପତ୍ତା, ଶକ୍ତି ଏବଂ ବିପର୍ଯ୍ୟୟ ପରିଚାଳନା ଭଳି କ୍ଷେତ୍ରଗୁଡିକ ମଧ୍ୟ ସେହି କ୍ଷେତ୍ର ଯେଉଁଠାରେ ଆମେ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ଆଗ୍ରହୀ ।”

“ବିଭିନ୍ନ ବହୁପକ୍ଷୀୟ ପ୍ଲାଟଫର୍ମରେ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟ ଘନିଷ୍ଠ ସହଯୋଗ କରୁଛନ୍ତି । ଇଣ୍ଡୋନେସିଆ ଆମର ଆକ୍ଟ ଇଷ୍ଟ ନୀତିର ମୂଳ ସ୍ଥାନ ଏବଂ ଆମେ ଇଣ୍ଡୋନେସିଆର ବ୍ରିକ୍ସ ସଦସ୍ୟତାକୁ ସ୍ୱାଗତ କରୁଛୁ ।”

SR


(ରିଲିଜ ଆଡି: 2096578) ପରିଦର୍ଶକ କାଉଣ୍ଟର : 42