ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 26 JAN 2025 8:30AM by PIB Bhubaneshwar

ସାଧାରଣତନ୍ତ୍ର ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆଜି ଆମେ ଗଣତନ୍ତ୍ର ହେବାର ୭୫ ଗୌରବମୟ ବର୍ଷ ପାଳନ କରୁଛୁ ।

ଏକ୍ସରେ ପୃଥକ ପୃଥକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି :

“ସାଧାରଣତନ୍ତ୍ର ଦିବସର ଶୁଭକାମନା !

ଆଜି, ଆମେ ଗଣତନ୍ତ୍ର ହେବାର ୭୫ ଗୌରବମୟ ବର୍ଷ ପାଳନ କରୁଛୁ । ଏହି ଅବସରରେ ଆମେ ସମସ୍ତ ମହାନ ମହିଳା ଏବଂ ପୁରୁଷଙ୍କୁ ପ୍ରଣାମ କରୁଛୁ ଯେଉଁମାନେ ଆମର ସମ୍ବିଧାନ ପ୍ରସ୍ତୁତ କରିଛନ୍ତି ଏବଂ ନିଶ୍ଚିତ କରିଛନ୍ତି ଯେ, ଆମର ବିକାଶ ଯାତ୍ରା ଗଣତନ୍ତ୍ର, ଗୌରବ ଏବଂ ଏକତା ଉପରେ ଆଧାରିତ । ଏହି ରାଷ୍ଟ୍ରୀୟ ଉତ୍ସବ ଆମ ସମ୍ବିଧାନର ଆଦର୍ଶକୁ ବଜାୟ ରଖିବା ସହ ଏକ ଶକ୍ତିଶାଳୀ ତଥା ସମୃଦ୍ଧ ଭାରତ ଗଠନ କରିବା ଦିଗରେ ଆମର ଉଦ୍ୟମକୁ ଆହୁରି ଦୃଢ଼ କରୁ, ଏହା ମୋର କାମନା ।”

SR


(Release ID: 2096575) Visitor Counter : 46