ସଂସ୍କୃତି ମନ୍ତ୍ରଣାଳୟ
ମହାକୁମ୍ଭ ୨୦୨୫ : ଆହ୍ଲାବାଦ ସଂଗ୍ରହାଳୟରେ ଭାଗବତ ପ୍ରଦର୍ଶନୀକୁ ଉଦଘାଟନ କଲେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ
ଭାଗବତ ପ୍ରଦର୍ଶନୀରେ ୭୫ଟି ଛୋଟ ଛୋଟ ଚିତ୍ର ସ୍ଥାନିତ
ଶ୍ରୀକୃଷ୍ଣଙ୍କ ବିଭିନ୍ନ ଲୀଳା ଉପରେ ପର୍ଯ୍ୟବସିତ ଏହି ମେଳା
କୁମ୍ଭ ଭାରତର ଐକ୍ୟତାର ଜ୍ୱଳନ୍ତ ନିଦର୍ଶନ : ଶେଖାୱତ
ମହାକୁମ୍ଭ ବିବିଧତାକୁ ଗୋଟିଏ ମଂଚକୁ ଆଣିଛି : ଶେଖାୱତ
Posted On:
23 JAN 2025 10:58AM by PIB Bhubaneshwar
ବୁଧବାର ଦିନ ଆହ୍ଲାବାଦ ସଂଗ୍ରହାଳୟରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଭାଗବତ ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି । ସମସ୍ତେ ଚଳିତ ମହାକୁମ୍ଭକୁ ସାକାର କରିବା ପାଇଁ ଚେଷ୍ଟା କରୁଥିବା ସେ ଉଲ୍ଲେଖ କରିଥିଲେ । ପ୍ରୟାଗରାଜ ସଂଗ୍ରହାଳୟରେ ପ୍ରଦର୍ଶିତ ହେଉଥିବା ଭାଗବତ ପ୍ରଦର୍ଶନୀରେ ବହୁ ଆକର୍ଷଣୀୟ ଫଟୋ ଚିତ୍ର ସ୍ଥାନିତ ହୋଇଛି ।
ସଂଗ୍ରହାଳୟ ପରିସରରେ ରହିଥିବା ସହିଦ ଚନ୍ଦ୍ରଶେଖର ଆଜାଦଙ୍କୁ ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରି କେନ୍ଦ୍ରମନ୍ତ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଭାଗବତ ପ୍ରଦର୍ଶନୀର ସମୀକ୍ଷା କରିଥିଲେ । ସମଗ୍ର ବିଶ୍ୱ, ଜୀବନ, ସମାଜ, କଳା, ସଂସ୍କୃତିର ବାର୍ତା ଉପରେ ଏହି ଚିତ୍ରସବୁ ପର୍ଯ୍ୟବସିତ ହୋଇଥିବା ମନ୍ତ୍ରୀ କହିଛନ୍ତି । କୁମ୍ଭ ପରମ୍ପରା, ପ୍ରଭୁ ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କ ବ୍ୟକ୍ତିତ୍ୱ ଉପରେ ଆଧାରିତ ବିଭିନ୍ନ ମୂଲ୍ୟବାନ ଚିତ୍ର ସଂଗ୍ରହ କରି ସଂଗ୍ରହାଳୟରେ ସ୍ଥାନିତ କରାଯାଇଥିବାରୁ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଥିଲେ ।
ମହାକୁମ୍ଭର ବିରାଟ ଆୟୋଜନକୁ ପ୍ରଶଂସା କରି ଉତ୍ସବକୁ ମହତର କରିବା ପାଇଁ ଏଭଳି ଭାଗବତ ପ୍ରଦର୍ଶନୀ ଆୟୋଜିତ ହୋଇଥିବା କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ କହିଥିଲେ । ପ୍ରଭୁ ଶ୍ରୀରାମଙ୍କ ସମ୍ପର୍କିତ ବିଭିନ୍ନ କାହାଣୀର ପ୍ରତିଛବି ଏପ୍ରକାର ପ୍ରଦର୍ଶନୀରେ ଦେଖିବାକୁ ମିଳିଛି ବୋଲି କହି କେନ୍ଦ୍ରମନ୍ତ୍ରୀ ଆଧୁନିକ ଚିତ୍ରକଳାକୁ ଭୂୟସୀ ପ୍ରଶଂସା କରିଥିଲେ ।
ଭାରତର ବିରାଟ ରୂପକୁ ଚଳିତ ମହାକୁମ୍ଭ ଦର୍ଶାଉଥିବା ମନ୍ତ୍ରୀ କହିଥିଲେ । ସବୁପ୍ରକାର ମତଧର୍ମୀମାନଙ୍କୁ ଗୋଟିଏ ମଂଚରେ ବାନ୍ଧି ରଖୁଛି ଏହି ଅଦ୍ଭୂତ ଆସର ବୋଲି ମନ୍ତ୍ରୀ ଦୋହରାଇ ଥିଲେ । ଅତୀତରେ ବିଭିନ୍ନ ଶାସକଙ୍କ ରାଜୁତି କାଳରେ ଭାରତବର୍ଷକୁ ଖଣ୍ଡ ଖଣ୍ଡ କରିବାକୁ ଚାହୁଁଥିବା ବିଭିନ୍ନ ଲୋକଙ୍କ ପାଇଁ କୁମ୍ଭମେଳା ଏକତାର ଏକ ଚିରନ୍ତନ ଗାଥା । ମହାକୁମ୍ଭ ସମୟରେ କଳାଗ୍ରାମରେ ଶାଶ୍ୱତ କୁମ୍ଭ ନାଁରେ ଏକ ପ୍ରଦର୍ଶନୀର ବି ଆୟୋଜନ କରାଯାଇଥିବା ମନ୍ତ୍ରୀ କହିଥିଲେ । ଏହି ଅବସରରେ ପ୍ରଦର୍ଶନୀ କାଟାଲଗ ବା ସୂଚୀପୁସ୍ତକକୁ ମନ୍ତ୍ରୀ ଅନାବରଣ କରିଥିଲେ ।
ପରେ ପରେ ବିଭିନ୍ନ ପଦାଧିକାରୀଙ୍କ ସହ ସେ ଆଜାଦ ପାଥ, ଭାସ୍କର୍ଯ୍ୟ ଶିଳ୍ପ ଗ୍ୟାଲେରୀ, ଟେରାକୋଟା ଗ୍ୟାଲେରୀ ପରି ବିଭିନ୍ନ ଗ୍ୟାଲେରୀ ପରିଦର୍ଶନ କରିଥିଲେ । ସଂଗ୍ରହାଳୟର ଇତିହାସ ତଥା ବିଭିନ୍ନ ସଂଗ୍ରହ ଉପରେ ସଂଗ୍ରହାଳୟ ନିର୍ଦ୍ଦେଶକ ସବିଶେଷ ସୂଚନା ପ୍ରଦାନ କରିଥିଲେ । ଏହାଛଡା ସଂଗ୍ରହାଳୟର ପାକ୍ଷିକ ପତ୍ରିକା ବିବିଧକୁ ଉନ୍ମୋଚନ କରିବା ସହ ସଂଗ୍ରହାଳୟ ଭିତରକୁ ପ୍ରବେଶ ପାଇଁ ସ୍ୱତନ୍ତ୍ର ମହାକୁମ୍ଭ ଟିକେଟ ବି ମନ୍ତ୍ରୀ ଶୁଭାରମ୍ଭ କରିଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ସମୟରେ ସଂଗ୍ରହାଳୟର ସମସ୍ତ ପଦାଧିକାରୀ ଓ ସ୍ଥାନୀୟ ନାଗରିକ ଉପସ୍ଥିତ ରହିଥିଲେ ।
PBD
(Release ID: 2095450)
Visitor Counter : 9