ସଂସ୍କୃତି ମନ୍ତ୍ରଣାଳୟ
azadi ka amrit mahotsav

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ତମ ଜୟନ୍ତୀରେ ଭାରତ ପାଳୁଛି ପରାକ୍ରମ ଦିବସ


ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ୨୩ ଜାନୁୟାରୀରେ କାର୍ଯ୍ୟକ୍ରମ ଉଦଘାଟନ କରିବେ ଓଡିଶା ମୁଖ୍ୟମନ୍ତ୍ରୀ

Posted On: 21 JAN 2025 5:56PM by PIB Bhubaneshwar

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ଐତିହାସିକ କଟକ ସହରର ବାରବାଟୀ ଦୁର୍ଗ ଭିତରେ ୨୩ ଜାନୁୟାରୀରୁ ୨୫ ଜାନୁୟାରୀ ପର୍ଯ୍ୟନ୍ତ ପରାକ୍ରମ ଦିବସ ପାଳନ କରାଯିବ ନେତାଜୀଙ୍କ ୧୨୮ତମ ଜୟନ୍ତୀ ଉପଲକ୍ଷେ ତିନି ଦିନ ଧରି ଚାଲିବାକୁ ଥିବା ବହୁମୁଖୀ କାର୍ଯ୍ୟକ୍ରମକୁ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିବେ

କେନ୍ଦ୍ର ସରକାରଙ୍କ ନିଷ୍ପତି କ୍ରମେ ଦେଶରେ ପ୍ରଥମ ପରାକ୍ରମ ଦିବସ କୋଲକାତାସ୍ଥିତ ଭିକ୍ଟୋରିଆ ମେମୋରିଆଲ ହଲରେ ପାଳନ କରାଯାଇଥିଲା ୨୦୨୨ ମସିହାରେ ନୂଆଦିଲ୍ଲୀର ଇଣ୍ଡିଆ ଗେଟଠାରେ ନେତାଜୀଙ୍କ ହଲୋଗ୍ରାମ ରହିଥିବା ଏକ ଷ୍ଟାଚ୍ୟୁକୁ ଅନାବରଣ କରାଯାଇଥିଲା ୨୦୨୩ ମସିହାରେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ରହିଥିବା ୨୧ଟି ଛୋଟ ବଡ ଦ୍ୱୀପକୁ ୨୧ ଜଣ ପରମବୀର ଚକ୍ର ବିଜେତାଙ୍କ ନାମରେ ନାମକରଣ କରାଯାଇଥିଲା ୨୦୨୪ରେ ନୂଆଦିଲ୍ଲୀସ୍ଥିତ ଐତିହାସିକ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ

 ତେବେ ଏହି ପରମ୍ପରାକ୍ରମେ ଚଳିତବର୍ଷ ନେତାଜୀଙ୍କ ଜନ୍ମସ୍ଥାନ କଟକ ସହରରେ କେନ୍ଦ୍ର ସଂସ୍କୃତି ବିଭାଗ ପକ୍ଷରୁ ଜାତୀୟ ପରାକ୍ରମ ଦିବସ ପାଳନର କାର୍ଯ୍ୟକ୍ରମ ରହିଛି ଏହି ତିନି ଦିନିଆ କାର୍ଯ୍ୟକ୍ରମ ଅଧୀନରେ ଓଡିଶା ମୁଖ୍ୟମନ୍ତ୍ରୀ ଅନ୍ୟ ପଦାଧିକାରୀମାନେ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟରେ ରହିଥିବା ତାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ସଂଗ୍ରହାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରିବେ ପରେ ପରେ ବାରବାଟୀ ଦୁର୍ଗ ଭିତରେ ଜାତୀୟସ୍ତରୀୟ ପରାକ୍ରମ ଦିବସ ପାଳନ କରାଯିବ ପ୍ରଧାନମନ୍ତ୍ରୀଙ୍କ ଏକ ଭିଡିଓ ମେସେଜରୁ ଆରମ୍ଭ ହୋଇ ନେତାଜୀଙ୍କ ସମ୍ପର୍କିତ ବିଭିନ୍ନ ପୁସ୍ତକ, ଫଟୋ, ଚିଠି, କାଗଜପତ୍ରର ପ୍ରଦର୍ଶନ ମଧ୍ୟ କରାଯିବ ନେତାଜୀଙ୍କ ଜୀବନ ବୃତ୍ତାନ୍ତ ସ୍ୱାଧୀନତା ସଂଗ୍ରାମ ଉପରେ ଆଧାରିତ ବିଭିନ୍ନ ତଥ୍ୟ ପ୍ରଦର୍ଶିତ କରାଯିବ ଏହି ଅବସରରେ ଚିତ୍ରକଳା ଶିବିର ସହ ଭାସ୍କର୍ଯ୍ୟ ଶିଳ୍ପ ନିର୍ମାଣ କରିବାର ମଧ୍ୟ ବନ୍ଦୋବସ୍ତ କରାଯାଇଛି ନେତାଜୀ ଏବଂ ଓଡିଶା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ

PBD/Swadhin


(Release ID: 2095032) Visitor Counter : 36