ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଦୁର୍ଗମ ଓ ମାଓବାଦୀ ପ୍ରଭାବିତ ଅଞ୍ଚଳରେ ସବୁପ୍ରକାର ବିକାଶକୁ ସୁନିଶ୍ଚିତ କରିବା ଦିଗରେ ମହାରାଷ୍ଟ୍ର ସରକାରଙ୍କ ପ୍ରଚେଷ୍ଟାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

प्रविष्टि तिथि: 02 JAN 2025 10:20AM by PIB Bhubaneshwar

ରାଜ୍ୟର ଦୁର୍ଗମ ଓ ମାଓବାଦୀ ପ୍ରଭାବିତ ଅଞ୍ଚଳରେ ସବୁପ୍ରକାର ବିକାଶକୁ ସୁନିଶ୍ଚିତ କରିବା ଦିଗରେ ମହାରାଷ୍ଟ୍ର ସରକାରଙ୍କ ପ୍ରଚେଷ୍ଟାକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।

ଏକ୍ସ ରେ ଶ୍ରୀ ଦେବେନ୍ଦ୍ର ଫଡନାବିସ କରିଥିବା ଏକ ପୋଷ୍ଟର ପ୍ରତିକ୍ରିୟାରେ ଶ୍ରୀ ମୋଦୀ ଲେଖିଛନ୍ତି:

“ଦୁର୍ଗମ ଓ ମାଓବାଦୀ ପ୍ରଭାବିତ ଅଞ୍ଚଳରେ ସବୁପ୍ରକାର ବିକାଶକୁ ସୁନିଶ୍ଚିତ କରିବା ଦିଗରେ ମହାରାଷ୍ଟ୍ର ସରକାରଙ୍କ ପ୍ରଚେଷ୍ଟାକୁ ମୁଁ ପ୍ରଶଂସା କରୁଛି । ଏହା ନିଶ୍ଚିତ ଭାବେ ‘ଇଜ୍ ଅଫ୍ ଲିଭିଙ୍ଗ’କୁ ପ୍ରୋତ୍ସାହିତ କରିବ ଏବଂ ଅଧିକ ବିକାଶ ଦିଗରେ ରାସ୍ତା ଦେଖାଇବ । ଗଡ଼ଚିରୋଲି ଏବଂ ଏହାର ପାଖଆଖ ଅଞ୍ଚଳର ଭାଇଭଉଣୀଙ୍କୁ ମୁଁ ସ୍ୱତନ୍ତ୍ର ଭାବେ ଅଭିନନ୍ଦନ ଜଣାଉଛି!”

SR


(रिलीज़ आईडी: 2089728) आगंतुक पटल : 41
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam