ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଚେସ୍ ଚାମ୍ପିଅନ୍ ଗୁକେଶ ଡି

ପୋଷ୍ଟ କରାଯିବା ଦିନାଙ୍କ: 28 DEC 2024 6:34PM by PIB Bhubaneshwar

 

ଚେସ୍ ଚାମ୍ପିଅନ ଗୁକେଶ ଡି ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଶ୍ରୀ ମୋଦୀ ତାଙ୍କର ନିଷ୍ଠା ଏବଂ ସମର୍ପଣର ପ୍ରଶଂସା କରିବା ସହ ତାଙ୍କର ଆତ୍ମବିଶ୍ୱାସ ପ୍ରକୃତରେ ପ୍ରେରଣାଦାୟକ ବୋଲି ବୋଲି କହିଥିଲେ ସେ କହିଥିଲେ ଯେ ଆଜି ସେମାନଙ୍କର ବାର୍ତ୍ତାଳାପ ଯୋଗ ଏବଂ ଧ୍ୟାନର ପରିବର୍ତ୍ତନକାରୀ କ୍ଷମତା ଭିତରେ ରହିଥିଲା

ଏକ୍ସରେ ଏକ ଥ୍ରେଡ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି :

ଚେସ୍ ଚାମ୍ପିଅନ୍ ଏବଂ ଭାରତର ଗର୍ବ ଗୁକେଶ ଡିଙ୍କ ସହିତ ଏକ ଉତ୍ତମ ବର୍ତ୍ତାଳାପ ହେଲା

ମୁଁ ଏବେ କିଛି ବର୍ଷ ହେବ ସେମାନଙ୍କ ସହ ନିବିଡ ଭାବରେ ଯୋଗାଯୋଗ କରିଆସୁଛି ଏବଂ ତାଙ୍କ ବିଷୟରେ ମୋତେ ସର୍ବାଧିକ ଆକର୍ଷିତ କରୁଥିବା କଥା ହେଉଛି ତାଙ୍କର ନିଷ୍ଠା ଏବଂ ସମର୍ପଣ ତାଙ୍କର ଆତ୍ମବିଶ୍ୱାସ ପ୍ରକୃତରେ ପ୍ରେରଣାଦାୟକ ଅଟେ ବାସ୍ତବରେ, କିଛି ବର୍ଷ ପୂର୍ବରୁ ଦେଖିଥିବା ତାଙ୍କର ଏକ ଭିଡିଓ ମୋର ମନେ ଅଛି ଯେଉଁଥିରେ ସେ କହିଥିଲେ ଯେ ସେ ସର୍ବକନିଷ୍ଠ ବିଶ୍ୱ ଚାମ୍ପିଅନ ହେବେଏକ ଭବିଷ୍ୟବାଣୀ ଯାହା ଏବେ ତାଙ୍କ ଉଦ୍ୟମ ଯୋଗୁଁ ସତ ହୋଇଛି

ଆତ୍ମବିଶ୍ୱାସ ସହିତ ଗୁକେଶଙ୍କ ପାଖରେ ଶାନ୍ତ ସ୍ୱଭାବ ଏବଂ ବିନମ୍ରତା ମଧ୍ୟ ରହିଛି ଜିତିବା ପରେ, ସେ ଶାନ୍ତ ଥିଲେ, ନିଜର ଗୌରବରେ ସମ୍ପୂର୍ଣ୍ଣ ବୁଡି ଯାଇଥିଲେ ଏବଂ କଠିନ ପରିଶ୍ରମରେ ଅର୍ଜନ କରିଥିବା ବିଜୟକୁ କିପରି ଆଗକୁ ବଢ଼ାଇବେ ତାହା ସମ୍ପୂର୍ଣ୍ଣ ଭାବରେ ବୁଝିଥିଲେ ଆଜି ଆମର ବାର୍ତ୍ତାଳାପ ଯୋଗ ଏବଂ ଧ୍ୟାନର ପରିବର୍ତ୍ତନକାରୀ କ୍ଷମତା ଉପରେ କେନ୍ଦ୍ରୀତ ଥିଲା

ପ୍ରତ୍ୟେକ ଆଥଲେଟ୍ଙ୍କ ସଫଳତା ପଛରେ ତାଙ୍କର ମାତା-ପିତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ ମୁଁ ଗୁକେଶଙ୍କ ମାତା-ପିତାଙ୍କର ପ୍ରଶଂସା କରିଥିଲି, ଯିଏ ସମସ୍ତ କଠିନ ପରିସ୍ଥିତିରେ ତାଙ୍କୁ ସମର୍ଥନ କରିଥିଲେ ସେମାନଙ୍କର ସମର୍ପଣ ସେହି ଯୁବ ଆଶାୟୀମାନଙ୍କର ଅସଂଖ୍ୟ ପିତାମାତାମାନଙ୍କୁ ପ୍ରେରଣା ଯୋଗାଇବ, ଯେଉଁମାନେ କ୍ରୀଡାକୁ କ୍ୟାରିଅର କରିବା ପାଇଁ ସ୍ୱପ୍ନ ଦେଖୁଛନ୍ତି

ଗୁକେଶଙ୍କ ଠାରୁ ସେ ଜିତିଥିବା ଖେଳର ପ୍ରକୃତ ଚେସ୍ବୋର୍ଡ ପାଇଥିବାରୁ ମୁଁ ଆନନ୍ଦିତ ଏହି ଚେସ୍ବୋର୍ଡ ଉପରେ ଉଭୟ ଗୁକେଶ ଏବଂ ଡିଙ୍ଗ୍ ଲିରେନ୍ଙ୍କ ହସ୍ତାକ୍ଷର ରହିଛି, ଯାହା ଏକ ଖୁସିର ମୁହୂର୍ତ୍ତ

 

SR


(ରିଲିଜ ଆଡି: 2088662) ପରିଦର୍ଶକ କାଉଣ୍ଟର : 58