ରାଷ୍ଟ୍ରପତିଙ୍କ ସଚିବାଳୟ
ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି
ପୋଷ୍ଟ କରାଯିବା ଦିନାଙ୍କ:
26 DEC 2024 12:47PM by PIB Bhubaneswar
ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ କଲଚରାଲ ସେଟଂରରେ ଆଜି (ଡିସେମ୍ବର ୨୬) ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଲ୍ଲେଖନୀୟ କୃତିତ୍ୱ ଲାଗି ସାତଟି ବିଭାଗରେ ୧୭ ଜଣ ବାଳକ, ବାଳିକାଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିଛନ୍ତି ।
ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି ପୁରସ୍କୃତ ହୋଇଥିବା ବାଳକ ଓ ବାଳିକାଙ୍କୁ ଅଭିବାଦନ ଜଣାଇଛନ୍ତି । ସେମାନଙ୍କ ଲାଗି ଉଭୟ ଦେଶ ଓ ସମାଜ ଗର୍ବ ଅନୁଭବ କରେ ବୋଲି ରାଷ୍ଟ୍ରପତି କହିଛନ୍ତି ।
ପୁରସ୍କୃତ ହୋଇଥିବା ପିଲାମାନେ ଅଭୂତପୂର୍ବ କାମ କରି ଅସାମାନ୍ୟ ଗୁଣାବଳୀର ଅଧିକାରୀ ହୋଇଥିବା ରାଷ୍ଟ୍ରପତି ଉଲ୍ଲେଖ କରିଛନ୍ତି । ଦେଶର ବାକି ପିଲାମାନଙ୍କ ଲାଗି ସେମାନେ ଉଦାହରଣ ସୃଷ୍ଟି କରିଥିବା ସେ କହିଛନ୍ତି ।




ପିଲାମାନଙ୍କର କ୍ଷମତାକୁ ଚିହ୍ନି ସେଭଳି ସୁଯୋଗ ସୃଷ୍ଟି କରିବା ଆମ ପରମ୍ପରାର ଏକ ଅଂଶ ବିଶେଷ । ଏହି ପରମ୍ପରାକୁ ଆଗାମୀ ଦିନରେ ବଜାୟ ରଖିବା ଉପରେ ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି । ୨୦୪୭ରେ ଯେବେ ଆମ ଦେଶ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବ ସେତେବେଳେ ପୁରସ୍କୃତ ହୋଇଥିବା ଏହି ପିଲାମାନେ ବଡ ହୋଇ ନାଗରିକତ୍ୱ ପାଇସାରିଥିବେ ବୋଲି ସେ କହିଛନ୍ତି । ବିକଶିତ ଭାରତବର୍ଷର ନିର୍ମାତା ଭାବେ ପୁରସ୍କୃତ ହୋଇଥିବା ଏହି ବାଳକ ଓ ବାଳିକାମାନେ କାମ କରିବେ ବୋଲି ରାଷ୍ଟ୍ରପତି ଆଶା ପ୍ରକଟ କରିଛନ୍ତି ।
PBD/Swadhin
(ରିଲିଜ ଆଡି: 2088141)
ପରିଦର୍ଶକ କାଉଣ୍ଟର : 102