ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସ୍କ୍ୱାସ୍ କିମ୍ବଦନ୍ତୀ ରାଜ ମନଚନ୍ଦାଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
Posted On:
04 DEC 2024 3:42PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ରାଜ ମନଚନ୍ଦାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମନଚନ୍ଦାଙ୍କୁ ଭାରତୀୟ ସ୍କ୍ୱାସ୍ର ପ୍ରକୃତ କିମ୍ବଦନ୍ତୀ ବୋଲି ପ୍ରଶଂସା କରି କହିନ୍ତି, ଯିଏ ନିଜର ସମର୍ପଣ ଏବଂ ଉତ୍କୃଷ୍ଟତା ପାଇଁ ବେଶ୍ ଲୋକପ୍ରିୟ ଥିଲେ । ସେ ସାମରିକ ସେବା ସମୟରେ ରାଷ୍ଟ୍ର ପ୍ରତି ପ୍ରଦର୍ଶିତ କର୍ତ୍ତବ୍ୟ ପାଇଁ ଶ୍ରୀ ମନଚନ୍ଦାଙ୍କୁ ପ୍ରଶଂସା ମଧ୍ୟ କରିଥିଲେ ।
ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କ ହ୍ୟାଣ୍ଡେଲ୍ ପକ୍ଷରୁ ଲେଖାଯାଇଛି :
“ଶ୍ରୀ ରାଜ ମନଚନ୍ଦାଙ୍କ ବିୟୋଗରେ ଦୁଃଖିତ, ଯିଏ ଭାରତୀୟ ସ୍କ୍ୱାସ୍ର ପ୍ରକୃତ କିମ୍ବଦନ୍ତୀ ଥିଲେ। ସେ ତାଙ୍କର ସମର୍ପଣ ଏବଂ ଉତ୍କୃଷ୍ଟତା ପାଇଁ ବେଶ୍ ଲୋକପ୍ରିୟ ଥିଲେ । ସେ ଜିତିଥିବା ପୁରସ୍କାର ବ୍ୟତୀତ, ଖେଳ ପ୍ରତି ତାଙ୍କର ଆଗ୍ରହ ଏବଂ ପିଢ଼ିଙ୍କ ପ୍ରେରିତ କରିବାର କ୍ଷମତା ହିଁ ତାଙ୍କୁ ପ୍ରକୃତରେ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର କରିଥିଲା । ସ୍କ୍ୱାସ୍ କୋର୍ଟ ବାହାରେ, ରାଷ୍ଟ୍ର ପ୍ରତି ତାଙ୍କର ସେବା ତାଙ୍କର ସାମରିକ ସେବାରେ ମଧ୍ୟ ପ୍ରତିଫଳିତ ହୋଇଥିଲା । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ସମବେଦନା । ଓମ୍ ଶାନ୍ତି : PM @narendramodi”
SR
(Release ID: 2080912)
Visitor Counter : 27
Read this release in:
English
,
Urdu
,
Marathi
,
Hindi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam