ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତୀୟ ଇତିହାସ ଓ ସଂସ୍କୃତି ପ୍ରତି ବିଶ୍ୱସ୍ତରୀୟ ଉତ୍ସାହକୁ ନେଇ ଖୁସି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

Posted On: 28 NOV 2024 4:49PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ଇତିହାସ ଓ ସଂସ୍କୃତି ପ୍ରତି ବିଶ୍ୱସ୍ତରୀୟ ଉତ୍ସାହକୁ ନେଇ ଖୁସି ପ୍ରକାଶ କରିଛନ୍ତି । ଭାରତୀୟ ସଂସ୍କୃତି ବିଶ୍ୱସ୍ତରରେ ଗୁଞ୍ଜରିତ ହେଉଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି । ତାଙ୍କର ବିଦେଶ ଗସ୍ତରୁ କିଛି ଝଲକ ଶେୟାର କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ, ଆମର ଇତିହାସ ଏବଂ ସଂସ୍କୃତି ପ୍ରତି ଏହି ଉତ୍ସାହ ଅତ୍ୟନ୍ତ ଆନନ୍ଦଦାୟକ ଅଟେ ।

ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି :

“ଭାରତୀୟ ସଂସ୍କୃତି ବିଶ୍ୱସ୍ତରରେ ଗୁଞ୍ଜରିତ ହେଉଛି !

ମୁଁ ଯେଉଁଆଡେ ଯାଏ, ଆମର ଇତିହାସ ଏବଂ ସଂସ୍କୃତି ପ୍ରତି ପ୍ରଗାଢ଼ ଉତ୍ସାହ ଦେଖେ, ଯାହା ଅତ୍ୟନ୍ତ ଆନନ୍ଦଦାୟକ ଅଟେ । ଏଠାରେ ଏହାର କିଛି ଝଲକ ......”

 

SR      


(Release ID: 2079342)