ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
azadi ka amrit mahotsav

ରେଡିଓ ଅପରେଟରଙ୍କ ପାଇଁ ବ୍ୟବସାୟିକ ସୁଗମତା ସୁନିଶ୍ଚିତ କରିବା ଲାଗି ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି



ଘରୋଇ ରେଡିଓ ଅପରେଟରଙ୍କୁ ନୂଆ ସହରରେ ପରିଚାଳନା ଆରମ୍ଭ କରିବାର ତାରିଖ ଠାରୁ ହିଁ ସିବିସି ପ୍ୟାନେଲରେ ସାମିଲ ହେବା ଲାଗି ଯୋଗ୍ୟ ବୋଲି ଗ୍ରହଣ କରାଯିବ

ସରକାରଙ୍କ ଏହି ନିଷ୍ପତ୍ତି ଘରୋଇ ଏଫଏମ ରେଡିଓ ସେବାର ଦ୍ରୁତ ବିସ୍ତାରକୁ ସୁଗମ କରିବା ଲାଗି ସହାୟକ ହେବ

ପୋଷ୍ଟ କରାଯିବା ଦିନାଙ୍କ: 23 NOV 2024 6:15PM by PIB Bhubaneswar

କେନ୍ଦ୍ର ସରକାର ଏଫଏମ ନୀତି (ପର୍ଯ୍ୟାୟ ୩) ଅଧୀନରେ ତୃତୀୟ ପର୍ଯ୍ୟାୟ ଇ-ନିଲାମୀରେ ଅଂଶଗ୍ରହଣ କରିଥିବା ସଫଳ ନିଲାମ ଗ୍ରହଣକାରୀଙ୍କୁ ଅସ୍ଥାୟୀ ପ୍ୟାନେଲରେ ସାମିଲ କରିବାକୁ ଏକକାଳୀନ ସ୍ୱତନ୍ତ୍ର ରିହାତି ପ୍ରଦାନ କରିଛନ୍ତି ।

ଏହି ରିହାତି ଘରୋଇ ସଂସ୍ଥାଗୁଡ଼ିକର ରେଡିଓ ଚ୍ୟାନେଲଗୁଡ଼ିକ କାର୍ଯ୍ୟକ୍ଷମ ହେବା ଦିନଠାରୁ ତୁରନ୍ତ ଲାଗୁ ହେବ, ଯାହାଦ୍ୱାରା ସେମାନଙ୍କୁ ଛଅ ମାସ ପାଇଁ କିମ୍ବା ଯେପର୍ଯ୍ୟନ୍ତ ସେମାନେ ବର୍ତ୍ତମାନର ‘ଘରୋଇ ଏଫଏମ ରେଡିଓ ଷ୍ଟେସନର ପ୍ୟାନେଲ ପାଇଁ ନୀତିଗତ ମାର୍ଗଦର୍ଶିକା ଅଧୀନରେ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର (ସିବିସି)ର ପ୍ୟାନେଲରେ ସାମିଲ ହେବା ଲାଗି ଆବେଦନ ଯୋଗ୍ୟ ହୋଇନାହାନ୍ତି ସେପର୍ଯ୍ୟନ୍ତ ସିବିସି ଅସ୍ଥାୟୀ ପ୍ୟାନେଲରେ ସାମିଲ ହେବାର ସୁଯୋଗ ମିଳିବ।

ଅସ୍ଥାୟୀ ପ୍ୟାନେଲ୍ ଅବଧି ସମୟରେ, କୌଣସି ଆଇଆରଏସ (ଇଣ୍ଡିଆନ ରିଡରସିପ୍‌ ସର୍ଭେ) ଉପଲବ୍ଧ ନଥିବା ଘରୋଇ ଏଫ୍.ଏମ୍. ରେଡିଓ ଷ୍ଟେସନଗୁଡ଼ିକ ପାଇଁ ପ୍ରଯୁଜ୍ୟ ମୂଳ ଦର ଲାଗୁ ହେବ

ଏହି ପଦକ୍ଷେପ ନୂତନ ସହରରେ ରେଡିଓ ଅପରେଟରମାନଙ୍କୁ ତୁରନ୍ତ ରାଜସ୍ୱ ଲାଭ ପ୍ରଦାନ କରିବ ଫଳରେ ସେମାନେ ତୁରନ୍ତ କାର୍ଯ୍ୟ ଆରମ୍ଭ କରିବାକୁ ଉତ୍ସାହିତ ହୋଇପାରିବେ। ଏହି ପଦକ୍ଷେପ ଦ୍ୱାରା ଉକ୍ତ ସହରଗୁଡ଼ିକରେ ଘରୋଇ ଏଫ୍.ଏମ୍. ରେଡିଓ ସେବା ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି, ଯାହାଦ୍ୱାରା ସାରା ଦେଶରେ ରେଡିଓ ପ୍ରସାରଣ ସେବାଗୁଡ଼ିକର ଉନ୍ନତ ପ୍ରସାର ପାଇଁ ପ୍ରୋତ୍ସାହନ ମିଳିବ।

ଭାରତରେ ବ୍ୟବସାୟିକ ସୁଗମତାରେ ଉନ୍ନତି ଆଣିବା ଏବଂ ରେଡିଓ ଅପରେଟରମାନଙ୍କୁ ପରିଚାଳନା ସହାୟତା ପ୍ରଦାନ କରିବା ନିମନ୍ତେ ସରକାରଙ୍କ ନିରନ୍ତର ପ୍ରୟାସର ଅଂଶବିଶେଷ ଭାବେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏହାଦ୍ୱାରା ବ୍ୟବସାୟିକ ସୁଗମତା ସୁନିଶ୍ଚିତ ହେବ ଏବଂ ପ୍ରସାରଣ ସେବାର ଅଭିବୃଦ୍ଧି ପାଇଁ ଅଧିକ ଅନୁକୂଳ ପରିବେଶ ସୃଷ୍ଟି ହେବ।

*******

P.S.


(ରିଲିଜ ଆଡି: 2076499) ପରିଦର୍ଶକ କାଉଣ୍ଟର : 59