ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 21 NOV 2024 9:57PM by PIB Bhubaneshwar

ଗୁୟାନାର ଜର୍ଜଟାଉନସ୍ଥିତ ଐତିହାସିକ ପ୍ରୋମେନାଡ଼େ ଗାର୍ଡେନରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମାନବତାକୁ ଦିଗଦର୍ଶନ ଦେଉଥିବା ବାପୁଙ୍କ ଶାନ୍ତି ଓ ଅହିଂସାର ଶାଶ୍ୱତ ମୂଲ୍ୟକୁ ସେ ସ୍ମରଣ କରିଥିଲେ । ୧୯୬୯ ମସିହାରେ ବାପୁଙ୍କ ଶହେ ତମ ଜନ୍ମ ବାର୍ଷିକୀ ଅବସରରେ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା ।

ଏହାଠାରୁ ଅନତି ଦୂରରେ ଥିବା ଆର୍ଯ୍ୟ ସମାଜ ସ୍ମାରକରେ ମଧ୍ୟ ପ୍ରଧାନମନ୍ତ୍ରୀ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ୨୦୧୧ ମସିହାରେ ଗୁୟାନାରେ ଆର୍ଯ୍ୟ ସମାଜ ଆନ୍ଦୋଳନର ଶହେ ବର୍ଷ ପୂର୍ତ୍ତି ଅବସରରେ ଏହି ସ୍ମାରକ ପ୍ରତିଷ୍ଠା କରାଯାଇଥିଲା ।

SR


(रिलीज़ आईडी: 2075742) आगंतुक पटल : 42
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam