ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ
ନଭେମ୍ବର ୧୪ ଓ ୧୫ ତାରିଖରେ ଭୁବନେଶ୍ୱରରେ 'ଚିନ୍ତନ ଶିବିର' ଆୟୋଜନ କରିବ ଏମ୍ଏନ୍ଆରଇ
'ଚିନ୍ତନ ଶିବିର' ରେ ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ୍ ଲକ୍ଷ୍ୟ ହାସଲ ଏବଂ ୨୦୪୭ ସୁଦ୍ଧା ୧୮୦୦ ଗିଗାୱାଟ୍ ର ପରବର୍ତ୍ତୀ ଲକ୍ଷ୍ୟ ଆଡ଼କୁ ଅଗ୍ରଗତି ପାଇଁ ରଣନୀତି ଉପରେ ବିଚାର ବିମର୍ଶ ହେବ
Posted On:
13 NOV 2024 9:59AM by PIB Bhubaneshwar
କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତା ନଭେମ୍ବର ୧୪ ଓ ୧୫ ତାରିଖରେ ଭୁବନେଶ୍ବରସ୍ଥିତ ଆଇଟିସିଠାରେ ଦୁଇଦିନିଆ ଚିନ୍ତନ ଶିବିର ଆୟୋଜନ କରାଯାଇଛି। ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ୍ ଲକ୍ଷ୍ୟ ହାସଲ କରିବା ଏବଂ ୨୦୪୭ ସୁଦ୍ଧା ୧୮୦୦ ଗିଗାଓ୍ଵାଟ୍ ର ପରବର୍ତ୍ତୀ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରଗତି ଉପରେ ଏହି କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯିବ।
ନଭେମ୍ବର ୧୪ ତାରିଖ ସକାଳ ୯ଟାରେ କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ; କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟେସୋ ନାଏକ; ଓଡ଼ିଶାର ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ; ଏବଂ ଏମଏନଆରଇ ସଚିବ ଶ୍ରୀ ପ୍ରଶାନ୍ତ କୁମାର ସିଂ ମଧ୍ୟ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ।
ଚିନ୍ତନ ଶିବିରର ଲକ୍ଷ୍ୟ ହେଉଛି ଭାରତର ଅକ୍ଷୟ ଶକ୍ତି ଯାତ୍ରାର ଅବିଚ୍ଛେଦ୍ୟ ଅଂଶବିଶେଷ ଭାବେ ଗ୍ରହଣ କରୁଥିବା ଅଗ୍ରଣୀ ନିଷ୍ପତ୍ତି ଗ୍ରହଣକାରୀ, ଆର୍ଥିକ ଅନୁଷ୍ଠାନ, ଶିଳ୍ପପତି, ସିଇଓ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରମୁଖ ଅଧିକାରୀମାନଙ୍କୁ ଏକାଠି କରିବା । ଅଂଶଗ୍ରହଣକାରୀମାନେ ବିଭିନ୍ନ ବିଷୟଗତ ଅଧିବେଶନ ମାଧ୍ୟମରେ ଏହି କ୍ଷେତ୍ରର ପ୍ରମୁଖ ଏବଂ ଉଦୀୟମାନ ପ୍ରସଙ୍ଗ ଉପରେ ବିଚାର ବିମର୍ଶ କରିବେ ।
ପ୍ରମୁଖ ଅଧିବେଶନଗୁଡ଼ିକ ମଧ୍ୟରେ ରହିବ:
ପ୍ରଥମ ଦିନ: ୧୪ ନଭେମ୍ବର ୨୦୨୪
- ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁକ୍ତ ବିଜୁଳି ଯୋଜନା: ୧ କୋଟି ଛାତ ଉପରେ ସୌର ଶକ୍ତି ବ୍ୟବସ୍ଥା
- ଭାରତରେ ସୌର ଶକ୍ତି ଆନୁଷଙ୍ଗିକ ଉତ୍ପାଦନକୁ ପ୍ରୋତ୍ସାହିତ କରିବା
- ଜମି ଏବଂ ଉଚ୍ଛେଦ - ଭାରତୀୟ ୟୁଟିଲିଟି ସ୍କେଲ ପ୍ଲାଣ୍ଟକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟ ସୁବିଧା
- ଖଣିରୁ ମଡ୍ୟୁଲ ପର୍ଯ୍ୟନ୍ତ: ବିଶ୍ୱ ସୌର ଉତ୍ପାଦନରେ ଭାରତ
- ପବନ ଶକ୍ତି ଉତ୍ପାଦନ ହବ୍ ଭାରତ
- ଆଗାମୀ ଆରଇ କ୍ଷମତା ଏବଂ ଟ୍ରାନ୍ସମିସନ ପ୍ରସ୍ତୁତି ମଧ୍ୟରେ ଅସମାନତା
- କୃଷି କ୍ଷେତ୍ରରେ ସୌର ଶକ୍ତି - ସୌର ପମ୍ପ, ଫିଡରଗୁଡିକର ସୌରୀକରଣ, ଏବଂ ଆଗ୍ରିଭୋଲଟାଇକ୍ସର ଏକୀକରଣ
- ଭାରତର ସମୁଦ୍ର କୂଳ ପବନ - ଗ୍ରିଡ୍ ଏକୀକରଣ ପାଇଁ ଆଗକୁ ଯିବାର ବାଟ
ଦ୍ୱିତୀୟ ଦିନ: ୧୫ ନଭେମ୍ବର ୨୦୨୪
- ଡିସ୍କମ୍ ଦ୍ୱାରା ଅକ୍ଷୟ ଶକ୍ତିର ଉତ୍ତୋଳନ ସୁନିଶ୍ଚିତ କରିବା ପାଇଁ ରଣନୀତି - ପ୍ରତିବନ୍ଧକ, ସମ୍ଭାବନା ଏବଂ ଭବିଷ୍ୟତର ମାର୍ଗ
- ଜାତୀୟ ଜୈବିକ ଶକ୍ତି କାର୍ଯ୍ୟକ୍ରମ - ଭାରତୀୟ ଶକ୍ତି କ୍ଷେତ୍ରରେ ବାୟୋଗ୍ୟାସର ଉଦୀୟମାନ ଭୂମିକା
- ଭାରତରେ ଶକ୍ତି ସଂରକ୍ଷଣର ଉଦୀୟମାନ ଭୂମିକା - ବ୍ୟାଟେରୀ ଶକ୍ତି ଷ୍ଟୋରେଜ୍ ଏବଂ ପମ୍ପେଡ୍ ଷ୍ଟୋରେଜ୍ ଟେକ୍ନୋଲୋଜି ଉପରେ ଧ୍ୟାନ
- ଭାରତରେ କ୍ଷୁଦ୍ର ଜଳ ବିଦ୍ୟୁତ କେନ୍ଦ୍ର ପାଇଁ ଏକ ସମନ୍ବିତ ରଣନୀତି ପ୍ରସ୍ତୁତ କରିବା
- ସବୁଜ ହାଇଡ୍ରୋଜେନ ସୀମା - ଇଲେକ୍ଟ୍ରୋଲାଇଜର ଉତ୍ପାଦନ ଇକୋସିଷ୍ଟମକୁ ପୋଷଣ କରିବା ଏବଂ ଅଫଟେକ ରୋଡମ୍ୟାପ୍ ପାଇଁ ରଣନୀତି
- ଭାରତର ଡିକାର୍ବନାଇଜେସନ୍ ଯାତ୍ରାରେ ସୌର ତାପଜର ଭୂମିକା - ଆବାସିକ, ଷ୍ଟୋରେଜ୍ ଏବଂ ଶିଳ୍ପ ବ୍ୟବହାର
- ଉତ୍ତର-ପୂର୍ବ ରାଜ୍ୟ, ପାହାଡ଼ିଆ ରାଜ୍ୟ ଏବଂ ଦ୍ୱୀପପୁଞ୍ଜରେ ଅକ୍ଷୟ ଶକ୍ତି ଏକୀକରଣ
- ଫାଇନାନ୍ସ ଏବଂ ବିଜନେସ ମଡେଲରେ ଅଭିନବତା
- ଭାରତର ଶକ୍ତି ପରିବର୍ତ୍ତନକୁ ବଳ ଯୋଗାଇବା ପାଇଁ ମାନବ ସମ୍ବଳର ବିକାଶ ।
୧୫ ନଭେମ୍ବର ୨୦୨୪ ଅପରାହ୍ନ ୪ଟାରେ ଶିବିର ସମାପନ ହେବ, ଯେଉଁଠାରେ ପ୍ରତ୍ୟେକ ଅଧିବେଶନର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ଆଗାମୀ ଭବିଷ୍ୟତ ରଣନୀତି ଉପରେ ଆଲୋଚନା କରାଯିବ ।
*********
PIB Bhubaneswar| HS/Swadhin/Manoj
(Release ID: 2073036)
Visitor Counter : 38