ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିକାଶ ଏବଂ ଐତିହ୍ୟ ସହିତ ଏକତ୍ର ଆଗକୁ ବଢ଼ିବାକୁ ଆମେ ପ୍ରତିବଦ୍ଧ : ପ୍ରଧାନମନ୍ତ୍ରୀ


ଇଗାସ୍ ପର୍ବ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 12 NOV 2024 7:05AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଆଜି ଦେଶବାସୀଙ୍କୁ ଇଗାସ୍ ପର୍ବ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ଉଭୟ ବିକାଶ ଏବଂ ଐତିହ୍ୟ ସହିତ ଭାରତ ଆଗକୁ ବଢ଼ିବାକୁ ପ୍ରତିବଦ୍ଧ ବୋଲି ସେ ମନ୍ତବ୍ୟ ଦେଇଛନ୍ତି । ବିଶେଷ ଭାବରେ ଉତ୍ତରାଖଣ୍ଡର ନାଗରିକମାନଙ୍କୁ ଶୁଭେଚ୍ଛା ଜଣାଇ ସେ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଦେବଭୂମିର ଇଗାସ ପର୍ବର ଐତିହ୍ୟ ଆହୁରି ସମୃଦ୍ଧ ହେବ ।

ଏକ୍ସର ଏକ ଥ୍ରେଡ୍ ପୋଷ୍ଟରେ ସେ ଲେଖିଛନ୍ତି :

“ଇଗାସ୍ ପର୍ବ ଅବସରରେ ଉତ୍ତରାଖଣ୍ଡର ମୋର ପରିବାର ସଦସ୍ୟଙ୍କ ସମେତ ସମସ୍ତ ଦେଶବାସୀଙ୍କୁ ଇଗାସ୍ ପର୍ବର ଅନେକ ଅନେକ ଅଭିନନ୍ଦନ ! ଦିଲ୍ଲୀରେ ମୋତେ ଆଜି ଉତ୍ତରାଖଣ୍ଡର ଲୋକସଭା ସାଂସଦ ଅନୀଲ ବାଲୁନିଙ୍କ ତରଫରୁ ଏହି ଉତ୍ସବରେ ଯୋଗଦେବାର ସୌଭାଗ୍ୟ ମିଳିଛି । ଏହି ପର୍ବ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଏବଂ ଆନନ୍ଦ ଆଣିଦେଉ, ଏହା ହିଁ ମୋର କାମନା ।”

“ଆମେ ବିକାଶ ଓ ଐତିହ୍ୟ ସହ ଆଗକୁ ବଢ଼ିବାକୁ ପ୍ରତିବଦ୍ଧ । ମୁଁ ସନ୍ତୁଷ୍ଟ ଯେ, ପ୍ରାୟ ବିଲୁପ୍ତ ହୋଇଯାଉଥିବା ଲୋକ ସଂସ୍କୃତି ସହିତ ଜଡିତ ଇଗାସ୍ ପର୍ବ ପୁଣି ଥରେ ଉତ୍ତରାଖଣ୍ଡର ମୋର ପରିବାରଜନଙ୍କ ବିଶ୍ୱାସର କେନ୍ଦ୍ର ପାଲଟିଛି ।”

“ଉତ୍ତରାଖଣ୍ଡର ମୋର ଭାଇ ଓ ଭଉଣୀମାନେ ଯେପରି ଇଗାସ୍ ପର୍ବର ପରମ୍ପରାକୁ ଯେପରି ଜୀବନ୍ତ କରିଛନ୍ତି, ତାହା ଅତ୍ୟନ୍ତ ଉତ୍ସାହଜନକ ଅଟେ । ସମଗ୍ର ଦେଶରେ ଏହି ପବିତ୍ର ପର୍ବ ଯେପରି ଭାବରେ ଧୁମ୍‌ଧାମରେ ପାଳନ କରାଯାଉଛି, ତାହା ଏହାର ଏକ ପ୍ରତ୍ୟକ୍ଷ ପ୍ରମାଣ । ଦେବଭୂମିର ଏହି ଐତିହ୍ୟ ଆଗାମୀ ଦିନରେ ଆହୁରି ସମୃଦ୍ଧ ହେବ ବୋଲି ମୋର ବିଶ୍ୱାସ ।”

 

SR      


(Release ID: 2072594) Visitor Counter : 32