କ୍ୟାବିନେଟ
azadi ka amrit mahotsav

କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ଏବଂ ପେନସନଭୋଗୀଙ୍କୁ ମହଙ୍ଗା ସହାୟତାରେ ଅତିରିକ୍ତ ତିନି ପ୍ରତିଶତ ବୃଦ୍ଧିକୁ କ୍ୟାବିନେଟ୍‌ ମଞ୍ଜୁରୀ

Posted On: 16 OCT 2024 3:20PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା (ଡିଏ) ଏବଂ ପେନସନଭୋଗୀମାନଙ୍କୁ ମହଙ୍ଗା ସହାୟତା (ଡିଆର)ରେ ଅତିରିକ୍ତ କିସ୍ତି ବୃଦ୍ଧିକୁ ଅନୁମୋଦନ କରାଯାଇଛି । ଦରଦାମ୍‌ ବୃଦ୍ଧିର ଭରଣା ପାଇଁ ମୂଳ ବେତନ/ପେନସନର ବର୍ତ୍ତମାନର ୫୦% ଉପରେ ଅତିରିକ୍ତ ତିନି ପ୍ରତିଶତ (୩%) ଡିଏ/ଡିଆର ବୃଦ୍ଧିକୁ କ୍ୟାବିନେଟ୍‌ ମଞ୍ଜୁର କରିଛି ।

ସପ୍ତମ କେନ୍ଦ୍ରୀୟ ବେତନ ଆୟୋଗଙ୍କ ସୁପାରିସ ଆଧାରରେ ସ୍ୱୀକୃତ ଫର୍ମୁଲା ମୁତାବକ ଏହି ବୃଦ୍ଧି କରାଯାଇଛି । ଉଭୟ ଡିଏ ଓ ଡିଆର୍ ବୃଦ୍ଧି କାରଣରୁ ରାଜକୋଷ ଉପରେ ବାର୍ଷିକ ୯,୪୪୮.୩୫ କୋଟି ଟଙ୍କାର ମିଶ୍ରିତ ବୋଝ ପଡ଼ିବ।

ଏହାଦ୍ୱାରା ପ୍ରାୟ ୪୯.୧୮ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୪.୮୯ ଲକ୍ଷ ପେନସନଭୋଗୀ ଉପକୃତ ହେବେ।

*******

P.S/Swadhin



(Release ID: 2065339) Visitor Counter : 193