ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର୍ ପ୍ଲାନ୍ର ୩ ବର୍ଷ ପୂର୍ତ୍ତୀର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଭାରତର ଭିତ୍ତିଭୂମିରେ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖିଥିବା ଏକ ପରିବର୍ତ୍ତନଶୀଳ ପଦକ୍ଷେପ ଭାବରେ ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଉଭା ହୋଇଛି : ପ୍ରଧାନମନ୍ତ୍ରୀ
ଗତିଶକ୍ତି ଯୋଗୁଁ ବିକଶିତ ଭାରତର ଆମର ସ୍ୱପ୍ନ ଦିଗରେ ଭାରତ ଦ୍ରୁତ ଗତିରେ ଆଗେଇ ଚାଲିଛି : ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
13 OCT 2024 10:32AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନର ୩ ବର୍ଷ ପୂରଣ ହୋଇଥିବାରୁ ଆନନ୍ଦ ପ୍ରକାଶ କରିଛନ୍ତି ।
କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋଏଲଙ୍କ ଏକ ପୋଷ୍ଟ ଏବଂ ମାଇଁଗଭ୍ର ଏକ ଥ୍ରେଡ୍ ପୋଷ୍ଟକୁ ଏକ୍ସରେ ଶେୟାର କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି:
“ପ୍ରଧାନମନ୍ତ୍ରୀ ଗତିଶକ୍ତି ନ୍ୟାଶନାଲ ମାଷ୍ଟର ପ୍ଲାନ ଭାରତର ଭିତ୍ତିଭୂମି ଢ଼ାଞ୍ଚାରେ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖିଥିବା ଏକ ପରିବର୍ତ୍ତନଶୀଳ ପଦକ୍ଷେପ ଭାବରେ ଉଭା ହୋଇଛି । ଏହା ମଲ୍ଟିମୋଡାଲ୍ ସଂଯୋଗୀକରଣକୁ ଯଥେଷ୍ଟ ବୃଦ୍ଧି କରିଛି, ଯାହା ଦ୍ୱାରା ବିଭିନ୍ନ କ୍ଷେତ୍ରରେ ଦ୍ରୁତ ଏବଂ ଅଧିକ ପ୍ରଭାବଶାଳୀ ବିକାଶ ହୋଇଛି ।
ବିଭିନ୍ନ ହିତାଧିକାରୀଙ୍କ ନିରବଚ୍ଛିନ୍ନ ଏକୀକରଣ ଦ୍ୱାରା ଲଜିଷ୍ଟିକ୍ସ ବୃଦ୍ଧି, ବିଳମ୍ବ ହ୍ରାସ ହେବା ସହ ଅନେକ ଲୋକଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହୋଇଛି ।”
“ଗତିଶକ୍ତିକୁ ଧନ୍ୟବାଦ, ଏହା ଯୋଗୁଁ ବିକଶିତ ଭାରତର ଆମର ସ୍ୱପ୍ନକୁ ସାକାର କରିବା ଦିଗରେ ଭାରତ ଦ୍ରୁତ ଗତିରେ ଆଗେଇ ଚାଲିଛି । ଏହା ପ୍ରଗତି, ଉଦ୍ୟୋଗୀ ଏବଂ ନୂତନତ୍ୱକୁ ଉତ୍ସାହିତ କରିବ ।”
SR
(ରିଲିଜ ଆଡି: 2064527)
ପରିଦର୍ଶକ କାଉଣ୍ଟର : 85
ଏହି ରିଲିଜ ପଢନ୍ତୁ :
Marathi
,
Malayalam
,
English
,
Urdu
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada