ରାଷ୍ଟ୍ରପତିଙ୍କ ସଚିବାଳୟ
ଦୁର୍ଗାପୂଜା ଅବସରରେ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା
Posted On:
10 OCT 2024 6:40PM by PIB Bhubaneshwar
ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦୁର୍ଗାପୂଜା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି, ଦୁର୍ଗାପୂଜାର ପବିତ୍ର ଅବସରରେ ମୁଁ ଭାରତ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି।
ଦୁର୍ଗାପୂଜାକୁ ମନ୍ଦ ଉପରେ ଭଲର ବିଜୟ ଭାବରେ ପାଳନ କରାଯାଏ । ମା' ଦୁର୍ଗାଙ୍କୁ ଶକ୍ତିର ପ୍ରତୀକ ବୋଲି ବିବେଚନା କରାଯାଏ। ଏହା ଭକ୍ତିର ପର୍ବ ଏବଂ ଏହି ସମୟ ମଧ୍ୟରେ ଆମେ ଆମର ଆଧ୍ୟାତ୍ମିକ ଯାତ୍ରାକୁ ଚେତନାର ଉଚ୍ଚ ସ୍ତରକୁ ନେଇଥାଉ । ଏହି ପର୍ବ ମା' ଦୁର୍ଗାଙ୍କ ପ୍ରତି ନିଜକୁ ସମ୍ପୂର୍ଣ୍ଣ ସମର୍ପିତ କରିବା ଏବଂ ସମସ୍ତ ଧର୍ମ ମଧ୍ୟରେ ଏକତା ଏବଂ ବୁଝାମଣାକୁ ପ୍ରୋତ୍ସାହିତ କରିବାର ଏକ ଅବସର ।
ଆସନ୍ତୁ ପ୍ରାର୍ଥନା କରିବା ଯେ ମା' ଦୁର୍ଗା ଆମକୁ ଏକ ନ୍ୟାୟପୂର୍ଣ୍ଣ, ସମ୍ବେଦନଶୀଳ ଏବଂ ସମାନ ସମାଜ ଗଠନ ପାଇଁ ଶକ୍ତି, ସାହସ ଏବଂ ସଂକଳ୍ପ ଦିଅନ୍ତୁ ।
ମହାଶକ୍ତିଙ୍କ ପୂଜାର ଏହି ପବିତ୍ର ଅବସରରେ ଆସନ୍ତୁ ମହିଳାମାନଙ୍କ ପ୍ରତି ଅତ୍ୟନ୍ତ ସମ୍ମାନ ଓ ଶ୍ରଦ୍ଧାର ସହ ବ୍ୟବହାର କରିବାକୁ ସଂକଳ୍ପ ନେବା ।
ଦୟାକରି ରାଷ୍ଟ୍ରପତିଙ୍କ ବାର୍ତ୍ତା ଦେଖିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ –
HS/Swadhin/PIB Bhubaneswar
(Release ID: 2063972)
Visitor Counter : 48