କ୍ୟାବିନେଟ
azadi ka amrit mahotsav g20-india-2023

ମରାଠୀ, ପାଲି, ପ୍ରାକୃତ, ଅହମୀୟ ଏବଂ ବଙ୍ଗାଳୀ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତାକୁ କ୍ୟାବିନେଟ୍ ଅନୁମୋଦନ

Posted On: 03 OCT 2024 8:30PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ମରାଠୀ, ପାଲି, ପ୍ରାକୃତ, ଅହମିୟା ଏବଂ ବଙ୍ଗଳା ଭାଷାରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେବାକୁ ମଞ୍ଜୁର କରିଛି । ଶାସ୍ତ୍ରୀୟ ଭାଷାଗୁଡିକ ଭାରତର ଗଭୀର ତଥା ପ୍ରାଚୀନ ସାଂସ୍କୃତିକ ଐତିହ୍ୟର ସଂରକ୍ଷକ ଭାବରେ କାର୍ଯ୍ୟ କରେ, ଯାହା ପ୍ରତ୍ୟେକ ସମ୍ପ୍ରଦାୟର ଐତିହାସିକ ଏବଂ ସାଂସ୍କୃତିକ ମାଇଲ୍‌ଖୁଣ୍ଟ ଦର୍ଶାଇଥାଏ ।

ବିବରଣୀ ଏବଂ ପୃଷ୍ଠଭୂମି :

ଭାରତ ସରକାର ୧୨ ଅକ୍ଟୋବର ୨୦୦୨୪ ରେ “ଶାସ୍ତ୍ରୀୟ ଭାଷା” ଭାବରେ ଏକ ନୂତନ ବର୍ଗ ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇଥିଲେ, ଯେଉଁଥିରେ ତାମିଲ୍‌କୁ ଶାସ୍ତ୍ରୀୟ ଭାଷା ଘୋଷଣା କରାଯାଇଥିଲା ଏବଂ ଶାସ୍ତ୍ରୀୟ ଭାଷାର ପାଇଁ ନିମ୍ନଲିଖିତ ମାନଦଣ୍ଡ ନିର୍ଦ୍ଧାରିତ କରାଯାଇଥିଲା :

କ : ଏହାର ପ୍ରାଥମିକ ଗ୍ରନ୍ଥଗୁଗଡିକର ପ୍ରାଚୀନତା / ଏକ ହଜାର ବର୍ଷରୁ ଅଧିକ ରେକର୍ଡ ହୋଇଥିବା ଇତିହାସ ।

ଖ : ପ୍ରାଚୀନ ସାହିତ୍ୟ /  ଗ୍ରନ୍ଥଗୁଡିକର ଏକ ଶରୀର, ଯାହା ବକ୍ତାମାନଙ୍କ ଦ୍ୱାରା ଏକ ମୂଲ୍ୟବାନ ଐତିହ୍ୟ ଭାବରେ ବିବେଚନା କରାଯାଏ ।

ଗ : ସାହିତ୍ୟିକ ପରମ୍ପରା ମୌଳିକ ହେବା ଏବଂ ଅନ୍ୟ କୌଣସି ବକ୍ତବ୍ୟ ସମ୍ପ୍ରଦାୟରୁ ନିଆଯାଇ ନଥିବା ଆବଶ୍ୟକ ।

ଶାସ୍ତ୍ରୀୟ ଭାଷାର ସ୍ଥି୍‌ତି ପାଇଁ ପ୍ରସ୍ତାବିତ ଭାଷାଗୁଡିକୁ ପରୀକ୍ଷା କରିବା ପାଇଁ ନଭେମ୍ବର ୨୦୦୪ରେ ସାହିତ୍ୟ ଏକାଡେମୀ ଅଧିନରେ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଏକ ଭାଷା ବିଶେଷଜ୍ଞ କମିଟି (ଏଲ୍‌ଇସି) ଗଠନ କରାଯାଇଥିଲା ।

ନଭେମ୍ବର ୨୦୦୫ରେ ଏହି ମାନଦଣ୍ଡକୁ ସଂଶୋଧନ କରାଯାଇଥିଲା ଏବଂ ସଂସ୍କୃତକୁ ଶାସ୍ତ୍ରୀୟ ଭାଷା ଭାବରେ ଘୋଷଣା କରାଯାଇଥିଲା :

୧ – ୧୫୦୦-୨୦୦୦ ବର୍ଷ ମଧ୍ୟରେ ଏହାର ପ୍ରାରମ୍ଭିକ ଗ୍ରନ୍ଥ /  ରେକର୍ଡ ହୋଇଥିବା ଇତିହାସର ଉଚ୍ଚ ପ୍ରାଚୀନତା ।

୨ - ପ୍ରାଚୀନ ସାହିତ୍ୟ /  ଗ୍ରନ୍ଥଗୁଡିକର ଏକ ସଂଗ୍ରହ, ଯାହା ବକ୍ତାମାନଙ୍କ ପିଢ଼ୀମାନଙ୍କ ଦ୍ୱାରା ଏକ ମୂଲ୍ୟବାନ ଐତିହ୍ୟ ଭାବରେ ବିବେଚନା କରାଯାଏ ।

୩ – ସାହିତ୍ୟିକ ପରମ୍ପରା ମୌଳିକ ହେବା ସହ ଅନ୍ୟ କୌଣସି ଭାଷା ସମୂଦାୟରୁ ନିଆଯାଇ ନଥିବା ଆବଶ୍ୟକ ।

୪ – ଶାସ୍ତ୍ରୀୟ ଭାଷା ଏବଂ ସାହିତ୍ୟ ଆଧୁନିକଠାରୁ ଭିନ୍ନ ହୋଇଥିବାରୁ ଶାସ୍ତ୍ରୀୟ ଭାଷା ଏବଂ ଏହାର ପରବର୍ତ୍ତୀ ରୂପ କିମ୍ବା ଏହାର ଶାଖା ମଧ୍ୟରେ ଏକ ବିଚ୍ଛିନ୍ନତା ମଧ୍ୟ ରହିପାରେ ।

 

ଭାରତ ସରକାର ବର୍ତ୍ତମାନ ସୁଦ୍ଧା ନିମ୍ନଲିଖିତ ଭାଷାଗୁଡିକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେଇଛନ୍ତି :

ଭାଷା                      ବିଜ୍ଞପ୍ତିର ତାରିଖ

ତାମିଲ                     ୧୨/୧୦/୨୦୦୪

ସଂସ୍କୃତ                    ୨୫/୧୧/୨୦୦୫

ତେଲୁଗୁ          ୩୧/୧୦/୨୦୦୮

କନ୍ନଡ                      ୩୧/୧୦/୨୦୦୮

ମlଲlୟାଲମ୍‌             ୦୮/୦୮/୨୦୧୩

ଓଡ଼ିଆ                     ୦୧/୦୩/୨୦୧୪

୨୦୧୩ରେ ମହାରାଷ୍ଟ୍ର ସରକାରଙ୍କ ତରଫରୁ ଏକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା, ଯେଉଁଥିରେ ମରାଠୀକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ଦେବାକୁ ଅନୁରୋଧ କରାଯାଇ ଏଲ୍‌ଇସିକୁ ପଠାଯାଇଥିଲା । ଶାସ୍ତ୍ରୀୟ ଭାଷା ପାଇଁ ଏଲ୍‌ଇସି ମରାଠୀକୁ ସୁପାରିଶ କଲା । ମରାଠୀ ଭାଷାକୁ  ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବାକୁ ୨୦୧୭ରେ କ୍ୟାବିନେଟ୍ ପାଇଁ ଡ୍ରାଫ୍ଟ ନୋଟ୍ ଉପରେ ଆନ୍ତଃ ମନ୍ତ୍ରୀସ୍ତରୀୟ ପରାମର୍ଶ ସମୟରେ ଏମ୍‌ଏଚ୍‌ଏ ମାନଦଣ୍ଡକୁ ପୁନର୍ବିଚାର କରିବାକୁ ଏବଂ ଏହାକୁ କଠୋର କରିବାକୁ ପରାମର୍ଶ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହାର ମନ୍ତବ୍ୟରେ ଦର୍ଶାଇଛି ଯେ ଅନ୍ୟ କେତୋଟି ଭାଷା ଯୋଗ୍ୟ ହେବାର ସମ୍ଭାବନା ଅଛି ତାହା ଜାଣିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ବିଚାର କରାଯିବ ।

ଇତି ମଧ୍ୟରେ ପାଲି, ପ୍ରାକୃତ, ଅହମିୟା ଏବଂ ବଙ୍ଗାଳୀ ଆଦି ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେବା ପାଇଁ ବିହାର, ଆସାମ ଓ ପଶ୍ଚିମବଙ୍ଗରୁ ମଧ୍ୟ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।

ତଦନୁସାରେ, ଭାଷାବିଜ୍ଞାନ ବିଶେଷଜ୍ଞ କମିଟି (ସାହିତ୍ୟ ଏକାଡେମୀ ଅଧିନରେ) ୨୫.୦୭.୨୦୨୪ରେ ଏକ ବୈଠକରେ ସର୍ବସମ୍ମତି କ୍ରମେ ନିମ୍ନମଲିଖିତ ମାନଦଣ୍ଡକୁ ସଂଶୋଧନ କରିଥିଲେ । ସାହିତ୍ୟ ଏକାଡେମୀକୁ ଏଲ୍‌ଇସି ପାଇଁ ନୋଡାଲ୍ ଏଜେନ୍ସି ଭାବରେ ନିଯୁକ୍ତ କରାଯାଇଛି ।

କ) ଏହାର ଉଚ୍ଚ ପ୍ରାଚୀନତା ହେଉଛି ୧୫୦୦-୨୦୦୦ ବର୍ଷ ମଧ୍ୟରେ ପ୍ରାରମ୍ଭିକ ଲେଖା / ଅଭିଲିଖିତ ହୋଇଥିବା ଇତିହାସ ।

ଖ) ପ୍ରାଚୀନ ସାହିତ୍ୟ / ଗ୍ରନ୍ଥଗୁଡିକର ଏକ ସମୂହ, ଯାହା ବକ୍ତାମାନଙ୍କ ପିଢ଼ି ଦ୍ୱାରା ଏକ ଐତିହ୍ୟ ଭାବରେ ବିବେଚନା କରାଯାଏ ।

ଗ) ଜ୍ଞାନ ଗ୍ରନ୍ଥଗୁଡିକ, ବିଶେଷକରି ଗଦ୍ୟ ଗ୍ରନ୍ଥଗୁଡିକ ବ୍ୟତୀତ କବିତା, ଉତ୍କୀର୍ଣ୍ଣ ଏବଂ ଶିଳାଲେଖା ଲିପିବଦ୍ଧ ପ୍ରମାଣ ।

ଘ) ଶାସ୍ତ୍ରୀୟ ଭାଷା ଏବଂ ସାହିତ୍ୟ ଏହାର ସାମ୍ପ୍ରତିକ ରୂପଠାରୁ ଭିନ୍ନ ହୋଇପାରେ କିମ୍ବା ଏହାର ଅଫ୍‌ସୁଟ୍‌ର ପରବର୍ତ୍ତୀ ରୂପଠାରୁ ଅଲଗା ହୋଇପାରେ ।

ଏକ ଶାସ୍ତ୍ରୀୟ ଭାଷା ଭାବରେ ବିବେଚନା କରାଯିବାକୁ ସଂଶୋଧିତ ମାନଦଣ୍ଡ ପୂରଣ କରିବାକୁ କମିଟି ନିମ୍ନଲିଖିତ ଭାଷାଗୁଡିକୁ ମଧ୍ୟ ପରାମର୍ଶ ଦେଇଛି । ।

                   ୧ – ମରାଠୀ

                   ୨ - ପାଲି

                   ୩ - ପ୍ରାକୃତ

                   ୪ - ଅହମିୟା

                   ୫ -  ବଙ୍ଗାଳୀ

କାର୍ଯ୍ୟାନ୍ୱୟନ ରଣନୀତି ଏବଂ ଲକ୍ଷ୍ୟ :

ଶାସ୍ତ୍ରୀୟ ଭାଷାକୁ ପ୍ରୋତ୍ସାହିତ କରିବା ପାଇଁ ଶିକ୍ଷା ମନ୍ତ୍ରଣାଳୟ ବିଭିନ୍ନ ପଦକ୍ଷେପ ନେଇଛି । ସଂସ୍କୃତ ଭାଷାର ପ୍ରଚାର ପାଇଁ ସଂସଦର ଏକ ଅଧିନିୟମ ମାଧ୍ୟମରେ ୨୦୨୦ ରେ ତିନୋଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । । ପ୍ରାଚୀନ ତାମିଲ ଗ୍ରନ୍ଥଗୁଡିକର ଅନୁବାଦକୁ ସୁଗମ କରିବା ଅନୁସନ୍ଧାନକୁ ପ୍ରୋତ୍ସାହିତ କରିବା ଏବଂ ତାମିଲର ଭାଷା ଛାତ୍ରମାନଙ୍କ ପାଇଁ ପାଠ୍ୟକମ ପ୍ରଦାନ କରିବାକୁ କେନ୍ଦ୍ରୀୟ ଶାସ୍ତ୍ରୀୟ ତାମିଲ ସଂସ୍ଥାନ ପ୍ରତିଷ୍ଠା କରାଯାଇଥିଲା । ଶାସ୍ତ୍ରୀୟ ଭାଷାର ଅଧ୍ୟୟନ ଏବଂ ସଂରକ୍ଷଣକୁ ଆହୁରି ବଢ଼ାଇବା ପାଇଁ ମହୀଶୁରରେ ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ଲାଙ୍ଗୁଏଜ୍ ଅଧିନରେ ଶାସ୍ତ୍ରୀୟ କନ୍ନଡ, ତେଲୁଗୁ, ମାଲାୟାଲମ୍ ଏବଂ ଓଡିଆରେ ଅଧ୍ୟୟନ ପାଇଁ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା । ଏହି ପଦକ୍ଷେପଗୁଡିକ ସହିତ, ଶାସ୍ତ୍ରୀୟ ଭାଷା କ୍ଷେତ୍ରରେ ଉପଲବ୍ଧତାକୁ ମାନ୍ୟତା ଦେବା ଏବଂ ଉତ୍ସାହିତ କରିବା ପାଇଁ ଅନେକ ଜାତୀୟ ଏବଂ ଅର୍ନ୍ତଜାତୀୟ ପୁରସ୍କାର ମଧ୍ୟ ଆରମ୍ଭ କରାଯାଇଛି । ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଶାସ୍ତ୍ରୀୟ ଭାଷାକୁ ଦିଆଯାଉଥିବା ଲାଭରେ ଶାସ୍ତ୍ରୀୟ ଭାଷା ପାଇଁ ଜାତୀୟ ପୁରସ୍କାର, ବିଶ୍ୱବିଦ୍ୟାଳୟରେ ଚେୟାର ଏବଂ ଶାସ୍ତ୍ରୀୟ ଭାଷାର ପ୍ରଚାର ପାଇଁ କେନ୍ଦ୍ର ଅନ୍ତର୍ଭୁକ୍ତ ।

ରୋଜଗାର ସୃଷ୍ଟି ସହିତ ପ୍ରମୁଖ ପ୍ରଭାବ :

ଭାଷାଗୁଡିକୁ ଶାସ୍ତ୍ରୀୟ ଭାଷା ଭାବରେ ଅନ୍ତର୍ଭୁକ୍ତ କରିବା, ବିଶେଷକରି ଶିକ୍ଷା ଏବଂ ଅନୁସନ୍ଧାନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହାଛଡା, ଏହି ଭାଷାଗୁଡିକର ପ୍ରାଚୀନ ଗ୍ରନ୍ଥଗୁଡିକର ସଂରକ୍ଷଣ, ଦସ୍ତାବୀଜକରଣ ଏବଂ ଡିଜିଟାଇଜେସନ୍ ଅଭିଲେଖାଗାର, ଅନୁବାଦ, ପ୍ରକାଶ ଏବଂ ଡିଜିଟାଲ୍ ମିଡିଆରେ ଚାକିରି ସୃଷ୍ଟି କରିବ ।

ଅନ୍ତର୍ଭୁକ୍ତ ହୋଇଥିବା ରାଜ୍ୟ / ଜିଲ୍ଲା :

ଏଥିରେ ଜଡିତ ପ୍ରାଥମିକ ରାଜ୍ୟଗୁଡିକ ହେଉଛି ମହରାଷ୍ଟ୍ର (ମରାଠୀ), ବିହାର, ଉତ୍ତର ପ୍ରଦେଶ ଏବଂ ମଧ୍ୟପ୍ରଦେଶ (ପାଲି ଏବଂ ପ୍ରାକୃତ), ପଶ୍ଚିମବଙ୍ଗ (ବଙ୍ଗାଳୀ) ଏବଂ ଆସାମ (ଅହମିୟା) । ଏହା ଦ୍ୱାରା ସାଂସ୍କୃତିକ ଏବଂ ଏକାଡେମିକ୍ ପ୍ରଭାବର ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପ୍ରସାର ହେବ ।

 

 

SR      



(Release ID: 2061886) Visitor Counter : 19