ଗୃହ ନିର୍ମାଣ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ
azadi ka amrit mahotsav

ଏସଏଚଏସ ୨୦୨୪ ଅଭିଯାନର ସପ୍ତମ ଦିନ ସୁଦ୍ଧା ୫.୬ ଲକ୍ଷ ସିଟିୟୁରେ ୨୫% ସ୍ୱଚ୍ଛତା ମାଇଲଖୁଣ୍ଟ ଛୁଇଁଲା


ସହରାଞ୍ଚଳ ଓ ଗ୍ରାମୀଣ ଭାରତରେ ପରିବର୍ତ୍ତନ ଆଣିବା ପାଇଁ ୩ କୋଟିରୁ ଅଧିକ ନାଗରିକ ସାମିଲ ହୋଇଛନ୍ତି

Posted On: 23 SEP 2024 8:37PM by PIB Bhubaneshwar

ଏହା ଏସଏଚଏସ ୨୦୨୪ ଅଭିଯାନର ସପ୍ତମ ଦିବସ, ଯାହାର ଶୀର୍ଷକ ଥିଲା "ସ୍ୱଭାବ ସ୍ୱଚ୍ଛତା ସଂସ୍କାର ସ୍ୱଚ୍ଛତା" ଏବଂ ଏଥିରେ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ହାସଲ ହୋଇସାରିଛି ! ଏହି ଅଭିଯାନ ଆରମ୍ଭ ହେବାର ମାତ୍ର ୭ ଦିନ ମଧ୍ୟରେ ଚିହ୍ନଟ ହୋଇଥିବା ସ୍ୱଚ୍ଛତା ଲକ୍ଷ୍ୟ ୟୁନିଟ୍ (ସିଟିୟୁ)ର ୨୫ ପ୍ରତିଶତକୁ ସ୍ୱଚ୍ଛ ସ୍ଥାନରେ ପରିଣତ କରି ସୌନ୍ଦର୍ଯ୍ୟକରଣ କରାଯାଇଛି । ସାରା ଦେଶରେ ସ୍ୱଚ୍ଛତା ଅଭିଯାନ ପାଇଁ ଅନ୍ଧାରୁଆ, ଗମନାଗମନ ନିମନ୍ତେ କଷ୍ଟକର ସ୍ଥାନ ଏବଂ ପରିତ୍ୟକ୍ତ ଅଂଚଳରେ ୫ ଲକ୍ଷରୁ ଅଧିକ ସିଟିୟୁ ପାଇଁ ଲକ୍ଷ୍ୟ ରଖାଯାଇଛି । ସ୍ୱଚ୍ଛ ଭାରତ ମିଶନ ଅର୍ବାନ୍ (ଏସବିଏମ୍ - ୟୁ) ସ୍ୱଚ୍ଛତାର ଏକ ବିଶେଷ ଦଶନ୍ଧି ପୂରଣ କରୁଥିବାବେଳେ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୨, ୨୦୨୪ ପର୍ଯ୍ୟନ୍ତ ଚାଲିଥିବା ଦୁଇ ସପ୍ତାହବ୍ୟାପୀ  ଚାଲିଥିବା ଅଭିଯାନର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ହେଉଛି ଏହି ପଦକ୍ଷେପ ।

ଏସଏଚଏସ ୨୦୨୪ ପାଇଁ , ସ୍ୱଚ୍ଛତା ଲକ୍ଷିତ ଇକାୟି (ସିଟିୟୁ), ସ୍ୱଚ୍ଛତା ମେଁ ଜନ ଭାଗିଦାରୀ ଏବଂ ସଫେଇ ମିତ୍ର ସୁରକ୍ଷା ଶିବିର ଭଳି ତିନୋଟି ସ୍ତମ୍ଭ ଅଧୀନରେ ଦେଶବ୍ୟାପୀ ୧୫ ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି, ଯେଉଁଥିରେ ୩ କୋଟିରୁ ଅଧିକ ନାଗରିକ ସାମିଲ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶବ୍ୟାପୀ ୪ ଲକ୍ଷରୁ ଅଧିକ ସ୍ଥାନରେ ସିଟିୟୁରେ ସ୍ୱଚ୍ଛତା ଅଭିଯାନ ସକ୍ରିୟ ଭାବରେ ଚାଲିଛି, ଯେଉଁଥିରେ ବିଭିନ୍ନ ରାଜ୍ୟରେ ପ୍ରଭାବଶାଳୀ ଅଂଶଗ୍ରହଣ ପ୍ରଦର୍ଶନ କରାଯାଇଛି । ଏହିପରି ୧ ଲକ୍ଷରୁ ଅଧିକ ୟୁନିଟର ରୂପାନ୍ତରଣ ହୋଇସାରିଛି । ୪୫,୦୦୦ ରୁ ଅଧିକ ସିଟିୟୁକୁ ପରିଷ୍କାର ଓ ରୂପାନ୍ତରିତ କରି ଉତ୍ତରପ୍ରଦେଶ ଏହି କ୍ଷେତ୍ରରେ ସବୁଠୁ ଆଗରେ ରହିଛି । ତାମିଲନାଡ଼ୁରେ ୨୮,୦୦୦ ରୁ ଅଧିକ ୟୁନିଟ୍ ର ରୂପାନ୍ତଋଣ ହୋଇଥିବା ବେଳେ ବିହାର ୧୯,୦୦୦ ରୁ ଅଧିକ ଲକ୍ଷ୍ୟଭୁକ୍ତ ଅଞ୍ଚଳକୁ ସଫଳତାର ସହ ପରିଷ୍କାର କରିଛି, ରାଜସ୍ଥାନରେ ୧୮,୦୦୦ରୁ ଅଧିକ ସିଟିୟୁ ରୂପାନ୍ତରିତ ହୋଇସାରିଥିବା ବେଳେ ଆନ୍ଧ୍ରପ୍ରଦେଶ ପ୍ରାୟ ୧୭,୦୦୦ ଲକ୍ଷ୍ୟଭୁକ୍ତ ସ୍ଥାନରେ ରୂପାନ୍ତରଣ କାର୍ଯ୍ୟ ଶେଷ କରିଛି ।

ଏକ ପେଡ୍ ମା' କେ ନାମ’ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୧୦ ଲକ୍ଷରୁ ଅଧିକ ଗଛ ଲଗାଯାଇଛି । ଗତ ସପ୍ତାହରେ ୭ ହଜାରରୁ ଅଧିକ ଖାଦ୍ୟ ଗଳି ସଫେଇ କରାଯାଇଥିବା ବେଳେ ଆଞ୍ଚଳିକ ପରମ୍ପରାକୁ ଦର୍ଶାଉଥିବା ପାଖାପାଖି ୫୦ ହଜାର ସାଂସ୍କୃତିକ ମହୋତ୍ସବ ଅନୁଷ୍ଠିତ ହୋଇଛି ।

ବିଭିନ୍ନ କେନ୍ଦ୍ର ମନ୍ତ୍ରଣାଳୟ ନିର୍ଦ୍ଦିଷ୍ଟ ସିଟିୟୁରେ ବ୍ୟାପକ ସ୍ୱଚ୍ଛତା ଅଭିଯାନ ସହ ବୃକ୍ଷରୋପଣ ଅଭିଯାନ, ସାଇକ୍ଲୋଥନ, ପ୍ଲୋଗାଥନ ଏବଂ ସାଂସ୍କୃତିକ ଉତ୍ସବ ସହିତ ସ୍ୱଚ୍ଛତା ହିଁ ସେବାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରୁଛନ୍ତି । ଆଗରୁ ନେତୃତ୍ୱ ନେଇ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ସିଟିୟୁରେ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିଥିଲେ, ସଫେଇ ମିତ୍ର ଶିବିର ଆରମ୍ଭ କରିଥିଲେ, ଶ୍ରମଦାନ କରିଥିଲେ, ଜାତୀୟ ସ୍ତରରେ ଏହି ଅଭିଯାନ ଆରମ୍ଭ ହୋଇଥିଲା । ସମଗ୍ର ଦେଶରେ ପ୍ରତିଶ୍ରୁତି, ବୃକ୍ଷରୋପଣ ଅଭିଯାନ ଏବଂ ଅନ୍ୟାନ୍ୟ ପଦକ୍ଷେପରେ ସକ୍ରିୟ ଭାବରେ ଅଂଶଗ୍ରହଣ କରି କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ତୃଣମୂଳ ସ୍ତର କାର୍ଯ୍ୟରେ ଯୋଗ ଦେଇଥିଲେ ।

ଦୈନନ୍ଦିନ ଜୀବନର ପ୍ରତ୍ୟେକ ଦିଗରେ ସ୍ୱଚ୍ଛତା ପ୍ରତି ସେମାନଙ୍କର ସମର୍ପଣକୁ ଦୋହରାଇ ରାଜ୍ୟ, ସହରାଞ୍ଚଳ ସ୍ଥାନୀୟ ସଂସ୍ଥା, ଗ୍ରାମ ପଞ୍ଚାୟତ, ଆସ୍ଥା ସଂଗଠନ, ଏନଜିଓ , ସିପିଏସୟୁ, କେନ୍ଦ୍ର ମନ୍ତ୍ରଣାଳୟ ଏବଂ ଅନ୍ୟାନ୍ୟ ରାଜ୍ୟ ସରକାର ମାନେ ଏକତା ହିଁ ସେବା ୨୦୨୪ ପାଇଁ କାର୍ଯ୍ୟ କରିଛନ୍ତି । ଦେଶବ୍ୟାପୀ ବୃଦ୍ଧି ପାଉଥିବା ଗତି ଏବଂ ସକ୍ରିୟ ଅଂଶଗ୍ରହଣ ଯୋଗୁଁ ତୃଣମୂଳ ସ୍ତରରେ ଏହାର ଦୃଶ୍ୟମାନ ପ୍ରଭାବ ଗୁରୁତ୍ୱପୂର୍ଣ୍ଣ । ଏହି ସାମୂହିକ ପ୍ରୟାସ କେବଳ ଅଭିଯାନକୁ ସୁଦୃଢ଼ କରେ ନାହିଁ ବରଂ ଆବର୍ଜନା ମୁକ୍ତ ସହର ପାଇଁ ଲକ୍ଷ୍ୟ ରଖି ସ୍ୱଚ୍ଛ ଭାରତ ମିଶନ ସହରାଞ୍ଚଳର ଲକ୍ଷ୍ୟକୁ ମଧ୍ୟ ଆଗକୁ ବଢ଼ାଇଥାଏ ।

*****

SSP


 

 


(Release ID: 2058242) Visitor Counter : 38