ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
azadi ka amrit mahotsav

ସଙ୍ଗରୋଧରେ ଥିବା ରୋଗୀଙ୍କ ଠାରେ ପଶ୍ଚିମ ଆଫ୍ରିକୀୟ କ୍ଲାଡ୍‌ ୨ ଏମ୍‌ପକ୍ସ ଭୂତାଣୁ ଥିବା ସ୍ପଷ୍ଟ


କ୍ଲାଡ୍‌ ୨ ବର୍ତ୍ତମାନ ସର୍ବସାଧାରଣ ଜରୁରି ପରିସ୍ଥିତିର ଅଂଶବିଶେଷ ନୁହେଁ

ରୋଗୀଙ୍କ ଅବସ୍ଥା ସ୍ଥିର, ଜନସାଧାରଣଙ୍କୁ କୌଣସି ତତ୍କାଳ ବିପଦ ନାହିଁ

ପୋଷ୍ଟ କରାଯିବା ଦିନାଙ୍କ: 09 SEP 2024 6:13PM by PIB Bhubaneswar
  •  

 

ପ୍ରଥମ ସନ୍ଦିଗ୍ଧ ମଙ୍କୀପକ୍ସ (ଏମ୍‌ପକ୍ସ) ସଂକ୍ରମିତ ବୋଲି କୁହାଯାଉଥିବା ରୋଗୀଙ୍କ ଠାରେ ଯାତ୍ରା ସହ ଜଡ଼ିତ ସଂକ୍ରମଣ ଥିବା ପ୍ରମାଣିତ ହୋଇଛିପରୀକ୍ଷାଗାର ପରୀକ୍ଷଣରେ ରୋଗୀଙ୍କ ଠାରେ ପଶ୍ଚିମ ଆଫ୍ରିକୀୟ କ୍ଲାଡ୍‌ ୨ ଏମ୍ପକ୍ସ ଭୂତାଣୁ (ନିର୍ଦ୍ଦିଷ୍ଟ ଶ୍ରେଣୀ ଭୂତାଣୁ) ଥିବା ସ୍ପଷ୍ଟ ହୋଇଛି ଏହି ମାମଲା ଜୁଲାଇ ୨୦୨୨ ଠାରୁ ଭାରତରେ ରିପୋର୍ଟ ହୋଇଥିବା ପୂର୍ବ ୩୦ ଟି ମାମଲା ଭଳି ଅଟେ ଏବଂ ଏହା ବର୍ତ୍ତମାନର ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରି ପରିସ୍ଥିତି (ଡବ୍ଲୁଏଚ୍‌ଓ ଦ୍ୱାରା ରିପୋର୍ଟ କରାଯାଇଛି)ର ଅଂଶବିଶେଷ ନୁହେଁ ଯାହା ଏମ୍ପକ୍ସ କ୍ଲାଡ୍‌ ୧ ପାଇଁ ଜାରି କରାଯାଇଛି

ଯୁବକ ଜଣକ ନିକଟରେ ଏକ ଏମ୍‌ପକ୍ସ ପ୍ରଭାବିତ ଦେଶକୁ ଯାତ୍ରା କରିଥିଲେ। ତାଙ୍କୁ ବର୍ତ୍ତମାନ ଏକ ନିର୍ଦ୍ଦିଷ୍ଟ ସଂଗରୋଧ ଚିକିତ୍ସା ସୁବିଧା ସହ ରଖାଯାଇଛି। ରୋଗୀ ଜଣଙ୍କ ବର୍ତ୍ତମାନ ସ୍ଥିର ଅଛନ୍ତି ଏବଂ ତାଙ୍କର କୌଣସି ପୂର୍ବ ବ୍ୟାଧି ନାହିଁ।

ଏହି ମାମଲା ପୂର୍ବର ବିପଦ ଆକଳନ ଅନୁରୂପ ଅଟେ ଏବଂ ରୋଗୀଙ୍କର ଧାର୍ଯ୍ୟ ପ୍ରୋଟୋକଲ୍‌ ଅନୁସାରେ ତାଙ୍କର ଚିକିତ୍ସା କରାଯାଉଛି। ସ୍ଥିତି ଉପରେ ନିୟନ୍ତ୍ରଣ କରିବା ଲାଗି ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରିବା ଏବଂ ଅନୁଧ୍ୟାନ ସହିତ ସାର୍ବଜନୀନ ସ୍ୱାସ୍ଥ୍ୟ ଉପାୟ ଲାଗୁ କରାଯାଇଛି । ବର୍ତ୍ତମାନ ସମୟରେ ଜନସାଧାରଣଙ୍କ ପାଇଁ କୌଣସି ବିପଦର ସଂକେତ ନାହିଁ।

**********

P.S.


(ରିଲିଜ ଆଡି: 2053299) ପରିଦର୍ଶକ କାଉଣ୍ଟର : 99