ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରୌପ୍ୟ ପଦକ ଜିତିଥିବାରୁ କ୍ରୀଡ଼ାବିତ ଯୋଗେଶ କାଥୁନିୟାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିନନ୍ଦନ

Posted On: 02 SEP 2024 8:15PM by PIB Bhubaneshwar

ଫ୍ରାନ୍ସରେ ଏବେ ଚାଲିଥିବା ପ୍ୟାରିସ ପାରାଅଲିମ୍ପିକ୍ସର ପୁରୁଷ ଡିସକସ୍ ଥ୍ରୋ ଏଫ୫୬ରେ ରୌପ୍ୟ ପଦକ ଜିତିଥିବାରୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

କାଥୁନିୟାଙ୍କ ଦୃଢ଼ମନସ୍କତା, କଠିନ ପରିଶ୍ରମ ଏବଂ ଦକ୍ଷତାକୁ ଶ୍ରୀ ମୋଦୀ ପ୍ରଶଂସା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“#Paralympics2024 ପାରାଅଲିମ୍ପିକ୍ସ୨୦୨୪ର ପୁରୁଷ ଡିସକସ୍ ଥ୍ରୋ ରୌପ୍ୟ ପଦକ ବିଜୟୀ ହୋଇ ଭାରତକୁ ଗର୍ବିତ କରିଥିବାରୁ ଯୋଗେଶ କାଥୁନିୟା @YogeshKathuniyaଙ୍କୁ ଅଭିନନ୍ଦନ! ଦୃଢ଼ତା, କଠିନ ପରିଶ୍ରମ ଏବଂ ନମନୀୟତାର ଯାତ୍ରା ତାଙ୍କୁ ଏହି ସଫଳତା ଦେଇଛି । ଆଗାମୀ ଦିନ ପାଇଁ ତାଙ୍କୁ ବହୁତ ଶୁଭେଚ୍ଛା

#Cheer4Bharat”

SR



(Release ID: 2051118) Visitor Counter : 23