କ୍ୟାବିନେଟ

ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ (ଆଇଏସଏମ) ଅଧୀନରେ ଆଉ ଏକ ସେମିକଣ୍ଡକ୍ଟର ୟୁନିଟ୍‌କୁ କ୍ୟାବିନେଟ ମଞ୍ଜୁରି


ଭାରତର ସେମିକଣ୍ଡକ୍ଟର ଇକୋସିଷ୍ଟମର ବିକାଶରେ ନିରନ୍ତର ଅଭିବୃଦ୍ଧି

Posted On: 02 SEP 2024 3:32PM by PIB Bhubaneshwar

ଏକ ଗତିଶୀଳ ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ବିକଶିତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଗୁଜରାଟର ସାନନ୍ଦ ଠାରେ ଏକ ସେମିକଣ୍ଡକ୍ଟର ୟୁନିଟ୍ ସ୍ଥାପନ ପାଇଁ କାଏନ୍ସ ସେମିକନ୍ ପ୍ରାଇଭେଟ୍ ଲିମିଟେଡ୍ ର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।

ପ୍ରସ୍ତାବିତ ୟୁନିଟ୍ ୩,୩୦୦ କୋଟି ଟଙ୍କା ବିନିଯୋଗରେ ସ୍ଥାପିତ ହେବ। ଏହି ୟୁନିଟରେ ଦୈନିକ ୬୦ ଲକ୍ଷ ଚିପ୍ସ ନିର୍ମାଣ କରାଯିବ ।

ଏଠାରେ ଉତ୍ପାଦିତ ଚିପ୍ ଗୁଡ଼ିକ ଶିଳ୍ପ, ଅଟୋମୋଟିଭ୍, ବିଦ୍ୟୁତ ଚାଳିତ ଯାନ, ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ, ଦୂରସଞ୍ଚାର, ମୋବାଇଲ୍ ଫୋନ୍ ଇତ୍ୟାଦି ବିଭାଗ ଭଳି ବିଭିନ୍ନ ପ୍ରକାର ସାମଗ୍ରୀରେ ପ୍ରୟୋଗ କରାଯିବ ।

ଭାରତରେ ସେମିକଣ୍ଡକ୍ଟରଏବଂ ଡିସପ୍ଲେ ମ୍ୟାନୁଫାକ୍ଚରିଂ ଇକୋସିଷ୍ଟମର ବିକାଶ ପାଇଁ ବିଶେଷ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ୨୧.୧୨.୨୦୨୧ ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଏବଂ ମୋଟ ୭୬,୦୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା ।

ଜୁନ୍ ୨୦୨୩ରେ କେନ୍ଦ୍ର କ୍ୟାବିନେଟ୍ ଗୁଜରାଟର ସାନନ୍ଦରେ ସେମିକଣ୍ଡକ୍ଟର ୟୁନିଟ୍ ସ୍ଥାପନ ପାଇଁ ପ୍ରଥମ ପ୍ରସ୍ତାବକୁ ଅନୁମୋଦନ କରିଥିଲା।

୨୦୨୪ ଫେବ୍ରୁଆରିରେ ଆଉ ୩ଟି ସେମିକଣ୍ଡକ୍ଟର ୟୁନିଟ୍ କୁ ମଞ୍ଜୁରୀ ମିଳିଥିଲା। ଟାଟା ଇଲେକ୍ଟ୍ରୋନିକ୍ସ ଗୁଜରାଟର ଧୋଲେରାରେ ସେମିକଣ୍ଡକ୍ଟର ଫ୍ୟାବ୍ ଏବଂ ଆସାମର ମୋରିଗାଓଁରେ ଗୋଟିଏ ସେମିକଣ୍ଡକ୍ଟର ୟୁନିଟ୍ ସ୍ଥାପନ କରୁଛି। ଗୁଜରାଟର ସାନନ୍ଦଠାରେ ସିଜି ପାୱାର ଗୋଟିଏ ସେମିକଣ୍ଡକ୍ଟର ୟୁନିଟ୍ ସ୍ଥାପନ କରୁଅଛନ୍ତି।

ସମସ୍ତ ୪ଟି ସେମିକଣ୍ଡକ୍ଟର ୟୁନିଟ୍ ର ନିର୍ମାଣ ଦ୍ରୁତ ଗତିରେ ଚାଲିଛି ଏବଂ ୟୁନିଟ୍ ଗୁଡ଼ିକ ନିକଟରେ ଏକ ଦୃଢ଼ ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ଉଭା ହେଉଛି। ଏହି ୪ଟି ୟୁନିଟ୍ ରେ ପାଖାପାଖି ଦେଢ଼ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ଏହି ୟୁନିଟ୍ ଗୁଡ଼ିକର ସମୁଦାୟ କ୍ଷମତା କାର୍ଯ୍ୟକ୍ଷମ ହେଲେ ଦୈନିକ ପ୍ରାୟ ୭ କୋଟି ଚିପ୍ସ ନିର୍ମାଣ କରାଯିବ ।

 

**********

 

P.S

 



(Release ID: 2050946) Visitor Counter : 36