ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ

ଅବସରପ୍ରାପ୍ତ କ୍ରୀଡ଼ାବିତ୍ ସଶକ୍ତୀକରଣ ପ୍ରଶିକ୍ଷଣ (ରିସେଟ୍) କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଡ. ମନସୁଖ ମାଣ୍ଡଭୀୟା



‘‘ଆମର ଅବସରପ୍ରାପ୍ତ କ୍ରୀଡ଼ାବିତମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ରିସେଟ୍ କାର୍ଯ୍ୟକ୍ରମ’’ - କେନ୍ଦ୍ରମନ୍ତ୍ରୀ

ଅବସରପ୍ରାପ୍ତ କ୍ରୀଡ଼ାବିତଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ

Posted On: 29 AUG 2024 6:30PM by PIB Bhubaneshwar

ଜାତୀୟ କ୍ରୀଡ଼ା ଦିବସ ଅବସରରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ତଥା ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟା ଆଜି ନୂଆଦିଲ୍ଲୀଠାରେ ଅବସରପ୍ରାପ୍ତ କ୍ରୀଡ଼ାବିତ୍ ସଶକ୍ତୀକରଣ ପ୍ରଶିକ୍ଷଣ (ରିସେଟ୍) କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।

 

 

ରିସେଟ୍ କାର୍ଯ୍ୟକ୍ରମ ସମ୍ପର୍କରେ ଡକ୍ଟର ମାଣ୍ଡଭୀୟା କହିଛନ୍ତି, ଦେଶ ପାଇଁ ଖେଳିଥିବା ଏବଂ ଦେଶ ପାଇଁ ଗୌରବ ଆଣିଥିବା ଅବସରପ୍ରାପ୍ତ କ୍ରୀଡ଼ାବିତମାନଙ୍କୁ ସଶକ୍ତ କରିବା ପାଇଁ ରିସେଟ୍ କାର୍ଯ୍ୟକ୍ରମ ଉଦ୍ଦିଷ୍ଟ। ଏହି କାର୍ଯ୍ୟକ୍ରମ ଅବସରପ୍ରାପ୍ତ ଆଥଲେଟ୍ମାନଙ୍କୁ ଆବଶ୍ୟକ ଜ୍ଞାନ ଓ ଦକ୍ଷତା ସହିତ ସଶକ୍ତ କରିବା ସହ ସେମାନଙ୍କୁ ଅଧିକ ରୋଜଗାରକ୍ଷମ କରି ସେମାନଙ୍କ କ୍ୟାରିୟର ବିକାଶ ଯାତ୍ରାରେ ସହଯୋଗ କରିବ।

ସେ ଉଲ୍ଲେଖ କରିଥିଲେ ଯେ ରିସେଟ୍ କାର୍ଯ୍ୟକ୍ରମ ପିଢ଼ି ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବ ଏବଂ ଆମର ଅବସରପ୍ରାପ୍ତ ଆଥଲେଟମାନଙ୍କର ଅନନ୍ୟ ଦକ୍ଷତା ନୂତନ ପିଢ଼ିର ଆଶାୟୀ ଆଥଲେମାନଙ୍କୁ ଉପକୃତ କରିବ। ସେମାନଙ୍କ ସମୃଦ୍ଧ ଅଭିଜ୍ଞତା ଭବିଷ୍ୟତର ଚାମ୍ପିୟନମାନଙ୍କୁ ପ୍ରୋତ୍ସାହିତ କରିବା ତଥା ଭାରତରେ କ୍ରୀଡ଼ାର ଅଭିବୃଦ୍ଧି ଏବଂ ରାଷ୍ଟ୍ର ନିର୍ମାଣରେ ଯୋଗଦାନ ପାଇଁ ଏକ ଭିତ୍ତିଭୂମି ଭାବରେ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି।

ସମସ୍ତ ଅବସରପ୍ରାପ୍ତ କ୍ରୀଡ଼ାବିତ୍ ଏହି ପଦକ୍ଷେପ ପାଇଁ ଆବେଦନ କରିବା ସହ ଦେଶର କ୍ରୀଡ଼ା ଇକୋସିଷ୍ଟମରେ ସକ୍ରିୟ ଭାବେ ଯୋଗଦାନ କରିବାକୁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ଆମର ଅବସରପ୍ରାପ୍ତ କ୍ରୀଡ଼ାବିତମାନଙ୍କୁ ସମସ୍ତ ସମ୍ଭବ ଉପାୟରେ ସହଯୋଗ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ।

ରିସେଟ୍ କାର୍ଯ୍ୟକ୍ରମ ଆମର ଅବସରପ୍ରାପ୍ତ ଆଥଲେଟ୍ମାନଙ୍କର ଅମୂଲ୍ୟ ଅଭିଜ୍ଞତା ଏବଂ ଦକ୍ଷତାକୁ ଚିହ୍ନିବା ଏବଂ ବ୍ୟବହାର କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପ୍ରତିନିଧିତ୍ୱ କରିଥାଏ

ସକ୍ରିୟ କ୍ରୀଡ଼ା କ୍ୟାରିୟରରୁ ଅବସର ନେଇଥିବା ଏବଂ ୨୦-୫୦ ବର୍ଷ ବୟସ ମଧ୍ୟରେ ଥିବା ତଥା ଅନ୍ତର୍ଜାତୀୟ ପଦକ/ଆନ୍ତର୍ଜାତିକ ଇଭେଣ୍ଟରେ ଅଂଶଗ୍ରହଣକାରୀ କିମ୍ବା ଜାତୀୟ ପଦକ ବିଜେତା/ରାଜ୍ୟ ପଦକ ବିଜେତା/ଜାତୀୟ କ୍ରୀଡ଼ା ମହାସଂଘ/ଭାରତୀୟ ଅଲିମ୍ପିକ୍ସ ସଂଘ/ଯୁବ ବ୍ୟାପାର ଓ କ୍ରୀଡ଼ା ବିଭାଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣକାରୀ ଥିବା ଖେଳାଳିମାନେ ରିସେଟ୍ କାର୍ଯ୍ୟକ୍ରମ ଅଧୀନରେ ପାଠ୍ୟକ୍ରମ ପାଇଁ ଆବେଦନ କରିବାକୁ ଯୋଗ୍ୟ ବିବେଚିତ ହେବେ। ଏକ ଉତ୍ସର୍ଗୀକୃତ ପୋର୍ଟାଲ ମାଧ୍ୟମରେ ଆବେଦନ ଆହ୍ୱାନ କରାଯିବ ।

ପ୍ରାରମ୍ଭିକ ପର୍ଯ୍ୟାୟରେ ଦ୍ୱାଦଶ ଓ ତାଠାରୁ ଅଧିକ ଶ୍ରେଣୀ ଏବଂ ଏକାଦଶ ଓ ତା'ଠାରୁ କମ୍ ଶ୍ରେଣୀ କୁ ଆଧାର କରି ଏହି କାର୍ଯ୍ୟକ୍ରମ ଦୁଇଟି ସ୍ତରର ହେବ।

ରିସେଟ୍ କାର୍ଯ୍ୟକ୍ରମର ଏହି ପାଇଲଟ୍ ପର୍ଯ୍ୟାୟ ପାଇଁ ଲକ୍ଷ୍ମୀବାଇ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିକାଲ ଏଜୁକେସନ (ଏଆଇପିଇ) ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାରେ ଅଗ୍ରଣୀ ଅନୁଷ୍ଠାନ ହେବ।

ଏହି କାର୍ଯ୍ୟକ୍ରମକୁ ହାଇବ୍ରିଡ୍ମୋଡରେ ଉପସ୍ଥାପନ କରାଯିବ, ଯେଉଁଥିରେ କ୍ଷେତ୍ରସ୍ତରୀୟ ବା ଅନ୍‌ଗ୍ରାଉଣ୍ଡ ପ୍ରଶିକ୍ଷଣଇଣ୍ଟର୍ଣ୍ଣସିପ୍ସହିତ ଏକ ସମର୍ପିତ ପୋର୍ଟାଲ ଜରିଆରେ ସ୍ୱ-ଗତିରେ ଶିଖିବା ସାମିଲ ରହିବ

କ୍ରୀଡ଼ା ସଂଗଠନ, ଖେଳ ପ୍ରତିଯୋଗିତା/ପ୍ରଶିକ୍ଷଣ ଶିବିର ଏବଂ ଲିଗ୍‌ଗୁଡ଼ିକରେ ଇଣ୍ଟର୍ଣ୍ଣସିପ୍ପ୍ରଦାନ କରାଯିବଏହାବ୍ୟତୀତ ପାଠକ୍ରମର ସଫଳ ସମାପନ ପରେ ପ୍ଲେସ୍‌ମେଣ୍ଟ ସହାୟତା, ଉଦ୍ୟମିତା ସହ ଜଡ଼ିତ ଉଦ୍ୟୋଗ ପାଇଁ ମାର୍ଗଦର୍ଶନ ଆଦି ପ୍ରଦାନ କରାଯିବ

https://lnipe.edu.in/resetprogram/ ପୋର୍ଟାଲରେ ଆଜିଠାରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ। ଉପଯୁକ୍ତ ମୂଲ୍ୟାୟନ ପରେ ପାଠ୍ୟକ୍ରମ ଆରମ୍ଭ ହେବ ଏବଂ ଏଥିପାଇଁ ଅଂଶଗ୍ରହଣକାରୀଙ୍କୁ ଅବଗତ କରାଯିବ।

********

P.S.

 

 

 



(Release ID: 2049963) Visitor Counter : 11