ପୋଷ୍ଟ କରାଯିବା ଦିନାଙ୍କ:
24 JUL 2024 8:00PM by PIB Bhubaneswar
ଆଜି ୟୁନାଇଟେଡ କିଙ୍ଗଡମର ବିଦେଶ ସଚିବ ଡେଭିଡ ଲେମିଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରିଛନ୍ତି । ନୂତନ ନିଯୁକ୍ତି ପାଇଁ ଲେମିଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ ୟୁକେରେ ସରକାର ଗଠନର ଏକ ମାସ ମଧ୍ୟରେ ଲେମିଙ୍କ ଭାରତ ଗସ୍ତକୁ ମଧ୍ୟ ପ୍ରଶଂସା କରିଥିଲେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ନିକଟରେ ୟୁକେ ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମରଙ୍କ ସହ ହୋଇଥିବା କଥୋପକଥନକୁ ମନେ ପକାଇଥିଲେ । ଦ୍ୱିପାକ୍ଷିକ ଗୁରୁତ୍ୱପୂର୍ଣ୍ଣ ରଣନୀତିକ ସହଯୋଗକୁ ଗଭୀର କରିବା ଦିଗରେ ୟୁକେ ସରକାର ଅଗ୍ରାଧିକାର ଦେଉଥିବାରୁ ତାହାକୁ ପ୍ରଶଂସା କରିଥିଲେ । ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଦିଗରେ ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ।
ଦ୍ୱିପାକ୍ଷିକ ସମ୍ପର୍କକୁ ସମ୍ପୂର୍ଣ୍ଣ ରୂପ ଦେବା ସହ ଅର୍ଥନୀତି, ପ୍ରତିରକ୍ଷା, ନିବେଶ, ନିରାପତ୍ତା, ଜଳବାୟୁ ପରିବର୍ତ୍ତନ ଏବଂ ଗୁରୁତ୍ୱପୂର୍ଣ୍ଣ ଓ ଅଭ୍ୟୁଥିତ ଟେକ୍ନୋଲୋଜି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ୟୁକେର ଆଗ୍ରହ ସମ୍ପର୍କରେ ବିଦେଶ ସଚିବ ଡେଭିଡ ଲେମି ସୂଚନା ଦେଇଥିଲେ ।
ନୂତନ ଏବଂ ଅଭ୍ୟୁଥିତ ଟେକ୍ନୋଲୋଜି ଆଧାରରେ ଟେକ୍ନୋଲୋଜି ସିକ୍ୟୁରିଟି ପଦକ୍ଷେପର ଶୁଭାରମ୍ଭ ପାଇଁ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ବୁଝାମଣାକୁ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାଗତ କରିଥିଲେ । ସେହିପରି ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମାକୁ ଶୀଘ୍ର ପାରିସ୍ପରିକ ଆଲୋଚନାରେ ସମ୍ପୂର୍ଣ୍ଣ ରୂପ ଦେବାକୁ ମଧ୍ୟ ମୋଦୀ ଇଚ୍ଛା ପ୍ରକାଶ କରିଥିଲେ ।
ଉଭୟ ପକ୍ଷର ସ୍ୱାର୍ଥ ସହ ଜଡ଼ିତ କ୍ଷେତ୍ରୀୟ ଓ ବୈଶ୍ୱିକ ପ୍ରସଙ୍ଗରେ ମଧ୍ୟ ଦୁଇ ନେତା ମତ ବିନିମୟ କରିଥିଲେ ।
ୟୁକେ ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମରଙ୍କ ପ୍ରତି ପ୍ରଧାନମନ୍ତ୍ରୀ ମୋଦୀ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ଶୀଘ୍ର ଭାରତ ଗସ୍ତରେ ଆସିବାକୁ ତାଙ୍କୁ ନିମନ୍ତ୍ରଣ ଜଣାଇଥିଲେ ।
SR