ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରୁଷ୍ ମହାସଂଘ ଏବଂ ରିପବ୍ଲିକ ଅଫ୍ ଅଷ୍ଟ୍ରିଆକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ (ଜୁଲାଇ ୦୮-୧୦, ୨୦୨୪)

Posted On: 04 JUL 2024 5:00PM by PIB Bhubaneshwar

୨୦୨୪ ଜୁଲାଇ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରୁଷ୍ ମହାସଂଘ ଏବଂ ରିପବ୍ଲିକ ଅଫ୍ ଅଷ୍ଟ୍ରିଆକୁ ସରକାରୀ ଗସ୍ତରେ ଯିବେ ।

ରୁଷ୍ ମହାସଂଘର ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ୨୦୨୪ ଜୁଲାଇ ୦୮-୦୯ ମସ୍କୋରେ ରହିବେ । ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଅଧ୍ୟକ୍ଷତାରେ ୨୨ ତମ ଭାରତ-ରୁଷ୍ ବାର୍ଷିକ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ । ନେତାମାନେ ଦୁଇ ଦେଶ ମଧ୍ୟରେ ଥିବା ବହୁମୁଖୀ ସମ୍ବନ୍ଧର ସମୀକ୍ଷା କରିବେ ଏବଂ ପରସ୍ପରିକ ସ୍ୱାର୍ଥ ଥିବା କ୍ଷେତ୍ରୀୟ ବୈଶ୍ୱିକ ପ୍ରସଙ୍ଗରେ ମତ ରଖିବେ । 

ଏହା ପରେ ପ୍ରଧାନମନ୍ତ୍ରୀ ୨୦୨୪ ଜୁଲାଇ ୦୯-୧୦ ଅଷ୍ଟ୍ରିଆ ଗସ୍ତ କରିବେ । ୪୧ ବର୍ଷ ମଧ୍ୟରେ ଅଷ୍ଟ୍ରିଆକୁ ଏହା ଭାରତର କୌଣସି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ । ସେ ସେଠାରେ ରିପବ୍ଲିକ ଅଫ୍ ଅଷ୍ଟ୍ରିଆର ରାଷ୍ଟ୍ରପତି ଆଲେକଜାଣ୍ଡର ଭାନ୍ ଡେର ବାଲେନ୍ ଏବଂ ଅଷ୍ଟ୍ରିଆର ଚାନସେଲର କାର୍ଲ ନେହମାରଙ୍କ ସହ ଆଲୋଚନା କରିବେ । ଭାରତ ଓ ଅଷ୍ଟ୍ରିଆର ବ୍ୟବସାୟିକ ପ୍ରତିନିଧିମାନଙ୍କୁ ମଧ୍ୟ ଚାନସେଲର ଓ ପ୍ରଧାନମନ୍ତ୍ରୀ ଉଦବୋଧନ ଦେବେ ।

ମସ୍କୋ ଓ ଭିଏନା ଠାରେ ଥିବା ପ୍ରଭାବସୀ ଭାରତୀୟମାନଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ଭାବ ବିନିମୟ କରିବେ ।

SR



(Release ID: 2030881) Visitor Counter : 10