ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ

ଶ୍ରୀ ଜିତନ ରାମ ମାଝୀ କହିଛନ୍ତି ଯେ ଆତ୍ମନିର୍ଭର ଏବଂ ବିକଶିତ ଭାରତ ଅଭିମୁଖେ ଯାତ୍ରାରେ ଏମଏସଏମଇ ଏକ ପ୍ରମୁଖ ଶକ୍ତି ହେବ


ଶ୍ରୀ ମାଝି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁଯାୟୀ ବିଶେଷ କରି ଗ୍ରାମାଞ୍ଚଳ ଏବଂ ଦୂରଦୂରାନ୍ତର ଅଞ୍ଚଳରେ ଏକ ସମାବେଶୀ ଏବଂ କେନ୍ଦ୍ରୀଭୂତ ଆଭିମୁଖ୍ୟ ମାଧ୍ୟମରେ ଏହି ପ୍ରୟାସକୁ ଗଭୀର ଏବଂ ମଜବୁତ ତଥା ବ୍ୟାପକ କରିବା ର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି

ମନ୍ତ୍ରୀ ମହୋଦୟ ଏମଏସଏମଇ ଟିମ ପଦକ୍ଷେପ ଏବଂ ଯଶସ୍ୱିନୀ ଅଭିଯାନକୁ କେନ୍ଦ୍ର ମନ୍ତ୍ରୀ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗକୁ ସମର୍ପିତ କରିଛନ୍ତି

Posted On: 27 JUN 2024 5:38PM by PIB Bhubaneshwar

କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ଶ୍ରୀ ଜିତନ ରାମ ମାଝୀ କହିଛନ୍ତି ଯେ ଆତ୍ମନିର୍ଭର ଏବଂ ବିକଶିତ ଭାରତ ଅଭିମୁଖେ ଯାତ୍ରାରେ ଏମଏସଏମଇ ଏକ ପ୍ରମୁଖ ଶକ୍ତି ହେବ । ଆନ୍ତର୍ଜାତିକ ଏମଏସଏମଇ ଦିବସର ଦିନବ୍ୟାପୀ କାର୍ଯ୍ୟକ୍ରମ 'ଉଦ୍ୟାମୀ ଭାରତ'କୁ ସମ୍ବୋଧିତ କରି ସେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣ ଅନୁଯାୟୀ ବିଶେଷ କରି ଗ୍ରାମାଞ୍ଚଳ ଏବଂ ଆଭ୍ୟନ୍ତରୀଣ ଅଞ୍ଚଳରେ ଏକ ଅନ୍ତର୍ଭୁକ୍ତ ଏବଂ କେନ୍ଦ୍ରୀଭୂତ ଆଭିମୁଖ୍ୟ ମାଧ୍ୟମରେ ପ୍ରୟାସକୁ ଗଭୀର ଏବଂ ବ୍ୟାପକ କରିବା ର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଶ୍ରୀ ମାଝୀ କହିଛନ୍ତି ଯେ ଦ୍ରୁତ ଗତିରେ ପରିବର୍ତ୍ତିତ ଶିଳ୍ପ ପରିପ୍ରେକ୍ଷୀରେ ଏମଏସଏମଇଗୁଡ଼ିକ ଡିଜିଟାଲ ଏବଂ ବୈଷୟିକ ସମାଧାନ ଗ୍ରହଣ କରିବା ପାଇଁ ନିଜକୁ ଏକାଠି କରିବା ଆବଶ୍ୟକ । ସେ କହିଛନ୍ତି ଯେ ସରକାରଙ୍କ ଦ୍ୱାରା ଚାଲିଥିବା ସଂସ୍କାରର ଅଂଶ ସ୍ୱରୂପ ଏମଏସଏମଇ କ୍ଷେତ୍ରରେ ଆଇନଗତ ସଂସ୍କାର ଏକ ଶକ୍ତି ଗୁଣକ ଭାବରେ କାର୍ଯ୍ୟ କରିବ ।

ଶ୍ରୀ ମାଝୀ କହିଥିଲେ ଯେ ୬ଟି ସ୍ତମ୍ଭ ଚିହ୍ନଟ କରାଯାଇଛି ଯାହା ଉପରେ ଆମର ପ୍ରୟାସ ନିର୍ମାଣ କରାଯିବ - (୧) ଔପଚାରିକତା ଏବଂ ଋଣ ର ଉପଲବ୍ଧତା (୨) ବଜାରରେ ଉପଲବ୍ଧତା ବୃଦ୍ଧି ଏବଂ ଇ-କମର୍ସକୁ ଆପଣେଇବାଗ୍ରହଣ (୩) ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଉତ୍ପାଦକତା ବୃଦ୍ଧି (୪) ସେବା କ୍ଷେତ୍ରରେ କୌଶଳ ସ୍ତରରେ ବୃଦ୍ଧି ଏବଂ ଡିଜିଟାଲିକରଣ (୫) ଖଦି, ଗ୍ରାମ ଏବଂ କୋୟର ଶିଳ୍ପକୁ ବିଶ୍ୱସ୍ତରୀୟ କରିବା ପାଇଁ ସହାୟତା (୬) ଉଦ୍ୟୋଗ ସୃଷ୍ଟି ମାଧ୍ୟମରେ କାରିଗରୀ ମହିଳା ସଶକ୍ତୀକରଣ । ମନ୍ତ୍ରୀ ମହୋଦୟ କହିଛନ୍ତି ଯେ ଆମ ସମ୍ମୁଖରେ କାମ ସ୍ପଷ୍ଟ ହୋଇଛି । ଏହି ୬ଟି ସ୍ତମ୍ଭକୁ ସୁଚିନ୍ତିତ ତଥା ତଥାପି ସ୍ମାର୍ଟ ଢଙ୍ଗରେ ନିର୍ମାଣ କରିବାର ଅତ୍ୟନ୍ତ ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

 

କେନ୍ଦ୍ର ମନ୍ତ୍ରୀ ଏମଏସଏମଇ ଟିମର ପଦକ୍ଷେପ ଏବଂ ଯଶସ୍ୱିନୀ ଅଭିଯାନକୁ ଏମଏସଏମଇକୁ ଉତ୍ସର୍ଗ କରିଥିଲେ । ଓପନ୍ ନେଟୱାର୍କ ଫର୍ ଡିଜିଟାଲ କମର୍ସ (ଓଏନଡିସି)ରେ ଅନକୋଡିଂ, କ୍ୟାଟାଲଗିଂ, ଖାତା ପ୍ରବନ୍ଧନ, ଲଜିଷ୍ଟିକ୍ସ, ପ୍ୟାକେଜିଂ ସାମଗ୍ରୀ ଏବଂ ଡିଜାଇନ୍ ପାଇଁ ଆର୍ôଥକ ସହାୟତା ପ୍ରଦାନ କରିହୁଏ । ଏହି ଲାଭାର୍ଥୀଙ୍କ ମଧ୍ୟରୁ ଅଧା ମହିଳ।। ସ୍ୱାମିତ୍ୱ ଥିବା ଉଦ୍ୟୋଗ ହେବ ।

ଏହି ଯଶସ୍ୱିନୀ ଅଭିଯାନ ହେଉଛି ମହିଳାମାନଙ୍କ ମାଲିକାନାରେ ଥିବା ଅନୌପଚାରିକ କ୍ଷୁଦ୍ର ଉଦ୍ୟୋଗଗୁଡିକୁ ଆନୁଷ୍ଠାନିକ କରିବା ଏବଂ ମହିଳା ମାଲିକାନାରେ ଥିବା ଉଦ୍ୟୋଗଗୁଡ଼ିକୁ ଦକ୍ଷତା ବୃଦ୍ଧି, ପ୍ରଶିକ୍ଷଣ, ହାତ ଧରିବା ଏବଂ ପରାମର୍ଶ ପ୍ରଦାନ କରିବା ପାଇଁ ଏକ ବ୍ୟାପକ ସଚେତନତା ଅଭିଯାନର ଶୃଙ୍ଖଳା ଅଟେ । ୨୪-୨୫ ଆର୍ôଥକ ବର୍ଷରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ପକ୍ଷରୁ ଦେଶର ଟାୟର-୨ ଓ ୩ ସହରକୁ ଫୋକସ୍ କରି ଅନ୍ୟାନ୍ୟ କେନ୍ଦ୍ରୀୟ ମନ୍ତ୍ରଣାଳୟ/ବିଭାଗ/ରାଜ୍ୟ ସରକାର ଏବଂ ମହିଳା ଶିଳ୍ପ ସଂଘସହଯୋଗରେ ବିଭିନ୍ନ ସ୍ଥାନରେ ଏକ ସିରିଜ୍ ଅଭିଯାନ ଆୟୋଜନ କରାଯିବ ।

କେନ୍ଦ୍ର ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ଅର୍ଜୁନ ରାମ ମେଘୱାଲ ସଂସ୍କାର କ୍ଷେତ୍ର ବିଷୟରେ କହିଥିଲେ ଯାହା ଏମଏସଏମଇକୁ ବିଶ୍ୱସ୍ତରରେ ପ୍ରତିଯୋଗିତାମୂଳକ କରିବ । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ସୁଦୃଢ଼ କରିବା ଦିଗରେ ମୋଦୀ ସରକାର ଆଇନଗତ ସଂସ୍କାର ଏବଂ ବୈଷୟିକ ଉଦ୍ଭାବନ ମାଧ୍ୟମରେ 'ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍‌' ଏବଂ 'ସହଜ ଜୀବନଯାପନ' ସୁନିଶ୍ଚିତ କରୁଛନ୍ତି ବୋଲି ଶ୍ରୀ ମେଘୱାଲ କହିଛନ୍ତି ।

କେନ୍ଦ୍ର ଏମ୍ ଏସ୍ ଏମ୍ ଇ ରାଷ୍ଟ୍ରମନ୍ତ୍ରୀ ସୁଶ୍ରୀ ଶୋଭା କରନ୍ଦଲାଜେ ଦେଶର ନିଯୁକ୍ତି, ଉତ୍ପାଦନ ଉତ୍ପାଦନ ଏବଂ ରପ୍ତାନିକ୍ଷେତ୍ରରେ ଏମ୍‌ଏସ୍‌ଏମ୍‌ଇ ଗୁଡ଼ିକର ଅବଦାନ ସମ୍ପର୍କରେ ଆଲୋକପାତ କରିବା ସହ ପ୍ରତିଯୋଗିତା ମୂଳକ ରହିବା ପାଇଁ ଏମ୍ ଏସ୍ ଏମ୍ ଇଗୁଡ଼ିକ ନବସୃଜନ, ସୃଜନଶୀଳତା ଏବଂ ନିରନ୍ତର ବିକାଶ ଉପରେ ଗୁରୁତ୍ୱ ଦେବା ର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବିଶ୍ୱ ବ୍ୟାଙ୍କର କଣ୍ଟ୍ରି ଡାଇରେକ୍ଟର ଆଁଗଷ୍ଟେ ତାନୋ କୁଆମେ, ଦିଲ୍ଲୀସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଆର୍ବିଟ୍ରେସନ ସେଣ୍ଟରର ଅଧ୍ୟକ୍ଷ ଜଷ୍ଟିସ (ଅବସରପ୍ରାପ୍ତ) ଶ୍ରୀ ହେମନ୍ତ ଗୁପ୍ତା, ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ସଚିବ ରାଜୀବ ମଣି ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟର ସଚିବ ଏସ୍‌.ସି.ଏଲ୍ ଦାସ ମଧ୍ୟ ସମ୍ବୋଧିତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଓ ରାଜ୍ୟ ସରକାର, ଆଇନଜୀବୀ, ଶିକ୍ଷାବିତ୍‌, ବିଶ୍ୱବ୍ୟାଙ୍କ ଏବଂ ଅନ୍ୟାନ୍ୟ ବହୁପକ୍ଷୀୟ ସଂସ୍ଥା ଏବଂ ଶିଳ୍ପ ସଂଘ ଅଂଶଗ୍ରହଣ କରିଥିଲେ ।

 

*****

NS/SLP



(Release ID: 2029438) Visitor Counter : 6