ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ

ପ୍ରଧାନମନ୍ତ୍ରୀ ଗତିଶକ୍ତି ନେତୃତ୍ୱରେ ନେଟୱାର୍କ ପ୍ଲାନିଂ ଗ୍ରୁପର ୭୩ତମ ବୈଠକରେ ୮ଟି ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ମୂଲ୍ୟାଙ୍କନ କରିଯାଇଛି



ଏନପିଜି ୨ଟି ରେଳବାଇ ଏବଂ ୬ଟି ଏନଆଇସିଡିସି ପ୍ରକଳ୍ପର ଆକଳନ କରିଛି

Posted On: 27 JUN 2024 4:20PM by PIB Bhubaneshwar

ନେଟୱାର୍କ ପ୍ଲାନିଂ ଗ୍ରୁପ୍ (ଏନ୍ ପିଜି)ର ୭୩ତମ ବୈଠକ ୨୧ ଜୁନ୍ ୨୦୨୪ରେ ନୂଆଦିଲ୍ଲୀରେ ଆୟୋଜିତ କରାଯାଇଛି ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି)ର ଅତିରିକ୍ତ ସଚିବ ରାଜୀବ ସିଂହ ଠାକୁରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ୫ଟି ମହତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ମୂଲ୍ୟାଙ୍କନ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଛି, ଯେଉଁଥିରେ ଦୁଇଟି ରେଳ ମନ୍ତ୍ରଣାଳୟ (ଏମ୍‌ଓଆର୍‌) ପକ୍ଷରୁ ୬ଟି ଡିପିଆଇଆଇର ଜାତୀୟ ଶିଳ୍ପ କରିଡର ବିକାଶ ନିଗମ (ଏନ୍‌ଆଇସିଡିସି) ରହିଛି ।

ରେଳ ମନ୍ତ୍ରଣାଳୟର ପ୍ରଥମ ପ୍ରକଳ୍ପ ମହାରାଷ୍ଟ୍ରର ନାସିକ ଏବଂ ଜଳଗାଓଁ ଜିଲ୍ଲାର ମନମାଡରୁ ଜଳଗାଓଁ ପର୍ଯ୍ୟନ୍ତ ୧୬୦ କିଲୋମିଟର ର ଚତୁର୍ଥ ବ୍ରଡଗେଜ୍ ରେଳ ଲାଇନ ନିର୍ମାଣ ସମ୍ବନ୍ଧୀୟ ଅଟେଆନୁମାନିକ ,୫୯୪ କୋଟି ଟଙ୍କା ବିନିଯୋଗ ରେ ଏହି ପ୍ରକଳ୍ପ ବର୍ତ୍ତମାନର ଲାଇନର ସେକ୍ସନ କ୍ଷମତା କୁ ବୃଦ୍ଧି କରିବା ସହ କାର୍ଗୋ ଏବଂ ଯାତ୍ରୀବାହୀ ଟ୍ରେନଗୁଡିକର ସୁରୁଖୁରୁରେ ପରିବହନ କୁ ସୁଗମ କରିବାକୁ ଲକ୍ଷ୍ୟ ରଖିଛି । ଏହା ଜାତୀୟ ଭିତ୍ତିଭୂମି ପ୍ରାଥମିକତା ସହିତ ଘନିଷ୍ଠ ଭାବରେ ସମନ୍ୱିତ ଏବଂ ଏହି ଅଞ୍ଚଳରେ ଭବିଷ୍ୟତପରିବହନ ଚାହିଦା ପୂରଣ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ|

ରେଳ ମନ୍ତ୍ରଣାଳୟର ଦ୍ବିତୀୟ ପ୍ରକଳ୍ପ ହେଉଛି ମହାରାଷ୍ଟ୍ରର ଜଳଗାଓଁ ଜିଲ୍ଲାର ଭୁସାୱାଲଠାରୁ ମଧ୍ୟପ୍ରଦେଶର ବୁରହାନପୁର ଏବଂ ଖଣ୍ଡୱା ଜିଲ୍ଲା ପର୍ଯ୍ୟନ୍ତ ୧୩୦.୫ କିଲୋମିଟର ର ତୃତୀୟ ଏବଂ ଚତୁର୍ଥ ବ୍ରଡଗେଜ୍ ରେଳ ଲାଇନ ନିର୍ମାଣ । ୩,୨୮୫ କୋଟି ଟଙ୍କାର ଆନୁମାନିକ ବ୍ୟୟ ଅଟକଳ ସହିତ ଏହି ପ୍ରକଳ୍ପ ବିଭାଗୀୟ କ୍ଷମତା ବୃଦ୍ଧି କରିବ, ଆଞ୍ଚଳିକ ବିକାଶକୁ ପ୍ରୋତ୍ସାହିତ କରିବ ଏବଂ ଲଜିଷ୍ଟିକ୍ସ କ୍ଷେତ୍ରରେ ଭାରତୀୟ ରେଳବାଇର ବଜାର ଅଂଶକୁ ସୁଦୃଢ଼ କରିବ ଏବଂ ଏହି ଅଞ୍ଚଳ ପାଇଁ ଅର୍ଥନୈତିକ ଅଭିବୃଦ୍ଧି ଏବଂ ସ୍ଥାୟୀ ପରିବହନ ସମାଧାନରେ ଯୋଗଦାନ କରିବ ବୋଲି ଆଶା କରାଯାଉଛି ।

ଉଭୟ ପ୍ରକଳ୍ପ କୋଇଲା, ସିମେଣ୍ଟ ଏବଂ ଖଣିଜ ଉତ୍ପାଦନ କ୍ଷେତ୍ରକୁ ସଂଯୋଗ ପ୍ରଦାନ କରିବା ପାଇଁ ରେଳ ମନ୍ତ୍ରଣାଳୟର ଶକ୍ତି ଖଣିଜ ସିମେଣ୍ଟ କରିଡର (ଇଏମସିସି) କାର୍ଯ୍ୟକ୍ରମର ଏକ ଅଂଶ ଅଟେ ।

ଏନ୍‌ଆଇସିଡିସିର ୪ଟି ପ୍ରକଳ୍ନ ୮,୧୭୫ କୋଟି ଟଙ୍କାର ଆନୁମାନିକ ନିବେଶ ସହିତ ଉତ୍ତରପ୍ରଦେଶର ଆଗଣା ଏବଂ ପ୍ରୟାଗରାଜ, ହରିୟାଣାର ହିସାର ଏବଂ ବିହାରର ଗୟାରେ ଏକୀଭୂତ ବିନିର୍ମାଣ ସମୂହଗୁଡିକ (ଆଇଏମ୍‌ସି)ର ବିକାଶ ସହ ସମ୍ବନ୍ଧିତ ରହିଛି । ଏହି ପ୍ରକଳ୍ପ ଉଦ୍ଦେଶ୍ୟ ଶିକ୍ଷାଏମ ଏବଂ ସ୍ୱାସ୍ଥ୍ୟ  ସେବା ସହିତ ସ୍ମାର୍ଟ ଟେକ୍ନୋଲୋଜି, ଲଜିଷ୍ଟିକ୍ସ, ଆବାସିକ ଏବଂ ବାଣିଜ୍ୟିକ ସୁବିଧା ସମେତ ଶିଳ୍ପ ୪.୦ ମାନଦଣ୍ଡକୁ ଅନୁସରଣ କରି ଅତ୍ୟାଧୁନିକ ଉତ୍ପାଦନ ହବ୍ ବିକଶିତ କରିବା ଏହି ପ୍ରକଳ୍ପଗୁଡ଼ିକର ଲକ୍ଷ୍ୟ। ଏହି ଆଇଏମ୍ ସିର  ଇ-ମୋବିଲିଟି, ଫୁଡ୍ ପ୍ରୋସେସିଂ, ଏଫ୍ଏମସିଜି, ଚମଡ଼ା, ପୋଷାକ ଆଦି କ୍ଷେତ୍ରରେ ଥିବା ଆବଶ୍ୟକତା ଗୁଡିକୁ ପୂରଣ କରିବ।

ଏନଆଇସିଡିସିର ଦୁଇଟି ପ୍ରକଳ୍ପ ରେ ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାର ଓରାଭାକଲ ଶିଳ୍ପାଞ୍ଚଳ ଏବଂ ଆନ୍ଧ୍ରପ୍ରଦେଶର ୱାଇଏସଆର କଡାପା ଜିଲ୍ଲାର କୋପାର୍ଥି ଶିଳ୍ପାଞ୍ଚଳର ବିକାଶ ଅନ୍ତର୍ଭୁକ୍ତ, ଯେଉଁଥିରେ ଆନୁମାନିକ ୫,୩୬୭ କୋଟି ଟଙ୍କା ବିନିଯୋଗ ହେବ । ଶିଳ୍ପଗୁଡ଼ିକୁ ଆକୃଷ୍ଟ କରିବା ପାଇଁ ଉନ୍ନତ ଭିତ୍ତିଭୂମି ସୃଷ୍ଟି କରିବା ଏହି ପ୍ରକଳ୍ପର ଲକ୍ଷ୍ୟ ଏବଂ ସେମାନେ ପ୍ରମୁଖ ରାଜପଥ, ରେଳ ଲାଇନ୍ ଏବଂ ସମୁଦ୍ର ବନ୍ଦର ନିକଟରେ ରଣନୀତିକ ଭାବରେ ଅବସ୍ଥିତ । ସାମାଜିକ-ଅର୍ଥନୈତିକ ପ୍ରଗତିକୁ ପ୍ରୋତ୍ସାହିତ କରିବା ଏବଂ ଉଲ୍ଲେଖନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏହି ପ୍ରକଳ୍ପଗୁଡ଼ିକର ଲକ୍ଷ୍ୟ।

ଏହି ବୈଠକରେ ସମସ୍ତ ପ୍ରକଳ୍ପର ମୂଲ୍ୟାଙ୍କନ ସେଗୁଡିକର ସମନ୍ୱିତ ଯୋଜନା ଏବଂ ପିଏମ ଗତିଶକ୍ତି  ସିଦ୍ଦାନ୍ତର ମୂଲ୍ୟାୟନ କରାଯାଇଥିଲା। ସାମାଜିକ-ଅର୍ଥନୈତିକ ଲାଭ, ଉନ୍ନତ ଯୋଗାଯୋଗ, ପରିବହନ ଖର୍ଚ୍ଚ ହ୍ରାସ ଏବଂ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ଏହି ପ୍ରକଳ୍ପଗୁଡ଼ିକ ଯୋଗାଯୋଗରେ ସୁଧାର ଆଣିବା, ଲଜିଷ୍ଟିକ୍ସ ଦକ୍ଷତା ବୃଦ୍ଧି ଏବଂ ସମଗ୍ର ଭାରତରେ ଉନ୍ନତ ଉତ୍ପାଦନ ଇକୋସିଷ୍ଟମ ପ୍ରତିଷ୍ଠା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି, ଯାହା ଶିଳ୍ପ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ, ପ୍ରତିଦ୍ୱନ୍ଦ୍ୱିତାକୁ ପ୍ରୋତ୍ସାହିତ କରିବ ଏବଂ ଦେଶର ଅର୍ଥନୈତିକ ବିକାଶ ଲକ୍ଷ୍ୟରେ ଗୁରୁତ୍ୱପୂର୍ଣ୍ଣ ଯୋଗ ଦେବାକୁ ପ୍ରସ୍ତୁତ ଅଛି

*****

NS/SLP

 



(Release ID: 2029337) Visitor Counter : 6